Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ : ଜାଣନ୍ତୁ କିପରି କରିବେ ବ୍ୟବହାର

19/10/2020 at 12:07 PM

କଳିଯୁଗରେ ସୂର୍ଯ୍ୟଙ୍କୁ ପ୍ରତ୍ୟେକ୍ଷ ଦେବତା ଭାବେ କୁହାଯାଇଥାଏ। ବାସ୍ତୁର କିଛି ନିୟମ ମଧ୍ୟ ସୂର୍ଯ୍ୟଙ୍କ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଉର୍ଜାହୀନ ତେବେ ତାହାକୁ ସୂର୍ଯ୍ୟଙ୍କ କିରଣ ଦ୍ବାରା ଶକ୍ତିଶାଳୀ କରାଯିବ। ଏହି ସୂର୍ଯ୍ୟଙ୍କ କିରଣ ନିୟନ୍ତ୍ରିତ ମାତ୍ରାରେ କ୍ରିଷ୍ଟାଲ୍ ଆପଣଙ୍କ ଯାଏଁ ପହଞ୍ଚାଇ ଥାଆନ୍ତି। ବାସ୍ତୁରେ କ୍ରିଷ୍ଟାଲ୍‌ର ଅତ୍ୟନ୍ତ ମହତ୍ତ୍ବ ରହିଥାଏ। ଦେଖିବାକୁ ଚମକଦାର ଏବଂ ଅତ୍ୟନ୍ତ ଆକର୍ଷଣୀୟ ଲାଗୁଥିବା କ୍ରିଷ୍ଟାଲ୍ ଦ୍ବାରା ବାସ୍ତବ ଜୀବନରେ ଅନେକ ସୁଧାର ଅଣାଯାଇ ପାରିବ।

ଯଦି ଆପଣ କ୍ରିଷ୍ଟାଲକୁ ନିଜ ମନ ଅନୁସାରେ ରଖିବାକୁ ଚାହିଁବେ ତେବେ ବୋଧ ହୁଏ ଆପଣ ଯେଉଁ ଲାଭ ଖୋଜୁଛନ୍ତି ତାହା ଆପଣଙ୍କୁ ମିଳିବ ନାହିଁ। ଭିନ୍ନ ଭିନ୍ନ ସମସ୍ୟାର ସମାଧାନ ପାଇଁ କ୍ରିଷ୍ଟାଲକୁ ଭିନ୍ନ ଭିନ୍ନ ସ୍ଥାନରେ ରଖିବା ଜରୁରୀ। ଆସନ୍ତୁ ଜାଣିବା କ୍ରିଷ୍ଟାଲର ବାସ୍ତୁ କନେକ୍ସନ ବିଷୟରେ

– ଯେ କୌଣସି କ୍ରିଷ୍ଟାଲ୍ ବଲ୍‌କୁ ଲଗାଇବା ପୂର୍ବରୁ ଏହାକୁ ସୂର୍ଯ୍ୟ କିରଣ ଦ୍ବାରା ଆକ୍ଟିଭ କରନ୍ତୁ।

– ଯଦି ଆପଣଙ୍କ ଘରେ ସବୁବେଳେ ଲଢ଼େଇ-ଝଗଡ଼ା ହେଉଥାଏ ତେବେ ଆପଣ ନିଜ ଘରର ଲିଭିଂ ରୁମରେ କ୍ରିଷ୍ଟାଲ୍ ବଲକୁ ଏଭଳି ଲଗାନ୍ତୁ ଯାହା ଦ୍ବାରା ସୂର୍ଯ୍ୟଙ୍କ କିରଣ ଏଥିରେ ଭେଦି ଆପଣଙ୍କ ଘର ଭିତରକୁ ଆସିବ। ଯଦି ସେଠାରେ ସୂର୍ଯ୍ୟଙ୍କ କିରଣ ଆସୁନଥିବ ତେବେ କିଛି ସମୟ ଏହାକୁ ସୂର୍ଯ୍ୟଙ୍କ କିରଣରେ ଆକ୍ଟିଭ କରନ୍ତୁ ଏବଂ ଏହା ପରେ ସେହି ସ୍ଥାନରେ ରଖି ଦିଅନ୍ତୁ।

– ବ୍ୟବସାୟରେ ଲଗାତାର କ୍ଷତି ହେଉଥିଲେ ଏକ ରଙ୍ଗବେରଙ୍ଗ କ୍ରିଷ୍ଟାଲ୍ ବଲ୍ ଅଫିସ୍ କିମ୍ବା ଫ୍ୟାକ୍ଟ୍ରିର ଉତ୍ତର-ପଶ୍ଚିମ ଦିଗରେ ରଖି ଦିଅନ୍ତୁ।

– ଯଦି ଆପଣଙ୍କ ସାଥୀଙ୍କ ସହ ଆପଣଙ୍କ ଝଗଡ଼ା ଚାଲିଛି ତେବେ ବେଡରୁମରେ ପ୍ରତିଦିନ କ୍ବାର୍ଟସର କ୍ରିଷ୍ଟାଲ୍ ବଲ୍ ରଖନ୍ତୁ,କିନ୍ତୁ ଧ୍ୟାନ ରଖନ୍ତୁ ଯେ ଏହି କ୍ରିଷ୍ଟାଲ୍ ବଲ୍‌କୁ ୩ଥର ଘଣ୍ଟାର କଣ୍ଟା ପରି ବୁଲାନ୍ତୁ।

– ଯେଉଁ ବାପା-ମାଆମାନେ ନିଜ ପିଲାଙ୍କୁ ପାଠପଢ଼ା ପ୍ରତି ଫୋକସ୍ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ଷ୍ଟଡି ରୁମରେ କ୍ରିଷ୍ଟାଲ୍ ବଲ୍ ଝୁଲାଇବା ଉଚିତ୍। ଏହି କ୍ରିଷ୍ଟାଲ୍ ବଲ୍ ଘରର ଉତ୍ତର-ପୂର୍ବ ଦିଗରେ ଝୁଲାଇବା ଉଚିତ୍।

– କ୍ରିଷ୍ଟାଲ୍‌କୁ ଘରର ପୂର୍ବ ଦିଗରେ ଲଗାଇବା ଉଚିତ୍। ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତି କମ୍ ହୋଇଥାଏ ଏବଂ ଘରେ ଖୁସି ଆସିଥାଏ।

– କ୍ରିଷ୍ଟାଲ୍ ଗ୍ଳୋବକୁ ପ୍ରୟୋଗ କରିବା ପୂର୍ବରୁ ୨୪ଘଣ୍ଟା ପାଇଁ ଲୁଣର ଘୋଳରେ ରଖି ଦିଅନ୍ତୁ। ଏହା ପରେ ସଫା ପାଣିରେ ଧୋଇ କାଚର ବାସନରେ ରଖି ସକାଳେ ଖରାରେ ୨/୩ଘଣ୍ଟା ଶୁଖାଇବା ଉଚିତ୍। ଏପରି କରିବା ଦ୍ବାରା କ୍ରିଷ୍ଟାଲ୍ ଗ୍ଲୋବ୍ ଆହୁରି ପ୍ରଭାବଶାଳୀ ହୋଇ ଯାଇଥାଏ। ଏହି ଗ୍ଲୋବକୁ ଦିନକୁ ୩ଥର ବୁଲାଇବା ଉଚିତ୍। ଏଥିରୁ ବାହାରୁଥିବା ଶକ୍ତି ଚାରି ଆଡ଼େ ବିଛାଇ ହୋଇଯିବ।

   Related Posts