ନବରାତ୍ରିରେ ଘଟ ସ୍ଥାପନା ପୂର୍ବରୁ ବୁଣାଯାଇଥାଏ 'ଜବ': ଜାଣନ୍ତୁ ଏହାର ମହତ୍ତ୍ୱ

Published By : Prameya-News7 Bureau | September 30, 2020 IST

ଭୁବନେଶ୍ୱର ୩୦/୦୯ : ଏଥର ନବରାତ୍ରି ଅକ୍ଟୋବର ୧୭ ରୁ ଆରମ୍ଭ ହେବ । ନବରାତ୍ରିରେ ୯ ଦିନ ଯାଏଁ ମା'ଦୁର୍ଗାଙ୍କ ୯ ରୂପର ପୂଜା ହୋଇଥାଏ । ନବରାତ୍ରି ପ୍ରତିପଦା କଳସ ସ୍ଥାପନା ସହ ଆରମ୍ଭ ହୋଇଥାଏ । ଘଟ ସ୍ଥାପିତ କରିବା ପୂର୍ବରୁ ସଫା ମାଟି ଜବ ବୁଣିବାର ପରମ୍ପରା ରହିଛି । ୯ ଦିନର ବ୍ରତ ସମୟରେ ଏହି ଜବ ଯେପରି ଭଲ ଭାବେ ବଢିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଏ । ଘଟ ସ୍ଥାପନା ପୂର୍ବରୁ ଧାନ ବୁଣିବାର ଧାର୍ମିକ ମହତ୍ତ୍ୱ ରହିଛି ।

{"id":336687,"sizeSlug":"large"}

ପୌରାଣିକ ବିଶ୍ୱାସ ଅନୁଯାୟୀ, ଯେତେବେଳେ ପରମପିତା ବ୍ରହ୍ମା ସୃଷ୍ଟି ରଚନା କରିଥିଲେ ସେତେବେଳେ ସମସ୍ତ ବସ୍ତୁ ନିଜର ମୌଳିକ ପ୍ରକୃତିରେ ଥିଲେ । ନବରାତ୍ରି ନାଁରେ ଯେଉଁ ପ୍ରଥମ ଫସଲ ବିକଶିତ ହୋଇଥିଲା ତାହା ଜବର ଥିଲା । ସେଥିପାଇଁ ନବରାତ୍ରି ପୂର୍ବ ଦିନ ଘଟ ସ୍ଥାପନା କରିବା ପୂର୍ବରୁ ପୁରା ବିଧି ବିଧାନ ସହ ଜବ ବୁଣିବାର ପରମ୍ପରା ଚାଲିଆସିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଜବକୁ ବ୍ରହ୍ମାଙ୍କ ପ୍ରତୀକ ବୋଲି କୁହାଯାଏ । ସେଥିପାଇଁ ସର୍ବ ପ୍ରଥମେ ଜବକୁ ପୂଜା କରାଯାଇଥାଏ ଏବଂ ଘଟ ସ୍ଥାପନା ପୂର୍ବରୁ ସ୍ଥାପିତ କରାଯାଇଥାଏ ।

{"id":336688,"sizeSlug":"large"}

ଧାର୍ମିକ ବିଶ୍ୱାସ ଅନୁସାରେ ନବରାତ୍ରିରେ ବୁଣା ଯାଇଥିବା ଜବ ଯେତିକି ଶୀଘ୍ର ବଢେ ସେତିକି ଶୀଘ୍ର ଜାତକ ମଧ୍ୟ ଉନ୍ନତି କରିଥାଏ । ନବରାତ୍ରି ସମୟରେ ଯଦି ଜବ ଭଲ ଭାବେ ନ ବଢେ ତାହେଲେ ପୂଜା ସମାପନ ଅର୍ଥାତ ଅଷ୍ଟମୀ ଦିନ ବ୍ରତ ସମାପନ ପୂର୍ବରୁ ମା ନବଦୁର୍ଗାଙ୍କୁ ପ୍ରାର୍ଥନା କରିବେ ଏବଂ ନିଜ ଭୁଲ ପାଇଁ କ୍ଷମା ମାଗନ୍ତୁ । ନିଜ ଜୀବନରେ ମାଙ୍କ ଆଶୀର୍ବାଦ ବଜାୟ ରଖିବାକୁ ଏବଂ ସମସ୍ତ ବିପତ୍ତିରୁ ରକ୍ଷା କରିବାକୁ ମାଙ୍କୁ ପ୍ରାର୍ଥନା କରନ୍ତୁ । ଏହାସହ ୨୦୦୮ ଥର ମା'ଦୁର୍ଗାଙ୍କ ବୀଜ ମନ୍ତ୍ର ଜପ କରିବା ଉଚିତ ।

{"id":336690,"sizeSlug":"large"}

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.