ଜୁଲାଇ ମାସ ୧ ତାରିଖରୁ ଏହି ସ୍ମାର୍ଟ ଫୋନ୍‌ରେ ଚାଲିବନି ହ୍ବାଟ୍‌ସଆପ୍

Published By : Prameya-News7 Bureau | June 27, 2019 IST

ହ୍ବାଟ୍‌ସଆପ ବ୍ୟବହାର କରୁଥିବା କିଛି ଲୋକଙ୍କ ପାଇଁ ଏକ ନୂଆ ସୂଚନା। FAQ ଏଫଏକ୍ୟୁ ସପୋର୍ଟ ପେଜରେ ସୂଚନା ଦିଆଯାଇଛି ଯେ, ଆଣ୍ଡ୍ରଏଡ୍‌ ଭର୍ସନ ୨.୪୩.୭ ଓ ଏହା ପୂର୍ବରୁ ଥିବା ଅପରେଟିଂ ସିଷ୍ଟମ୍‌, IOS ଆଇଓଏସ୍‌ ୭ ଓ ଏହାର ପୁରୁଣା ଅପରେଟିଂ ସିଷ୍ଟମ୍‌ରେ ଚାଲୁଥିବା ଫୋନ୍‌ ଓ ଆଇଫୋନ୍‌ ୨୦୨୦ ମସିହା ଫେବୃଆରୀ ମାସ ୧ ତାରିଖରୁ ହ୍ବାଟ୍‌ସଆପ କାମ କରିବ ନାହିଁ।

ଏହି ଅପରେଟିଂ ସିଷ୍ଟମ୍‌ ଫୋନ୍‌ର ୟୁଜର୍ସ ୧ ତାରିଖରୁ ନା ନୂଆ ଆକାଉଣ୍ଟ ଖୋଲିପାରିବେ ନା ଭେରିଫିକେସନ ଭଳି ଆକ୍ଟିଭିଟି କରିପାରିବେ। ୬ ବର୍ଷରୁ ଅଧିକ ପୁରୁଣା ସ୍ମାର୍ଟ ଫୋନ୍‌ ୟୁଜର୍ସଙ୍କ ପାଇଁ ଏହି ଘୋଷଣା କରାଯାଇଛି।

ଅପରପକ୍ଷରେ ୨୦୧୯ ମସିହା ଡିସେମ୍ବର ମାସ ୩୧ ତାରିଖରୁ ୱିଣ୍ଡୋଜ ଫୋନ୍‌ରେ ହ୍ବାଟ୍‌ସଆପ ବନ୍ଦ କରାଯିବ। ଚଳିତ ବର୍ଷ ଜୁଲାଇ ମାସ ୧ ତାରିଖରୁ ୱିଣ୍ଡୋଜ ଷ୍ଟୋରରୁ ହ୍ବାଟ୍‌ସଆପ କାଢିଦିଆଯିବ। ଷ୍ଟେଟ୍‌କାଉଣ୍ଟର ରିପୋର୍ଟ ଅନୁସାରେ ୦.୨୪ ପ୍ରତିଶତ ଲୋକ ୱିଣ୍ଡୋଜ ଅପରେଟିଂ ସିଷ୍ଟମ୍‌ ବ୍ୟବହାର କରୁଛନ୍ତି। କମ୍ପାନୀ ଅନୁସାରେ ହ୍ବାଟ୍‌ସଆପ ଆଣ୍ଡ୍ରୋଏଡ୍‌ର ୦.୪୩ ଭର୍ସନ ସବୁ ଅପରେଟିଂ ସିଷ୍ଟମ୍‌ରେ କାମ କରେ।

wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.