Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

‘ଓଁ’ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ମନ୍ତ୍ର: ଜାଣନ୍ତୁ ଉଚ୍ଚାରଣର ସଠିକ ତରିକା, ମିଳିଥାଏ ଅନେକ ଲାଭ

18/01/2021 at 12:01 PM

ଭୁବନେଶ୍ୱର ୧୮/୦୧ : ଓଁ ଶବ୍ଦକୁ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ଓ ଧାର୍ମିକ ବୋଲି କୁହାଯାଏ। ଓଁ ବିନା ଯେକୌଣସି ମନ୍ତ୍ର ବି ହେଉଁ ନା କାହିଁକି ଅଧୁରା ବୋଲି କୁହାଯାଏ। ଯେକୌଣସି ଦେବାଦେବୀଙ୍କ ପୂଜା ହେଉ, ସର୍ବ ପ୍ରଥମେ ଓଁ ଉଚ୍ଚାରଣ କରାଯାଇଥର। ହିନ୍ଦୁ ଧର୍ମରେ ସବୁ ମନ୍ତ୍ର ପୂର୍ବରୁ ଓଁ ପ୍ରୟୋଗ କରାଯାଇଥାଏ। ଶାସ୍ତ୍ର ଅନୁସାରେ ଓଁ ଶବ୍ଦ ଭଗବାନ ଶିବଙ୍କ ଅତି ପ୍ରିୟ। ବିଜ୍ଞାନ ମଧ୍ୟ ଏହି ଶବ୍ଦକୁ ମେଡିକେଟେଡ଼ ବୋଲି କହିଛି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଓଁ ଶବ୍ଦ ଉଚ୍ଚାରଣରୁ ବାହାରୁଥିବା ଧ୍ୱନି ମନକୁ ଶାନ୍ତ ରଖିଥାଏ ଓ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତ କରିଥାଏ। ଓଁ ଶବ୍ଦରେ ଅନେକ ଶକ୍ତି ରହିଛି। ତେବେ ଏହି ଓଁ ଶବ୍ଦ ଉଚ୍ଚାରଣର ସଠିକ ତରିକାରେ କରିବା ଉଚିତ।

ଓଁ ନିଜେ ଏକ ମହତ୍ତ୍ୱପୂର୍ଣ୍ଣ ମନ୍ତ୍ର। ଏହି ମନ୍ତ୍ର ଯେତେ ଛୋଟ ଓ ସହଜ କିନ୍ତୁ ତାର ଉଚ୍ଚାରଣ ସେତିକି କଷ୍ଟ। ଅଧିକାଂଶ ଲୋକ ଓଁ ଉଚ୍ଚାରଣ ଠିକ ଭାବେ କରିନଥାନ୍ତି। ହିନ୍ଦୁ ଧର୍ମରେ ଯେକୌଣସି ମନ୍ତ୍ରର ଭୁଲ ଉଚ୍ଚାରଣ କଲେ ତାର ନକାରାତ୍ମକ ପ୍ରଭାବ ପଡିଥାଏ। ଓଁ ଶବ୍ଦ ୩ଟି ଅକ୍ଷରର ସଂଯୋଗରେ ହୋଇଛି, ଅ, ଉ, ମ। ‘ଅ’ର ଅର୍ଥ ଉତ୍ପନ୍ନ କରିବା,’ଉ’ ଅର୍ଥ ଉଠାଇବା ଏବଂ ‘ମ’ ଅର୍ଥ ମୌନ ରହିବା। ଏହି ୩ଟି ଅକ୍ଷରକୁ ଯୋଡିବା ଅର୍ଥାତ ବ୍ରହ୍ମାଲୀନ ହୋଇଯିବା। ସେଥିପାଇଁ ଯେବେ ବି ଓଁ ଉଚ୍ଚାରଣ କଲେ ଏହି ୩ଟି ଅକ୍ଷର ଉପରେ ଦୃଷ୍ଟି ନିଶ୍ଚୟ ଦିଅନ୍ତୁ।

