ବଢିଲା ଟ୍ରମ୍ଫଙ୍କ ସମସ୍ୟା, house of representativesରେ ମହାଭିଯୋଗ ଗୃହୀତ

Published By : Prameya-News7 Bureau | December 19, 2019 IST

ନ୍ୟୁୟର୍କ:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ୟା ଗୁରୁତର ହେଲା। ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ହାଉସ୍ ଅଫ ରିପ୍ରେଜେଣ୍ଟେଟିଭରେ ଗୃହୀତ ହୋଇଛି। ବୁଧବାର ଚର୍ଚ୍ଚା ଲାଗି ଗୃହରେ ଟ୍ରମ୍ଫଙ୍କ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା। ଦୀର୍ଘ ୧୦ ଘଣ୍ଟାକାଳ ତର୍କ ପରେ ରାଷ୍ଟ୍ରପତିଙ୍କ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି।

{"id":199935,"width":580,"height":444,"sizeSlug":"large"}

ପ୍ରସ୍ତାବ ଆଲୋଚନା କାଳରେ ଡେମୋକ୍ରାଟିକ ପ୍ରତିନିଧି ସୁସାନ ଡେଭିସ୍ ଗୃହରେ ଆମେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଲଗାଉ ନାହେଁ, ବରଂ ସେ ନିଜେ ହିଁ ଏହା କରୁଛନ୍ତି ବୋଲି କହିଥିଲେ। ସେ ନିଜେ ରାଷ୍ଟ୍ରପତି ହେଲେ ନ୍ୟାୟରେ ବାଧା ସୃଷ୍ଟି କରୁଛନ୍ତି, ଜଣେ ବିଦେଶୀ ନେତାଙ୍କୁ ଲାଞ୍ଚ ଦେବାକୁ ଉଦ୍ୟମ କରୁଛନ୍ତି ଜାତୀୟ ସୁରକ୍ଷା ପ୍ରତି ବିପଦ ହେଉଛନ୍ତି, ଏଣୁ ତାଙ୍କ ମହାଭିଯୋଗ ହିଁ ତାଙ୍କ କାହାଣୀର ଅନ୍ତ କରିବ ବୋଲି କହିଥିଲେ।

{"id":199936,"sizeSlug":"large"}

ଏବେ ରାଷ୍ଟ୍ରପତିଙ୍କ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଥିବାରୁ ଟ୍ରମ୍ଫଙ୍କୁ ଉଚ୍ଚ ସଦନ ସିନେଟ୍‌ରେ ମୋକଦ୍ଦମାର ସମ୍ମୁଖୀନ ହେବାକୁ ପଡିବ। ହୁଏତ ଆଗାମୀ ମାସରେ ତାଙ୍କ ବିରୋଧରେ ମୋକଦ୍ଦମା ଚାଲିପାରେ। ତେବେ ଏଠାରେ ତାଙ୍କ ପାର୍ଟିର ସଂଖ୍ୟାମତ ରହିଛି। ଏଣୁ ତାଙ୍କୁ ହୁଏତ ପଦରୁ ହଟା ଯାଇ ନପାରେ। ହେଲେ ରାଷ୍ଟ୍ରପତି ଭାବେ ଏଥିଯୋଗୁ ନିନ୍ଦିତ ହେବା କିନ୍ତୁ ନିଶ୍ଚିତ। ଏହା ପୂର୍ବରୁ ଟ୍ରମ୍ଫଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିବା ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ ସ୍ପିକର ନାନସୀ ପାଲୋସୀ ରାଷ୍ଟ୍ରପତି ଭାବେ ଏବେ ତାଙ୍କର ଅବଗଣନା ଆରମ୍ଭ ହେଲା ବୋଲି କହିଥିଲେ। ଏହାର ଜବାବରେ ଟ୍ରମ୍ଫ ତାଙ୍କୁ ପତ୍ର ଲେଖି ଏଣୁତେଣୁ ଗାଳିମନ୍ଦ କରିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.