Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଭୈରବ ଅର୍ଥ ଭୟଙ୍କର ସ୍ୱର: କାଳଭୈରବଙ୍କୁ ଶିବ ଦେଇଛନ୍ତି ପ୍ରତ୍ୟେକ ଶକ୍ତିପୀଠର ସୁରକ୍ଷା ଦାୟିତ୍ୱ, ପୂଜା କଲେ ଦୂର ହୁଏ ରୋଗ-କଷ୍ଟ

27/11/2021 at 4:34 PM

ଭୁବନେଶ୍ୱର ୨୭/୧୧ : ଶନିବାର ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳ ଭୈରବାଷ୍ଟମୀ ପାଳନ କରାଯାଉଛି। ଅଷ୍ଟମୀ ତିଥିର ସ୍ୱାମୀ ରୁଦ୍ର। ସେଥିପାଇଁ ପ୍ରତ୍ୟେକ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳ ଭୈରବଙ୍କୁ ପୂଜା କରିବାର ପରମ୍ପରା ରହିଛି। ସେଥିପାଇଁ ଏହାକୁ କାଳାଷ୍ଟମୀ ମଧ୍ୟ କୁହାଯାଏ। କାଳାଷ୍ଟମୀ ଦିନ ଭଗବାନ ଶିବଙ୍କ ରୁଦ୍ର ରୂପ ଅର୍ଥାତ ଭଗବାନ ଭୈରବଙ୍କୁ ପୂଜା କରାଯାଏ। ଭୈରବଙ୍କୁ ପୂଜା କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଭଗବାନ ଶିବ ନକାରାତ୍ମକ ଶକ୍ତିକୁ ନଷ୍ଟ କରିବାକୁ ରୁଦ୍ର ରୂପ ଧାରଣ କରିଥିଲେ। କାଳଭୈରବ ରୁଦ୍ରଙ୍କ ସ୍ୱରୂପ।

ପୌରାଣିକ ବିଶ୍ୱାସ ଅନୁଯାୟୀ, ପ୍ରାଚୀନ କାଳରେ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶିବ ଦେବୀ ମା’ଙ୍କୁ ରକ୍ଷା କରିବାକୁ କାଳଭୈରବ ଅବତାର ନେଇଥିଲେ। ଯେତେବେଳେ ଭଗବାନ ଶିବଙ୍କ ଏହି ରୂପ ପ୍ରକଟ ହେଲା ସେତେବେଳେ ସେ ଭୟ ବଢାଉଥିବା ସ୍ୱର ଉତ୍ପନ୍ନ କରିଥିଲେ। ସେଥିପାଇଁ ଏହି ସ୍ୱରୂପକୁ ଭୈରବ କୁହାଯାଏ। ଏହି ଅବତାର ସର୍ବଦା ଶକ୍ତିପୀଠର ସୁରକ୍ଷାରେ ରୁହନ୍ତି। ଭଗବାନ ଶିବ ତାଙ୍କୁ ସୁରକ୍ଷା ପାଇଁ ନିଯୁକ୍ତ କରିଛନ୍ତି। ସେଥିପାଇଁ ପ୍ରତ୍ୟେକ ଦେବୀ ମନ୍ଦିରରେ କାଳଭୈରବ ମଧ୍ୟ ଥାଆନ୍ତି।

କାଳାଷ୍ଟମୀ ଦିନ ବ୍ରତ ପାଳନ କରି ଭଗବାନ ଭୈରବଙ୍କ ସହ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ମଧ୍ୟ ପୂଜା କରାଯାଏ। ଏହା ଦିନ ଶିବ ପାର୍ବତୀଙ୍କ କଥା ଶୁଣିଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଏହି ଦିନ ଯେକୌଣସି ଭୈରବ ମନ୍ଦିରକୁ ଯାଇ ସୋରିଷ ତେଲ ଦୀପ ନିଶ୍ଚୟ ଲଗାଇବା ଉଚିତ। ଏହି ଦିନ ଭୈରବଙ୍କୁ ପୂଜା କଲେ ନକାରାତ୍ମକ ଶକ୍ତିର ପ୍ରଭାବ ନଷ୍ଟ ହୋଇଥାଏ। ଏହି ଦିନ କଳା କୁକୁରକୁ ରୁଟି ଖାଇବାକୁ ଦେବା ଉଚିତ। ଏହାଦ୍ୱାରା ଭୈରବ ପ୍ରସନ୍ନ ହୋଇଥାନ୍ତି। ଏହି ଦିନ ବିଧି ବିଧାନ ଅନୁଯାୟୀ ପୂଜା କଲେ ସବୁ କଷ୍ଟ ଦୂର ହୋଇଥାଏ। ଏହି ବ୍ରତ ପାଳନ କଲେ ରୋଗ ଦୂର ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୁଏ।

   Related Posts