Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜଳବାୟୁ ପରିବର୍ତ୍ତନର ପ୍ରଭାବ : ବାହାରିନି ନୂଆ ଧାନ, ଧାନ ପତ୍ରରେ ପାଳନ ହେବ ନୂଆଖାଇ ପର୍ବ

29/08/2019 at 5:25 PM

କଳାହାଣ୍ଡି ୨୯୮: ଦିନ କେଇଟା ପରେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆ ଖାଇ । ତେବେ ଏଇ ପର୍ବ ଉପରେ ପଡ଼ିଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ । ଗ୍ଲୋବାଲ ୱାର୍ମିଂ ଯୋଗୁଁ ନୂଆ ଧାନ ଏଯାଏଁ ବାହାରି ପାରିନି । ତେଣୁ ଚଳିତ ବର୍ଷ ଧାନ ପତ୍ରରେ ପାଳନ ହେବ କୃଷିଭତ୍ତିକ ପର୍ବ ନୂଆ ଖାଇ ।

ସେପ୍ଟେମ୍ବର ୩ରେ ନୂଆଖାଇ । ପଶ୍ଚିମ ଓଡ଼ିଶାର ଗଣ ପର୍ବ ପାଇଁ ହାତରେ ଆଉ ଦିନ କେଇଟା । ପରମ୍ପରା ଅନୁଯାୟୀ ଭାଦ୍ରବ ମାସରେ ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟ ଦେବୀଙ୍କୁ ଅର୍ପଣ କରିବା ପରେ କୃଷିଭିତ୍ତିକ ଗଣ ପର୍ବ ପାଳନ ହୋଇଥାଏ । ହେଲେ ଏଥର ଧାନ ଅମଳ ହୋଇନାହିଁ । ତେଣୁ ଚଳିତ ବର୍ଷ ଧାନ ପତ୍ରକୁ ନେଇ ପାଳନ ହେବ ନୂଆ ଖାଇ । ଜଳବାୟୁ ପରିବର୍ତ୍ତନ ସହ ଗ୍ଲୋବାଲ ୱାର୍ମିଂର ପ୍ରଭାବ ସିଧା ପଡ଼ିଛି ଏଇ ପର୍ବ ଉପରେ ।

ବିଶ୍ବ ଜଳବାୟୁ ପରିବର୍ତ୍ତନ ହେଉଛି । ବିଳମ୍ବରେ ଆସୁଛି ମୌସୁମୀ । ମୌସୁମୀ ଆସିବା ପରେ ବି ବର୍ଷାର ଦେଖା ନାହିଁ । ଲଘୁଚାପ ବର୍ଷାକୁ ଦେଖି ଚାଷ କାମ କରୁଛନ୍ତି ଚାଷୀ । ଧାନ ରୁଆ ଏଯାଏଁ ସରିନି । ଗତ ୧୦ ବର୍ଷର ରେକର୍ଡ ଦେଖିଲେ ଜଣାପଡ଼ୁଛି କି କଳାହାଣ୍ଡିରେ ଜିଲ୍ଲାରେ ଚାଷ କାମ ଆରମ୍ଭ ହେବା ପାଇଁ ଏକ ମାସରୁ ଅଧିକ ବିଳମ୍ବ ହେଉଛି । ପରିବେଶ ସୁରକ୍ଷା, ପାରମ୍ପରିକ ବିହନ ସହ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚାଷ ହିଁ ଚାଷ ଏବଂ ଚାଷୀକୁ ବର୍ତ୍ତମାନ ସମୟରେ ବଞ୍ଚେଇପାରିବ । 

   Related Posts