ଯୁବପିଢ଼ିଙ୍କ ବହୁ ପ୍ରଭାବଶାଳୀ ଗାୟତ୍ରୀ ମନ୍ତ୍ର : ମନ୍ତ୍ର ଜପ ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା

Published By : Prameya-News7 Bureau | June 11, 2019 IST

ଭୁବନେଶ୍ୱର ୧୧/୬ : ମଣିଷର ବୟସ ବଢି ବଢି ଯିବା ସଂଗେ ସମସ୍ୟା ମଧ୍ୟ ବଢି ବଢି ଯାଇଥାଏ ।  ବୟସ କମ ଥିବାବେଳେ ଅଭିଭାବକ ସମସ୍ୟା ସମାଧାନ କରିବାରେ ଜୀବପିଢୀଙ୍କୁ ସାହାଯ୍ୟ କରନ୍ତି । କିନ୍ତୁ ଯେତେବେଳେ ବୟସ ବଢେ ଅଭିଭାବକ ନିଜ ସମସ୍ୟାର ସମାଧାନ ନିଜେ ଖୋଜିବାକୁ ପ୍ରେରଣା ଦେଇଥାନ୍ତି । ଏହିଭଳି ପରିସ୍ଥିତିରେ ଯୁବପିଢ଼ିଙ୍କୁ ସକାରାତ୍ମକ ଚିନ୍ତାଧାରା ରଖିବାକୁ ପଡିଥାଏ । 

ଭାରତୀୟ ସଂସ୍କୃତି ଏବଂ ହିନ୍ଦୁ ଶାସ୍ତ୍ରରେ ଏମିତି ଏକ ମନ୍ତ୍ର ଅଛି ଯାହା ଦ୍ୱାରା ଯୁବକଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କଷ୍ଟରୁ ମୁକ୍ତି ମିଳିବ । ସେ ପାରିବାରିକ ସମସ୍ୟା ହେଉ କି ଶାରୀରିକ ଅଥବା ମାନସିକ, ସମସ୍ୟାରୁ ମୁକ୍ତି ମାର୍ଗ ଦେଖାଇଥାଏ ଏହି ମନ୍ତ୍ର । ଏହି ମନ୍ତ୍ର ଭାରତର ପ୍ରାଚୀନତମ ଗ୍ରନ୍ଥ ଋକବେଦରେ ଉଲ୍ଲେଖ ରହିଛି । ବୈଜ୍ଞାନିକମାନେ ବିଗତ କିଛି ବର୍ଷ ମଧ୍ୟରେ ଏହି ମନ୍ତ୍ର ଉପରେ ତର୍କବିତର୍କ, ତଥ୍ୟ, ରିସର୍ଚ୍ଚ ଆଦି କରି ଏହି ମନ୍ତ୍ରରେ ଅପାର ଶକ୍ତି ଥିବା ପ୍ରମାଣ ପାଇଛନ୍ତି ।

ଏହି ମହାମନ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର । ବେଦମାତା ଗାୟତ୍ରୀଙ୍କ ଉତ୍ପତ୍ତି ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ହୋଇଥିଲା । 

ଗାୟତ୍ରୀ ମନ୍ତ୍ରକୁ ଦେବମନ୍ତ୍ର ବୋଲି ବିଶ୍ଵାସ କରାଯାଏ । ଏହି ମନ୍ତ୍ରର ଅର୍ଥ ହେଲା ପ୍ରମାଣସ୍ୱରୂପ, ଦୁଃଖନାଶକ, ସୁଖ-ସ୍ୱରୂପ, ଶ୍ରେଷ୍ଠ, ତେଜସ୍ୱି, ପାପନାଶକ, ଦେବା ସ୍ୱରୂପ ପରମାତ୍ମାଙ୍କୁ ନିଜ ଆତ୍ମାରେ ଧାରଣା କରିବା । ଗାୟତ୍ରୀ ମନ୍ତ୍ର ଏମିତି ଏକ ମନ୍ତ୍ର ଯାହାକୁ ଜପ କରିବା ଦ୍ୱାରା ଯୁବପିଢ଼ି ତେଜସ୍ୱି ହୋଇଥାନ୍ତି, ପରମାତ୍ମାଙ୍କ କୃପା ମିଳିଥାଏ । ଯଦି ଜୀବନରେ ସ୍ଥିରତା ଆସିଯାଏ, ତାହେଲେ ଏହି ମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ଖୁସି ଏବଂ ସମ୍ମାନ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.