Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସକାଳୁ ଖାଲି ପେଟରେ ସେବନ କରନ୍ତୁ ଏହି ୩ଟି ଜିନିଷ: ମଜବୁତ ହେବ ପ୍ରତିରୋଧକ କ୍ଷମତା

5/06/2021 at 8:33 PM

ଭୁବନେଶ୍ୱର ୦୫/୦୬ : ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବା ନିହାତି ଆବଶ୍ୟକ । ରୋଗ ପ୍ରତିରୋଧକ କ୍ଷମତା ମଜବୁତ ଥିଲେ ଶରୀରକୁ କୌଣସି ରୋଗ ସହଜରେ ଆକ୍ରାନ୍ତ କରିନଥାଏ । ବର୍ତ୍ତମାନ ସାରା ବିଶ୍ୱ କରୋନା ମହାମାରୀ ଦ୍ୱାରା କବଳିତ । ସଂକ୍ରମଣରୁ ଦୁରେଇ ରହିବାକୁ ସମସ୍ତେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଲୋକେ ନାନା ଉପାୟ ଖୋଜୁଛନ୍ତି । କିଛି ଘରୋଇ ଉପାୟ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଯାଇପାରିବ । ସକାଳୁ ଖାଲି ପେଟରେ ଏହିସବୁ ଜିନିଷ ସେବନ କରିବା ଦ୍ୱାରା ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ଓ ଶରୀରକୁ ଅନେକ ଲାଭ ମିଳିଥାଏ । ପ୍ରତିରୋଧକ କ୍ଷମତା ବଢାଇବାକୁ ଖାଲି ପେଟରେ ଏହି ୩ଟି ସାମଗ୍ରୀ ସେବନ କରିପାରିବେ ।

୧. ରସୁଣ – ରସୁଣରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି । ଏହା ସଂକ୍ରମଣରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ଲଡ଼ ସୁଗାର ଲେଭଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ହୃଦ ସ୍ୱାସ୍ଥ୍ୟ ସୁଧାରିବାକୁ ଓ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ରସୁଣ ସାହାଯ୍ୟ କରିଥାଏ । ସକାଳୁ ଖାଲି ପେଟରେ ରସୁଣ ସେବନ କଲେ ଅନେକ ରୋଗ ଦୂର ହୋଇପାରିବ । ଖାଲି ପେଟରେ ଗରମ ପାଣି ସହ ୨-୩ଟି କୋଲା ରସୁଣ ସେବନ କରିପାରିବେ ।

୨. ଅଁଳା – ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ସି ରହିଛି । ଏହା ଶରୀରର ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । ଏହାକୁ ଛେଚି ଗରମ ପାଣି ସହ ସକାଳୁ ଖାଲି ପେଟରେ ସେବନ କରିପାରିବେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି, ଯେଉଁଥିପାଇଁ ଖାଲି ପେଟରେ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଅଁଳା ସେବନ ଦ୍ୱାରା ତ୍ୱଚା ମଧ୍ୟ ମସୃଣ ଓ ଉଜ୍ଜ୍ୱଳ ହୋଇଥାଏ । ଅଁଳା କେଶ ପାଇଁ ମଧ୍ୟ ବହୁତ ଉପଯୋଗୀ । ଏହା କେଶକୁ ମଜବୁତ କରିଥାଏ ।

୩. ମହୁ – ସକାଳୁ ଖାଲି ପେଟରେ ଗରମ ପାଣି ସହ ଏକ ଚାମଚ ମହୁ ସେବନ ଦ୍ୱାରା ଓଜନ କମ ହୋଇଥାଏ । ଏହା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ମଜବୁତ କରିଥାଏ । ମହୁ ତ୍ୱଚା ପାଇଁ ମଧ୍ୟ ବହୁତ ଉପଯୋଗୀ । ସ୍ୱାଦ ବଢାଇବା ପାଇଁ ଏଥିରେ ଲେମ୍ବୁ ମଧ୍ୟ ପକାଇପାରିବେ । ମହୁରେ ବହୁ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟରେ ରହିଛି ଯାହା ଶରୀରରେ ଫ୍ରି ରେଡିକାଲ ସହ ଲଢ଼ିବାରେ ସାହାଯ୍ୟ କରେ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ ।

   Related Posts