ପୂଜା ସମୟରେ ଶଙ୍ଖନାଦର କଣ ରହିଛି ମାହାତ୍ମ୍ୟ ଜାଣନ୍ତୁ, ମିଳିବ ସୁଫଳ

Published By : Prameya-News7 Bureau | November 25, 2019 IST

ଶଙ୍ଖର ମୂଳଭାଗରେ ଚନ୍ଦ୍ର, ପାର୍ଶ୍ବ ଭାଗରେ ବରୁଣ, ପୃଷ୍ଠ ଭାଗରେ ପ୍ରଜାପତି ଏବଂ ଅଗ୍ର ଭାଗରେ ଗଙ୍ଗ ଓ ସରସ୍ବତୀ ବାସ କରନ୍ତି। ବରାହପୁରାଣ କହେ ଶଙ୍ଖ ଧ୍ବନି ନହେବା ପର୍ଯ୍ୟନ୍ତ ଦେବତାଙ୍କ ଦ୍ବାର ଫିଟେନାହିଁ। ତେଣୁ ଦେବତା ପୂଜାର ଅୟମାରମ୍ଭରେ ଶଙ୍ଖଧ୍ବନି କରାଯାଏ।

ଶଙ୍ଖ ହେଉଛି ଇଶ୍ବରଙ୍କ ପ୍ରକଟ ଓ ମାରକ ଶକ୍ତିର ସୂଚକ। ଶଙ୍ଖନାଦ ଯୋଗୁଁ ଚତୁଃପାର୍ଶ୍ବସ୍ତ ଅନିଷ୍ଟକାରୀ ଗ୍ରହ ବିନାଶ ହୁଅନ୍ତି। ଯେତେଦୂର ପର୍ଯ୍ୟନ୍ତ ଶଙ୍ଖନାଦ ହୁଏ ସେତେଦୂର ପର୍ଯ୍ୟନ୍ତ ବାୟୁମଣ୍ଡଳ ପବିତ୍ର ରହେ। ଅନିଷ୍ଟକାରୀ ଗ୍ରହ ତାହା ମଧ୍ୟକୁ ସହଜରେ ପ୍ରବେଶ କରିପାରନ୍ତି ନାହିଁ। ଶଙ୍ଖନାଦର ସୃଷ୍ଟି ହେଉଥିବା ନାଦ ଶକ୍ତି ଦ୍ବାରା ବ୍ରହ୍ମାଣ୍ଡରେ ସୂଷ୍ମ ତରଙ୍ଗ ଜାଗ୍ରତ ହୁଏ। ଫଳରେ ବାୟୁମଣ୍ଡଳ ଶୁଦ୍ଧ ଓ ପବିତ୍ର ହୋଇଥାଏ।

{"id":189636,"sizeSlug":"large"}

ଶଙ୍ଖର ଶବ୍ଦ ହେଉଛି ଏକ ପବିତ୍ରକାରୀ ଶବ୍ଦ। ଏହି ଶବ୍ଦ ଯେତେଦୂର ପର୍ଯ୍ୟନ୍ତ ଶୁଭିବ ସେତେଦୂର ପର୍ଯ୍ୟନ୍ତ ଅନିଷ୍ଟକାରୀ ଶକ୍ତି ଲୋପ ପାଇବ ବୋଲି ଆମର ଦୃଢ ବିଶ୍ବାସ। ଶଙ୍ଖ ବଜା ଯାଉଥିବାର ଚତୁଃପାର୍ଶ୍ବରେ  ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୁଏ। ଭକ୍ତର ହୃଦୟରେ ଏକ ଆଧ୍ୟାତ୍ମିକ କମ୍ପନ ଜାଗ୍ରତ ହୁଏ। ଫଳରେ ଭକ୍ତର ଭଗବାନଙ୍କ ପ୍ରତି ଭାବ ଆକର୍ଷିତ ହୁଏ।  

