ଏହି ବ୍ରତ କଲେ ମିଳିବ ଶିବ ପାର୍ବତୀଙ୍କ କୃପା, ଜାଣନ୍ତୁ ବ୍ରତର ପୂଜା ବିଧି

Published By : Prameya-News7 Bureau | December 09, 2019 IST

ହିନ୍ଦୁ ଧର୍ମରେ ପ୍ରଦୋଷ ବ୍ରତର ବହୁତ ମହତ୍ତ୍ବ ରହିଛି। ଏଭଳି ଶୁଭ ଦିନରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ବ୍ରତ ମାର୍ଗଶୀର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ  ପାଳନ କରାଯାଇଥାଏ । ପ୍ରଦୋଷରେ ବ୍ରତ ଓ ପୂଜା ପାଠ କଲେ ମଣିଷଙ୍କୁ ପାପରୁ ମୁକ୍ତି ମିଳିଥାଏ। ଏହି ବ୍ରତରେ ଲୋକମାନେ ୨ଟି ଗାଈ ଦାନ କଲେ  ଅତି ପୁଣ୍ୟଫଳ ପ୍ରାପ୍ତି ହୁଏ । ଏହି ପବିତ୍ର ଦିନରେ ଶିବଙ୍କ ସହ ମାଆ ପାର୍ବତୀଙ୍କୁ ମଧ୍ୟ ପୂଜା କରାଯାଏ।

ସୋମବାର ଦିନ ଏହି ପ୍ରଦୋଷ ଥିଲେ ଏହାକୁ ସୋମ୍‌ ପ୍ରଦୋଷମ୍‌ ବା ଚନ୍ଦ୍ର ପ୍ରଦୋଷମ୍‌ ବୋଲି କୁହାଯାଏ। ଏହି ଦିନରେ ଭକ୍ତମାନଙ୍କ ମନୋସ୍କାମନା ପୂରଣ ହୋଇଥାଏ। କେବଳ ସେତିକି ନୁହେଁ ପ୍ରଦୋଷ ବ୍ରତରେ ପୂଜା ପାଠ ଓ ଦାନ ଦେଲେ ବହୁ ପୁଣ୍ୟ ଫଳ ପ୍ରାପ୍ତି ସବ ମନୋବାଞ୍ଚା ପୂରଣ ହୁଏ । ଲୋକମାନଙ୍କର ଦୁଃଖ ଦୂର ହେବା ସହ ଅନେକ ସମସ୍ୟାର ସମାଧାନ ମଧ୍ୟ ହୁଏ।  

ପ୍ରଦୋଷ ବ୍ରତ ପାଳନ କଲେ ସକାଳେ ଶୀଘ୍ର ଉଠି ସ୍ନାନ କରି ଭଗବାନ ଶିବଙ୍କୁ ପୂଜା କରନ୍ତି। ଶିବଙ୍କୁ ବେଲ ପତ୍ର, ଚାଉଳ, ଫୁଲ, ଧୂପ, ଫଳ, ପାନ, ସୁପାରି ଚଢାଯାଏ। ଭଗବାନ ଶିବଙ୍କ ସହ ମାଆ ପାର୍ବତୀଙ୍କୁ ମଧ୍ୟ ପୂଜା କରାଯାଏ। ଏଥର ପ୍ରଦୋଷ ବ୍ରତ ଶୁକ୍ରବାର ଦିନ ପଡୁଛି ଯାହା ଖୁବ ଶୁଭ ବୋଲି କୁହାଯାଉଛି। ପ୍ରଦୋଷ ବ୍ରତ ସୌଭାଗ୍ୟ ଓ ଦାମ୍ପତ୍ୟ ଜୀବନର ସୁଖ ଶାନ୍ତି ପାଇଁ ପାଳନ କରାଯାଏ। ଏହି ବ୍ରତ ପାଳିବା ପୂର୍ବରୁ ପୂରା ଘରକୁ ଗଙ୍ଗା ଜଳ ସିଞ୍ଚନ କରି ପବିତ୍ର କରିବା ଉଚିତ୍‌। ଶାସ୍ତ୍ର ଅନୁସାରେ ଏହି ବ୍ରତର ମହତ୍ତ୍ବ ଅନ୍ୟ ବ୍ରତଠାରୁ ଅଧିକ ରହିଛି ବୋଲି କୁହାଯାଏ।          

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.