ବଢ଼ୁଛି ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ : ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଲେ ଝାରସୁଗୁଡା ଏସପି

Published By : Prameya-News7 Bureau | October 05, 2019 IST

ଝାରସୁଗୁଡା  ୫/୧୦: ଝାରସୁଗୁଡା ଜିଲ୍ଲାରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢିଥିବା ଅନୁଭବ କରିଛନ୍ତି ଝାରସୁଗୁଡା ଏସପି।

{"id":166650}

ଜିଲ୍ଲାରେ ଏବେ ଛତୁ ଫୁଟିଲା ଭଳି ସାମ୍ବାଦିକ ହାତରେ ବୁମ ଧରି ନିଜକୁ ବିଭିନ୍ନ ୱେବ ମିଡ଼ିଆକୁ ଟିଭି ଚାନେଲର ସାମ୍ବାଦିକ କହି ଲୋଜଙ୍କୁ ଧମକ ଚମକ ଦେଇ ଆରୀହ ଆଦାୟ କରୁଥିବା ଅଭିଯୋଗ ଏସପି  ପାଇବା ପରେ ନିଜ ଆଡୁ ଏକ ଚିଠି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଲେଖି ଜିଲ୍ଲାରେ ନିୟୋଜିତ ସାମ୍ବାଦିକଙ୍କ ତାଲିକା ମାଗିଛନ୍ତି। ଏ ସମ୍ପର୍କରେ ତାଲିକା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋସିଆଲ ମିଡିଆରେ ଏସପିଙ୍କ ବକ୍ତବ୍ୟରେ ଭିଡ଼ିଓକୁ ଅପଲୋଡ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.