Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କରୋନା ଟିକା ନେଲେ ଶରୀରରେ ବଢୁଛି ରୋଗ ପ୍ରତିଷେଧକ ଶକ୍ତି : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

16/07/2021 at 12:21 PM

ଭୁବନେଶ୍ବର ।୭: ସରକାର ସବୁ ଦୃଷ୍ଟିରୁ ଚିନ୍ତା କରି ଲକଡାଉନକୁ କୋହଳ କରିଛନ୍ତି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଆମର ସର୍ଭେଲାନ୍ସ, ଟୀକାକରଣ ଯେଭଳି ଚାଲିଛି, ସେମିତି ଚାଲିବ । ସମସ୍ତଙ୍କୁ ଅନୁରୋଧ ନିୟମକୁ ମାନନ୍ତୁ, ଖୋଲା ସମୟରେ ହେଉ ବା କର୍ଫ୍ୟୁ ସମୟରେ ।

ସରକାରଙ୍କର ସବୁ ଦାୟିତ୍ବ ଭାବିବା ଠିକ୍ ନୁହେଁ । ଏଥିରେ କମ୍ୟୁନିଟିର ମଧ୍ୟ ସାହାଯ୍ୟ ଦରକାର । ସରକାର ଓ କମ୍ୟୁନିଟି ମିଶିଲେ ହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି ।

କଟକ ଓ ଭୁବନେଶ୍ବରରେ ନ କମିବାର ବଡ କାରଣ ହେଉଛି, ଏଠାକୁ ବିଭିନ୍ନ ସ୍ଥାନରୁ ଲୋକଙ୍କ ଯାତାୟାତ ହେଉଛି । ବସ୍, ଟ୍ରେନ୍ ଓ ଫ୍ଲାଇଟରେ ସବୁବେଳେ ଚଳପ୍ରଚଳ ଚାଲିଛି ।  ଯିଏ ଆସୁଛି ସେ ଲକ୍ଷଣ ହୀନ ସଂକ୍ରମିତ ହୋଇଥିବାର ସମ୍ଭାବନାକୁ ଏଡାଯାଇ ନ ପାରେ ।  ଦ୍ଵିତୀୟରେ ପ୍ରଶାସନ ଦୋକାନ ବଜାର ବନ୍ଦ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିୟମର ଉଲ୍ଲଂଘନ ।  ତୃତୀୟରେ ଯେଉଁ ଅଞ୍ଚଳରେ କ୍ଲଷ୍ଟର ସଂକ୍ରମଣ ହେଉଛି ସେଠି କଣ୍ଟେନମେଣ୍ଟ ଜୋନ୍ କରାଯାଉଛି । କୋହଳ ହେଇଗଲା ବୋଲି ଆମେ ଚୁପ୍ ବସିବୁନାହିଁ । କଟକ ଓ ଭୁବନେଶ୍ବରରେ ସବୁଦିନ ସଂକ୍ରମଣ ପ୍ଲାଟୋ ଅବସ୍ଥାରେ ରହୁଛି । ତାକୁ କିଭଳି କମ୍ କରାଯିବ, ସେ ଦିଗରେ କାମ କରୁଛୁ ।

ଆଡ଼ମିଶନ, ସିଭିଅରିଟି ହାର କମିଛି । ଭେଣ୍ଟିଲେଟର, ଆଇସିୟୁ ଓ ଜେନେରାଲ ବେଡ଼ ରୋଗୀ ସଂଖ୍ୟା କମିଛି । ସଂକ୍ରମଣ ଥିଲେ ବି ରୋଗୀ ଗୁରୁତର ହେବା କମିଛି ।  ଟିକା ନେଲେ ବି ସଂକ୍ରମଣ ହେଉଛି । ଆନ୍ତର୍ଜାତିକ ରିପୋର୍ଟ କହୁଛି, ୦.୩% ଲୋକଙ୍କୁ ଟିକା ନେବା ପରେ ସଂକ୍ରମଣ ହେଉଛି ।  ଆମେ ଜାଣିବାକୁ ପାଇଛୁ, ଯେଉଁମାନେ ଦ୍ବିତୀୟ ଡୋଜ୍ ନେଇଛନ୍ତି, ସେମାନେ ଗୁରୁତର ହେଉନାହାନ୍ତି ।  ଟିକା ନେଲେ ରୋଗ ପ୍ରତିଷେଧକ ଶକ୍ତି ବଢୁଛି ।

   Related Posts