ଓଁ ଶବ୍ଦ ଉଚ୍ଚାରଣ ବେଳେ ଏକ ବିଶେଷ ଧ୍ୱନି ଉତ୍ପନ୍ନ ହୋଇଥାଏ ଯାହାଦ୍ୱାରା ଶରୀରର ବିଭିନ୍ନ ଭାଗରେ କମ୍ପନ ହୋଇଥାଏ। ‘ଉ’ ଉଚ୍ଚାରଣ ଦ୍ୱାରା ଶରୀରର ମଧ୍ୟ ଭାଗରେ କମ୍ପନ ହୋଇଥାଏ। ଏହାଦ୍ୱାରା ଛାତି, ଫୁସଫୁସ ଓ ପେଟ ଉପରେ ଭଲ ପ୍ରଭାବ ପଡିଥାଏ। ‘ମ’ ଉଚ୍ଚାରଣ ବେଳେ ଏହାର ଧ୍ୱନି ଦ୍ୱାରା ମସ୍ତିସ୍କରେ କମ୍ପନ ହୋଇଥାଏ। ଯାହାଦ୍ୱାରା ମସ୍ତିସ୍କର ସବୁ ଶିରାପ୍ରଶିରା ଖୋଲି ଯାଇଥାଏ। ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଏହି ଭାଗରେ ରହିଥାଏ।

ଓଁ ଶବ୍ଦରେ ଯେଉଁ କମ୍ପନ ହୋଇଥାଏ ତାହା ଶରୀରକୁ ଭିତରୁ ଶୁଦ୍ଧ କରିଥାଏ। ଏହା ସ୍ମରଣ ଶକ୍ତି ବୃଦ୍ଧି କରିଥାଏ ଓ ଏକାଗ୍ରତା କ୍ଷମତା ବଢାଇଥାଏ। ଓଁ ଉଚ୍ଚାରଣ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ। ଏହା ବିଚାରଧାରାରେ ପରିବର୍ତ୍ତନ ଆଣିଥାଏ ଓ ଛୋଟ ଛୋଟ ସମସ୍ୟାରୁ ବାହାରିବାକୁ ରାସ୍ତା ଦେଖାଇଥାଏ।

ପ୍ରତ୍ୟେକ କାମ କରିବାର ଏକ ସଠିକ ସମୟ ଓ ତରିକା ରହିଛି। ସେହିଭଳି କୌଣସି ମନ୍ତ୍ର ଉଚ୍ଚାରଣର ବି ଏକ ସମୟ ରହିଛି। କୌଣସି ମନ୍ତ୍ରରେ ଠିକ ସମୟରେ ଜପ ନ କଲେ ତାର ପ୍ରଭାବ ସମ୍ଭବତଃ ପଡ଼ିନଥାଏ। ସେହିଭଳି ‘ଓଁ’ ମନ୍ତ୍ର ଉଚ୍ଚାରଣର ବି ଏକ ସମୟ ରହିଛି। ସକାଳେ ସୂର୍ଯ୍ୟ ଉଦୟ ପୂର୍ବରୁ କୌଣସି ଶାନ୍ତ ସ୍ଥାନରେ ସୁଖାସନ ମୁଦ୍ରାରେ ବସି ଓଁ ମନ୍ତ୍ର ଜପ କରିବା ଉଚିତ। ଓଁ ମନ୍ତ୍ର ଜପ କଲାବେଳେ ୧୦୮ ଥର ଜପ କରିବା ଉଚିତ।

ଓଁ ଜପ କଲାବେଳେ ଆପଣଙ୍କ ପୁରା ଧ୍ୟାନ କେବଳ ଏହି ଶବ୍ଦ ଉପରେ ରହିବା ଆବଶ୍ୟକ। ଉଚ୍ଚାରଣ ସମୟରେ ମନ ଭିତରେ ଏହାକୁ ଅନୁଭବ କରିବାକୁ ହେବ। ଉଚ୍ଚାରଣ ସମୟରେ ମନ ଆଖି ମାଧ୍ୟମରେ ଏହି ଶବ୍ଦକୁ ଦେଖିବାକୁ ଚେଷ୍ଟା କରନ୍ତୁ। ଯାହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ମନରେ ମନ୍ତ୍ର ଉଚ୍ଚାରଣ କରିପାରିବେ।

   Related Posts