ଭାରତ ଇତିହାସରେ ଫେବୃଆରୀ ୨୦ ତାରିଖର ମହତ୍ୱ : ଜାଣନ୍ତୁ କ'ଣ ହୋଇଥିଲା

Published By : Prameya-News7 Bureau | February 20, 2019 IST

ଦିଲ୍ଲୀ ୨୦/୨ : ଭାରତ ଇତିହାସରେ ଆଜିର ଦିନ ଅର୍ଥାତ ଫେବୃଆରୀ ୨୦ ବହୁତ ମୁହୁତ୍ୱପୁର୍ଣ | ବର୍ଷ ବର୍ଷ ଧରି ବ୍ରିଟିଶ ସରକାର ଭାରତରେ ଶାସନ କରୁଥିଲେ | ୧୯୪୭ ମସିହା ଫେବୃଆରୀ ୨୦ ତାରିଖରେ ବ୍ରିଟିଶର ତତ୍କାଳୀନ ପ୍ରଧାନମନ୍ତ୍ରୀ କ୍ଳେମେଣ୍ଟ ଏଟଲି ୧୯୪୮ ମସିହା ଜୁନ ୩୦ ତାରିଖରେ ଭାରତ ସ୍ୱାଧୀନ ହେବ ବୋଲି ଘୋଷଣା କରିଥିଲେ | କିନ୍ତୁ ଦେଶ ସ୍ୱାଧୀନ ହୋଇଥିଲା ଅଗଷ୍ଟ ୧୯୪୭ ମସିହା ୧୫ ତାରିଖରେ | ଦେଶ ସ୍ୱାଧୀନ ହେବା ପୂର୍ବରୁ ଭାରତକୁ ଦୁଇ ଦେଶରେ ଭାଗ କରିଦିଆ ଯାଇଥିଲା | ଦେଶ ଭାରତ ଏବଂ ପାକିସ୍ତାନରେ ଭାଗ ଭାଗ ହୋଇଯାଇଥିଲା |
ଜାଣନ୍ତୁ ଫେବୃଆରୀ ୨୦ ତାରିଖରେ କେଉଁ ମସିହାରେ କଣ ହୋଇଥିଲା :


୧୮୩୫ : ଆନୁଷ୍ଠାନିକ ଭାବେ ଖୋଲିଥିଲା କୋଲକାତା ମେଡିକାଲ କଲେଜ


୧୯୩୫ : କେରୋଲାଇନ ମିକେଲଶନ ଆଣ୍ଟର୍ଟିକାରେ ପହଂଚିଥିଲେ | ପୃଥିବୀର ଦୁର୍ଗମ ଦ୍ବୀପରେ ପହଁଚିଥିବା ସେ ଥିଲେ ପ୍ରଥମ ମହିଳା


୧୯୪୭ : ବ୍ରିଟିଶ ପ୍ରଧାନମନ୍ତ୍ରୀ କ୍ଳେମେଣ୍ଟ ଏଟଲି ଭାରତକୁ ଇଂରେଜ ଶାସନରୁ ମୁକ୍ତ କରିବା ପାଇଁ ଐତିହାସିକ ଘୋଷଣା କରିଥିଲେ


୧୯୫୦ : ଦେଶର ମହାନ ସ୍ୱତନ୍ତ୍ରତା ସେନାନୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବଡ ଭାଇ ଏବଂ ରାଷ୍ଟ୍ରବାଦୀ ନେତା ଶରତ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ହୋଇଥିଲା


୧୯୮୭ : ମିଜୋରାମକୁ ଭାରତର ୨୩ ତମ ରାଜ୍ୟ ଘୋଷଣା କରାଯାଇଥିଲା


୨୦୦୯ : ଜାତିସଂଘ ଏହି ଦିନକୁ ବିଶେଷ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରିବା ଆରମ୍ଭ କରିଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.