Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ନଦୀରେ ସ୍ନାନ ଓ ଦାନପୁଣ୍ୟର ରହିଛି ବିଶେଷ ମହତ୍ତ୍ୱ, ଜାଣନ୍ତୁ ଏହାପଛର ପୌରାଣିକ କଥା

23/11/2020 at 12:05 PM

ଭୁବନେଶ୍ୱର ୨୩/୧୧ : ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସଧର୍ମ ମାସ କୁହାଯାଏ। କାର୍ତ୍ତିକ ଅମାବାସ୍ୟାର ଯେତିକି ମହତ୍ତ୍ୱ ଅଛି କାର୍ତ୍ତିକ ପୂର୍ଣ୍ଣିମାର ମଧ୍ୟ ସେତିକି ମହତ୍ତ୍ୱ ରହିଛି। ଏଥର କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୩୦ ତାରିଖରେ ପଡୁଛି। ଏହି ଦିନ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବାର ବିଶେଷ ମହତ୍ତ୍ୱ ରହିଛି। ଗଙ୍ଗା ନଦୀରେ ନହେଲେ ବି ଯେକୌଣସି ପବିତ୍ର ନଦୀରେ ସ୍ନାନ କଲେ ଶୁଭ ଫଳ ମିଳେ ବୋଲି କୁହାଯାଏ। କାର୍ତ୍ତିମା ପୂର୍ଣ୍ଣିମା ଦିନ ଦାନପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି। ୩୦ ତାରିଖରେ ଗୁରୁଃନନ୍କ ଜୟନ୍ତୀ ମଧ୍ୟ ପଡୁଛି। ପୁରାଣରେ କାର୍ତ୍ତିକ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ। ଏହିଦିନ ଦେବ ଦୀପାବଳି ପାଳନ ପରମ୍ପରା ମଧ୍ୟ ରହିଛି। କାର୍ତ୍ତିକ ମାସରେ ଦାନପୁଣ୍ୟ କଲେ କଣ ଫଳ ମିଳେ, ଶୁଭ ମୁହୂର୍ତ୍ତ ଏବଂ ପୌରାଣିକ କଥା ସମ୍ପର୍କରେ ଜାଣନ୍ତୁ :

କାର୍ତ୍ତିମା ପୂର୍ଣ୍ଣିମା ଦିନ ଗଙ୍ଗା ସ୍ନାନର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଗଙ୍ଗାରେ ସ୍ନାନ କଲେ ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି କୁହାଯାଏ। ସ୍ନାନ ପରେ ଦାନ ମଧ୍ୟ କରିବା ଉଚିତ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ନଦୀରେ ବୁଡ଼ ପକାଇଲେ ସବୁ ପାପ ନାଶ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ସେଥିପାଇଁ ଏହି ଦିନ ଗଙ୍ଗାରେ ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚିଥାନ୍ତି। 

କାର୍ତ୍ତିକ ପୂର୍ଣ୍ଣିମା ଆରମ୍ଭ – ନଭେମ୍ବର ୨୯ ତାରିଖ ରାତି ୧୨ଟା ୪୭ ମିନିଟ୍

କାର୍ତ୍ତିକ ପୂର୍ଣ୍ଣିମା ଶେଷ – ନଭେମ୍ବର ୩୦ ତାରିଖ ରାତି ୨ଟା ୫୯ ମିନିଟ୍

ଏକ କଥା ଅନୁସାରେ, ତ୍ରିପୁରାସୁର ନାମକ ରାକ୍ଷସ ୩ ଲୋକରେ ଆତଙ୍କ ଖେଳାଇଥିଲା। ଧୀରେ ଧୀରେ ସେ ସ୍ୱର୍ଗ ଲୋକରେ ମଧ୍ୟ ନିଜ ଅଧିକାର ବିସ୍ତାର କଲା। ତ୍ରିପୁରାସୁର ପ୍ରୟାଗରେ ବହୁତ ଦିନ ଯାଏଁ ତପସ୍ୟା କଲା। ତା ତପସ୍ୟା ତେଜରେ ତିନି ଲୋକ ଜଳିବାକୁ ଲାଗିଲା। ଏହାପରେ ବ୍ରହ୍ମା ତା ସମ୍ମୁଖରେ ପ୍ରକଟ ହେଲେ ଓ ବରଦାନ ମାଗିବାକୁ କହିଲେ। ତ୍ରିପୁରାସୁର ବରଦାନ ମାଗିଲା ଯେ ତାଙ୍କୁ ଦେବତା, ସ୍ତ୍ରୀ, ପୁରୁଷ, ଜୀବଜନ୍ତୁ, ପାଖି, ନିଶାଚର କେହି ବି ମାରିନପାରନ୍ତୁ। ଏହି ବରଦାନ ମିଳିବ ପରେ ତ୍ରିପୁରାସୁର ଅମର ହୋଇଗଲେ ଏବଂ ଦେବତାଙ୍କ ମଧ୍ୟରେ ଅତ୍ୟାଚାର କରିବାକୁ ଲାଗିଲା। ଫଳରେ ଦେବତାମାନେ ବ୍ରହ୍ମାଙ୍କ ପାଖକୁ ଯାଇ ତ୍ରିପୁରାସୁରର ଅନ୍ତ କରିବାକୁ ଉପାୟ ପଚାରିଲେ। ବ୍ରହ୍ମା ତ୍ରିପୁରାସୁରର ଅନ୍ତ କରିବାକୁ ଉପାୟ ବତାଇଲେ। ଏହାପରେ ସବୁ ଦେବତା ଭଗବାନ ଶିବଙ୍କ ପାଖକୁ ଯାଇ ତ୍ରିପୁରାସୁରର ବଧ କରିବାକୁ ପ୍ରାର୍ଥନା କଲେ। ତେବେ ଯାଇ ମହାଦେବ ତ୍ରିପୁରାସୁରର ବଧ କଲେ। ସେଥିପାଇଁ ଅନେକ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ।

   Related Posts