Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ପିଓକେ ବିସ୍ଥାପିତଙ୍କ ଲାଗି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପ୍ରତି ପରିବାରଙ୍କୁ ମିଳିବ ୫.୫ଲକ୍ଷ ଟଙ୍କା

9/10/2019 at 4:11 PM

ନୂଆଦିଲ୍ଲୀ:  ପାକ୍ ଅଧିକୃତ କାଶ୍ମୀରରୁ ବିସ୍ଥାପିତ ହୋଇ ଭାରତକୁ ଚାଲିଆସିଥିବା ଲୋକଙ୍କ ପରିବାର ଲାଗି ବୁଧବାର କେନ୍ଦ୍ର କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାଶ୍ମୀରୀ ବିସ୍ଥାପିତଙ୍କ ସହାୟତା ଲାଗି ପରିବାର ପିଛା ୫ଲକ୍ଷ ୫୦ ହଜାର ଟଙ୍କା ସହୟତା ପ୍ରଦାନ କରାଯିବ। ଏଥିନିମନ୍ତେ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଏଣୁ ବିସ୍ଥାପିତଙ୍କ ସୂଚୀରେ ଏହି ପରିବାରଙ୍କ ନାମ ସାମିଲ କରାଯିବା ସହ ସେମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି।

ପିଓକେ ବିସ୍ଥାପିତଙ୍କ ସଂଖ୍ୟା ୫ହଜାର ୩ଶହ ବୋଲି ଜଣାପଡିଛି। ଏମାନେ ଅଲଗା ଅଲଗା ସମୟରେ ପୃଥକପୃଥକ ଭାରତ ଆସିଥିଲେ। କିଛି ଲୋକେ ଦେଶ ବିଭାଜନ ବେଳେ ଭାରତ ଚାଲିଆସିଥିବା ବେଳେ ଆଉ କିଛି ଲୋକ ଭାରତରେ କାଶ୍ମୀରର ବିଲୟ ବେଳେ ଆସିଥିଲେ। ତେବେ ଅନେକ ଲୋକ ପାକ୍ ଅଧିକୃତ କାଶ୍ମୀରରୁ ଚାଲିଆସିଥିଲେ। ତେବେ ସେମାନଙ୍କୁ ବିସ୍ଥାପିତଙ୍କ ସୂଚୀରେ ଏପର୍ଯ୍ୟନ୍ତ ସାମିଲ କରାଯାଇ ନଥିବା ବେଳେ ସେମାନେ କାଶ୍ମୀରରେ ନ ରହି ଦେଶର ଅନ୍ୟାନ୍ୟ ଅଞ୍ଚଳରେ ବସବାସ କରିବାକୁ ଲାଗିଥିଲେ। ତେବେ ପରେ କେତେକ ପରିବାର କାଶ୍ମୀରକୁ ଫେରିଯାଇ ସେଠାରେ ବସବାସ କରୁଥିବା ଜଣାପଡିଛି।

୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଏମାନଙ୍କୁ ସହାୟତା  କରିବାକୁ ଘୋଷଣା କରିଥିଲେ। ପ୍ରତି ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଘର କରି ରହିବା ଲାଗି ଦିଆଯିବ ବୋଲି କହିଥିଲେ। ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିଲା। ଅନ୍ୟପକ୍ଷରେ ପାକ୍ ଅଧିକୃତ କାଶ୍ମୀରରୁ ଚାଲିଆସିଥିବା ଏହି ଲୋକଙ୍କୁ ଦେଶରେ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଅଧିକାର ମିଳିନଥିବା ବେଳେ ସରକାରୀ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ ଥିଲେ। ଏଥିରେ ଜମ୍ମୁ-କାଶ୍ମୀରରେ ସମ୍ବିଧାନର  ୩୭୦ ଅନୁଚ୍ଛେଦ ପ୍ରତିବନ୍ଧକ ଥିଲା। ତେବେ ସରକାର ସମ୍ବିଧାନ ସଂଶୋଧନ କରିଥିବା ବେଳେ ଏହି ବିସ୍ଥାପିତ ପରିବାରମାନେ ଏବେ ଦେଶର ଅନ୍ୟ ନାଗରିକଙ୍କ ଭଳି ରାଜନୈତିକ ଓ ସରକାରୀ ସୁବିଧା ସୁଯୋଗ ପାଇବା ସହ ସରକାର ଏବେ ସହାୟତା ମଧ୍ୟ କରିବେ।   

   Related Posts