ହିନ୍ଦୁ ମହାସଭା ନେତା ରଣଜୀତ ବଚ୍ଚନ ହତ୍ୟାର ଖୋଲିଲା ଗୁମର, ଦ୍ୱିତୀୟ ପତ୍ନୀ ସମେତ ୩ ଗିରଫ

Published By : Prameya-News7 Bureau | February 06, 2020 IST

ଲକ୍ଷ୍ନୌ ୫।୨:  ବିଶ୍ୱ ହିନ୍ଦୁ ମହାସଭା ନେତା ରଣଜୀତ ବଚ୍ଚନ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୋଲିସ ଗୁରୁବାର ୩ଜଣଙ୍କୁ ଗିରଫ କରିଛି। ଗିରଫ ୩ ଲୋକଙ୍କ ମଧ୍ୟରେ ଜଣେ ମହିଳା ବି ଅଛନ୍ତି। ସେ ରଣଜୀତଙ୍କ ଦ୍ୱିତୀୟ ପତ୍ନୀ ବୋଲି ପୋଲିସ କହିଛି। ଅନ୍ୟ ୨ ଜଣ ତାଙ୍କର ସହଯୋଗୀ। ତେବେ ପୋଲିସ ଏପର୍ଯ୍ୟନ୍ତ ହତ୍ୟାକାରୀ ନିକଟରେ ପହଞ୍ଚିପାରିନି।

{"id":221114,"width":569,"height":394,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ରଣଜୀତଙ୍କୁ ତାଙ୍କ ପତ୍ନୀ ସ୍ମୃତି ଶ୍ରୀବାସ୍ତବ ବନ୍ଧୁ ଦୀପେନ୍ଦ୍ରଙ୍କ ସହାୟତାରେ ହତ୍ୟା କରିଛନ୍ତି। ଏଥିଲାଗି ଦୀପେନ୍ଦ୍ର ତାଙ୍କ କକାପୁଅ ଭାଇ ତଥା ଶାର୍ପ ସୁଟର ଜିତେନ୍ଦ୍ରଙ୍କ ସହାୟତା ନେଇଥିଲେ। ମାମଲାରେ ପୋଲିସ ସ୍ମୃତି, ଦୀପେନ୍ଦ୍ର ଓ ସୁଟରକୁ ହତ୍ୟାକାଣ୍ଡ ସ୍ଥଳ ପର୍ଯ୍ୟନ୍ତ ନେଇଥିବା କାର ଚାଳକକୁ ସଞ୍ଜିତ ଗୌତମକୁ ଗିରଫ କରିଛି। ଏହି ହତ୍ୟାର ରହସ୍ୟ ଉନ୍ମୋଚନ କରିଥିବା ତଦନ୍ତକାରୀ ଦଳଙ୍କୁ ୫ଲକ୍ଷ ଟଙ୍କା ପୁରସ୍କୃତ କରାଯାଇଛି।

{"id":221115,"sizeSlug":"large"}

ସୂଚନାଯୋଗ୍ୟଯେ  ଗତ ରବିବାର ଲକ୍ଷ୍ନୌ ହଜରତଗଞ୍ଜ ଗ୍ଲୋବ ପାର୍କ ନିକଟରେ ପ୍ରାତଃ ଭ୍ରମଣରେ ଯାଉଥିବା ବଚ୍ଚନଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କେହି ତାଙ୍କ ମୁଣ୍ଡକୁ ଗୁଳିକରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ରଣଜୀତଙ୍କ ଦ୍ୱିତୀୟ ପତ୍ନୀ ସ୍ମୃତି ଗୋରଖପୁରରେ ରହନ୍ତି। ତେବେ ସେମାନଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଥିବା ବେଳେ ଏହାର ସମାଧାନ ହୋଇପାରୁନାହିଁ। ସ୍ମୃତି ତାଙ୍କ ପୁରୁଷ ବନ୍ଧୁ ଦୀପେନ୍ଦ୍ରଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଣୁ କୋର୍ଟରେ ଡିଭୋର୍ସ ମାମଲା ତୁଟୁ ନଥିବାରୁ ସେ ବିବ୍ରତ ଥିବା ବେଳେ ରଣଜୀତକୁ ରାସ୍ତାରୁ ହଟାଇଦେବାକୁ ନିଷ୍ପତ୍ତି ନେଇଥିଲେ।

{"id":221116,"sizeSlug":"large"}

ଏଥିଲାଗି ସେ ଦୀପେନ୍ଦ୍ର ସହ ମିସି ହତ୍ୟା ଷଡଯନ୍ତ୍ର ରଚିଥିଲେ। ପୋଲିସ ଦେବେନ୍ଦ୍ରକୁ ମଧ୍ୟପ୍ରଦେଶ ସୀମାନ୍ତରୁ ଗିରଫ କରିଥିବା ବେଳେ ହତ୍ୟାକାରୀକୁ ନେଇଥିବା କାର ଚାଳକ ମଧ୍ୟ ଗିରଫ ହୋଇଛି। ସୁଟରର ଗିରଫ ଲାଗି ପୋଲିସ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.