ପୂଜାର ଆରମ୍ଭରେ, ପୂଜାର ମଝିରେ ମଝିରେ, ଆରତୀର ଆରମ୍ଭ ଓ ଶେଷରେ ଶଙ୍ଖ ବଜାଇବା ଆବଶ୍ୟକ। ଏହା ଦ୍ବାରା ବାତାବରଣରେ  ଥିବା ସମସ୍ତ ଅନିଷ୍ଟକାରୀ ଶକ୍ତି  କମ ହୁଏ। ଫଳରେ ପୂଜା ବିଧି ଅନ୍ତର୍ଗତ ଦେବତାଙ୍କୁ ଆବାହନ କଲେ ଅକ୍ଳେଶରେ ସର୍ବ ଦେବଦେବୀ ପୂଜାସ୍ଥାନକୁ ଆସିପାରନ୍ତି ବୋଲି ଆମର ବିଶ୍ବାସ। ପୂଜାବିଧିର ସମସ୍ତ ଉପକରଣ ମାନ ମଧ୍ୟ ଈଶ୍ବରୀୟ ଚୈତନ୍ୟର ସୁରକ୍ଷାକବଚ ପରି କାମ କରିଥାଏ।

{"id":189637,"sizeSlug":"large"}

ଆମେ ଦୃଢ ବିଶ୍ବାସ କରିବା ଉଚିତ୍‌ ଯେ, ପୂଜା ସମୟରେ ବିଶ୍ବ ବ୍ରହ୍ମାଣ୍ଡରେ କାର୍ଯ୍ୟରତ ଦେବତାଙ୍କ ତତ୍ତ୍ବ ତରଙ୍ଗ ପୂଜାବିଧି ସ୍ଥାନରେ ବହୁ ପରିମାଣରେ ଆକୃଷ୍ଟ ହୋଇଥାଏ। ଉକ୍ତ ତରଙ୍ଗ ପ୍ରବାହରେ ବାଧକ ରଜ-ତମାତ୍ମକ ତରଙ୍ଗର ହ୍ରାସ ପାଇଁ ପ୍ରତି ମୁହୂର୍ତ୍ତରେ ଅର୍ଥାତ ପୂଜାର ମଝିରେ ମଝିରେ ଏପରିକି ଆରତି ସମୟରେ ଶଙ୍ଖବାଦ୍ୟ କରାଯାଏ। ଏହା ଦ୍ବାରା ପୂଜାସ୍ଥାନର ବାତାବରଣ ଶୁଦ୍ଧ ହୁଏ ଫଳରେ ପୂଜା କରିବାର ପରମୁହୂର୍ତ୍ତରେ ମଧ୍ୟ ଦିବ୍ୟ ଚେତନା ଦୀର୍ଘକାଳ ପର୍ଷ୍ୟନ୍ତ ରହିଥାଏ।

ଶଙ୍ଖ ବଜାଇବା ଦ୍ବାରା ସର୍ବଦେବଦେବୀ  ପ୍ରୀତ ହୋଇଥାନ୍ତି। ଏପରିକି ଶଙ୍ଖନାଦରେ ଭଗବାନ ଶ୍ରୀବିଷ୍ଣୁଙ୍କ ସଗୁଣ ଶକ୍ତି ଅଧିକ ପରିମାଣରେ ଆକୃଷ୍ଟ ହୋଇଥାଏ। ଏଣୁ ବିଭିନ୍ନ ଦୃଷ୍ଟିକୋଣରୁ ଏପରିକି ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ଆମେ ଜାଣିପାରିବା ଯେ, ଶଙ୍ଖ ପରି ମୂଲ୍ୟବାନ ଦ୍ରବ୍ୟ ଏ ସଂସାରରେ ନାହିଁ କି ଶଙ୍ଖ ଶବ୍ଦ ପରି ପବିତ୍ରକାରୀ ଶବ୍ଦ ଆଉ କିଛି ନାହିଁ।

{"id":189639,"sizeSlug":"large"}

ଏଣୁ ପ୍ରତି ଘରେ ଘରେ ସକାଳେ ସନ୍ଧ୍ୟାରେ ପୂଜା ସମୟରେ ଶଙ୍ଖ ବାଦ୍ୟ କରିବା ଏକାନ୍ତ ଆବଶ୍ୟକ। ଯେଉଁ ଘରେ ପ୍ରତିଦିନ ଶଙ୍ଖବାଦ୍ୟ ହୁଏ ସେ ଘରେ ଭୂତ-ପ୍ରେତ-ଡାହାଣୀ-ଚିରୁଗୁଣୀ ରହେ ନାହିଁ କି ସେ ପରିବାରର କାହାରି ଗ୍ରହ ଆଶାନ୍ତି ରୁହନ୍ତି ନାହିଁ। ଶଙ୍ଖ ବଜାଉଥିବା ପରିବାରର ସର୍ବବିଧ ମଙ୍ଗଳ ହୁଏ ଏହା ଧ୍ରୁବ ସତ୍ୟ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.