Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଏହି ମନ୍ଦିରରେ ଶନିଦେବଙ୍କୁ ତେଲ ଅର୍ପଣ କରିବା ପରେ ଆଲିଙ୍ଗନ କରିବାର ରହିଛି ପୁରୁଣା ପରମ୍ପରା : ଜାଣନ୍ତୁ କାହିଁକି

22/06/2019 at 2:08 PM

ମଧ୍ୟପ୍ରଦେଶ ଗ୍ୱାଲିୟରରୁ ୧୮ କି:ମି: ଦୂର ମୁରୈନା ଜିଲ୍ଲାରେ ଥିବା ଶନି ମନ୍ଦିର ଅନ୍ୟ ମନ୍ଦିର ଠାରୁ ବହୁତ ଅଲଗା । ଏହି ମନ୍ଦିରର ନାଁ ହେଲା ଶନିଶ୍ଚରା ମନ୍ଦିର । ଏହି ମନ୍ଦିରର ଇତିହାସ ରାମାୟଣ କାଳ ସହ ଜଡିତ । ଏହା ଦେଶର ସବୁଠାରୁ ପ୍ରାଚୀନତମ ଶନି ମନ୍ଦିର । ଶନିଦେବ ଏଠାରେ ବିରାଜମାନ କରିଥିବା ଯୋଗୁଁ ଏହି ଜାଗାକୁ ବହୁତ ପ୍ରଭାବଶାଳୀ ବୋଲି ବିଶ୍ୱାସ କରାଯାଏ । ଏହି ମନ୍ଦିରର ବିଶେଷତ୍ୱ ହେଲା ଏଠାରେ ତେଲ ଅର୍ପଣ କରିବା ପରେ ତାଙ୍କୁ ଆଲିଙ୍ଗନ କରାଯାଇଥାଏ ।

ସ୍ଥାନୀୟ କଥା ଅନୁଯାୟୀ, ରାବଣ ଶନିଦେବଙ୍କୁ କଏଦ କରି ରଖିଥିଲେ । ହନୁମାନ ଯେତେବେଳେ ମତ ସୀତାଙ୍କୁ ଖୋଜିଖୋଜି ଲଙ୍କାରେ ପହଂଚିଥିଲେ, ସେତେବେଳେ ସେ ଶନିଦେବଙ୍କୁ ରାବଣ କଏଦ କରି ରଖିଥିବା ଦେଖିଥିଲେ । ଶନିଦେବ ହନୁମାନଙ୍କୁ ଦେଖି ତାଙ୍କୁ ସେଠାରୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ । ଶନିଦେବଙ୍କ ଅନୁରୋଧ ରକ୍ଷା କରି ହନୁମାନ ତାଙ୍କୁ ଲଙ୍କାରୁ ଦୂରକୁ ଫୋପାଡ଼ି ଦେଇଥିଲେ । ଶନିଦେବ ଏଠାରେ ଏକ ସୁରକ୍ଷିତ ସ୍ଥାନରେ ପଡ଼ିଥିଲେ । ହନୁମାନ ଫୋପାଡିବା ଦ୍ୱାରା ଶନିଦେବ ଏଠାରେ ପ୍ରତିଷ୍ଠିତ ହୋଇଗଲେ ଏବଂ ସେହିଦିନ ଠାରୁ ମୁରୈନା ଶନିଙ୍କ ଅଂଚଳ ଭାବେ ପରିଚିତ ହେଲା ।

ହନୁମାନ ଶନିଦେବଙ୍କୁ ଫୋପାଡ଼ିପାରେ ଏଠାରେ ଉଲକାପାତ ଭଳି ହୋଇଥିଲା । ଶିଳା ରୂପରେ ଶନିଦେବ ଏଠାରେ ପ୍ରତିଷ୍ଠିତ ହେବାରୁ ଏକ ବଡ ଗାତ ସୃଷ୍ଟି ହୋଇଥିଲା । ଉଲକା ପଡିଲେ ଯେମିତି ଗତ ହୋଇଯାଏ ଠିକ ସେମିତି ଏକ ଗତ ହୋଇଥିଲା । ଏହି ଗାତ ଆଜି ମଧ୍ୟ ସେହିଭଳି ଏଠାରେ ରହିଛି ।

ଏଠାରେ ଶନିଦେବଙ୍କୁ ତେଲ ଅର୍ପଣ କରିବା ପରେ ଶନିଦେବଙ୍କୁ ଆଲିଙ୍ଗନ କରିବାର ପରମ୍ପରା ରହିଛି । ଏଠାକୁ ଯିଏ ବି ଆସନ୍ତି ସେ ଶନିଦେବଙ୍କୁ ତେଲ ଅର୍ପଣ କରିବା ପରେ ସ୍ନେହ ଏବଂ ବିଶ୍ୱାସର ସହ ଶନିଦେବଙ୍କୁ ଆଲିଙ୍ଗନ କରିଥାଏ । ଶନିଦେବଙ୍କୁ ଆଲିଙ୍ଗନ କରି ନିଜ ସମସ୍ୟା କହିଥାନ୍ତି । ଶନିଦେବଙ୍କୁ ଆଲିଙ୍ଗନ କରି ନିଜ ସମସ୍ୟା କହିବା ଦ୍ୱାରା ଶନିଦେବ ସବୁ ସମସ୍ୟା ଦୂର କରିଦେଇଥାନ୍ତି ବୋଲି ବିଶ୍ୱାସ ରହିଛି ।

   Related Posts