କରୋନା ସଂକ୍ରମିତଙ୍କ ରୋଗ ପ୍ରତିରୋଧକ କ୍ଷମତା ଟିକା ନେଇଥିବା ବ୍ୟକ୍ତିଙ୍କଠାରୁ ଅଧିକ ଶକ୍ତିଶାଳୀ

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ।୬: ଦେଶରେ କରୋନା ସଂକ୍ରମଣ ପୂର୍ବ ତୁଳନାରେ ହ୍ରାସ ପାଉଛି । ବର୍ତ୍ତମାନ ଅଧିକରୁ ଅଧିକ କରୋନା ଟିକାକରଣ ଉପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଫୋକସ୍ କରୁଛନ୍ତି । କରୋନାର ଦ୍ବିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଏବଂ ମୃତ୍ୟୁ ସଂଖ୍ୟା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବ୍ୟତିବ୍ୟସ୍ତ କରିଛି । କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତୃତୀୟ ଲହର ଆସିବା ପୂର୍ବରୁ କରୋନା ଟିକା ପ୍ରାୟ ସମସ୍ତଙ୍କୁ ଦିଆଯିା ଉପରେ ଧ୍ୟାନ ଦିଆଯାଇଛି । ତେବେ କରୋନା ଟିକା କେତେ ଦିନ ପ୍ରଭାବଶାଳୀ ହେବ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ସୋମବାର ପ୍ରକାଶିତ ଏକ ଷ୍ଟଡି ଅନୁସାରେ, କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କଠାରେ ଆଣ୍ଟିବଡି ଏବଂ ରୋଗ ପ୍ରତିରୋଧକ ଶକ୍ତି ୬ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ରହିଥାଏ ଏବଂ ଟିକାକରଣ ପରେ ସେମାନେ ଅଧିକ ସୁରକ୍ଷିତ ହୋଇଯାଆନ୍ତି । ରକଫେଲର୍ ୟୁନିଭରସିଟି ଏବଂ ନ୍ୟୁୟର୍କର ୱିଲ୍ କର୍ଣ୍ଣେଲ୍ ମେଡିସିନର ଏକ ଟିମ୍ ନେତୃତ୍ବରେ ଅନୁସନ୍ଧାନକାରୀଙ୍କ ଏହି ନିଷ୍କର୍ସ ସୋମବାରଦିନ ପ୍ରକାଶିତ ହୋଇଥିଲା । ଏଥିରୁ ଜଣାପଡିଛି ଯେ ସାର୍ସ-କୋଭ୍-୨ର ପ୍ରତିରୋଧକ ଶକ୍ତି ଦୀର୍ଘସ୍ଥାୟୀ ହୋଇପାରେ ।

ଅନୁସନ୍ଧାନକାରୀମାନେ ୬୩ ଜଣଙ୍କ ଉପରେ ଅଧ୍ୟୟନ କରିଥିଲେ ଯେଉଁମାନେ ସୁସ୍ଥ ହେବାର ୧.୩ ମାସ, ୬ ମାସ ଏବଂ ୧୨ ମାସ ହୋଇଯାଇଥିଲା । ସେଥିମଧ୍ୟରୁ ୨୬ (୪୧%) Pfizer-BioNTech କିମ୍ବା Moderna Vaccine ର ଗୋଟିଏ ମାତ୍ର ଡୋଜ୍‌ ନେଇଥିଲେ । ଅଧ୍ୟୟନରେ ଦର୍ଶାଯାଇଛି ଯେ, ଟିକାକରଣର ଅଭାବରେ, ସାରସ୍-କୋଭ-୨ର ରିସେପ୍ଟର ବାଇଣ୍ଡିଂ ଡୋମେନ୍ (ଆରବିଡି) ରେ ଆଣ୍ଟିବଡି ପ୍ରତିକ୍ରିୟାଶୀଳତା, କାର୍ଯ୍ୟକଳାପକୁ ନିଷ୍କ୍ରିୟ କରିବା ଏବଂ ଆରବିଡି ନିର୍ଦ୍ଦିଷ୍ଟ ମେମୋରୀ ବି କୋଷ ସଂଖ୍ୟା ୬ରୁ ୧୨ ମାସ ପର୍ଯ୍ୟନ୍ତ ସ୍ଥିର ରଖିଥାଏ । ଯେଉଁମାନେ ଟିକା ନେଇଛନ୍ତି ସେମାନେ ଭାଇରସ୍ କୁ ନିଷ୍କ୍ରିୟ କରିଦେଉଛନ୍ତି । ସେମାନଙ୍କଠାରେ ଆଣ୍ଟିବଡି ଏତେ ବଢିଯାଉଛି କରୋନାର ଗମ୍ଭୀର ଭାରିଏଣ୍ଟକୁ ମଧ୍ୟ ନିଷ୍କ୍ରିୟ କରିଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.