Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଏହି କାଢ଼ା ସେବନ କରି ସୁସ୍ଥ ହୋଇଥିଲେ କରୋନା ସଂକ୍ରମିତ ରୋଗୀ : ଏବେ ଭାଇରାଲ୍ ହେଉଛି ଏହାର ରେସିପି

10/07/2020 at 5:13 PM

ଏହି କରୋନା ମହାମାରୀ ସମୟରେ ଯଦି କୌଣସି ଜିନିଷ ସବୁଠୁ ଅଧିକ ଧ୍ୟାନ ଦିଆଯାଉଛି ତେବେ ତାହା ହେଉଛି ରୋଗ ପ୍ରତିରୋଧକ କ୍ଷମତାକୁ କିପରି ମଜବୁତ କରାଯିବ,କିପରି ବଢ଼ାଯିବ। ଏପରିକି ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଲଗାତାର ଏହାକୁ ବଢ଼ାଇବା ପାଇଁ ଆୟୂର୍ବେଦିକ କାଢ଼ାକୁ ସେବନ କରିବା ପାଇଁ ପରାମର୍ଶ ଦେଉଛି। ଯାହା ଦ୍ବାରା କରୋନା ଭାଇରସରେ ଠିକ୍ ହେବାରେ ସାହାଯ୍ୟ ମିଳିପାରିବ କିମ୍ବା ଏହାର ସଂକ୍ରମଣରୁ ବର୍ତ୍ତିହେବ। ଏପରି ଏକ କାଢ଼ାର ରେସିପି ଆଜିକାଲି ଖୁବ୍ ଭାଇରାଲ୍ ହେଉଛି ଯାହାକୁ ଇମ୍ୟୁନିଟି ବୁଷ୍ଟର କୁହାଯାଉଛି। କୁହା ଯାଉଛି ଯେ ଏହି କାଢ଼ା ସେବନ କରିବା ଦ୍ବାରା ଜଣେ ରୋଗୀ କରୋନା ଭାଇରସ୍ ସଂକ୍ରମଣକୁ ମାତ୍ ଦେଇ ସାରିଛି।

ଏହି ଇମ୍ୟୁନିଟି ବୁଷ୍ଟର କାଢ଼ାକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ। ଏହାକୁ ଘରେ ମଧ୍ୟ ସହଜରେ ପ୍ରସ୍ତୁତ କରାଯାଇ ପାରିବ। ଏଥିପାଇଁ ଯେଉଁ ଯେଉଁ ଜିନିଷର ଆବଶ୍ୟକତା ପଡ଼ିବ, ସେଗୁଡ଼ିକ ହେଉଛି-

୧ଚାମଚ ଗୋଲ ମରିଚ

୧ଚାମଚ ଲବଙ୍ଗ

ଅଧ କପ୍ ହଳଦୀ ଟୁକୁରା

ଅଧ କପ୍ ବଡ଼ ଅଳେଇଚ

୧ ଚାମଚ କିସମିସ୍

ଡାଲଚିନି ଏକ ଟୁକୁରା

୫-୬ ଚାମଚ କଟା ଅଦା

୫-୬ଟି ତୁଳସୀ ପତ୍ର

ଏହି କାଢ଼ାକୁ ପ୍ରସ୍ତୁତ କରିବା ପାଇଁ ଅଧ ଘଣ୍ଟା ସମୟ ଲାଗିପାରେ। ଏହାକୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଅଦା ଏବଂ ହଳଦୀ ନିଅନ୍ତୁ ଏବଂ ଏହାକୁ ୪କପ୍ ପାଣିରେ ମିଶାଇ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ତାହା ହଳଦିଆ ନ ହୋଇଯାଇଛି ଏବଂ ଅଦାର ବାସ୍ନା ନ ଆସିଛି। ୫ରୁ ୬ମିନିଟ୍ ଯାଏଁ ଫୁଟାଇବା ପରେ ସେଥିରେ ବାକି ଜିନିଷ ମଧ୍ୟ ମିଶାନ୍ତୁ ଏବଂ ତା’ପରେ ଅତି କମରେ ୧୫ରୁ ୨୦ମିନିଟ୍ ଯାଏଁ ଫୁଟାନ୍ତୁ। ଆପଣଙ୍କୁ ଯେତିକି ଆବଶ୍ୟକ ସେତିକି ମାତ୍ରାରେ କାଢ଼ାରେ ପାଣି ମିଶାନ୍ତୁ। ଏବେ ଆପଣଙ୍କ କାଢ଼ା ପ୍ରସ୍ତୁତ। ଏବେ ଏହାକୁ ଏକ କପରେ ଛାଣି ନିଅନ୍ତୁ ଏବଂ ଏଥିରେ ଏକ ଚାମଚ ମହୁ ମିଶାଇ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଆପଣ ଏହି ଇମ୍ୟୁନିଟି ବୁଷ୍ଟର କାଢ଼ାକୁ ପିଇ ପାରିବେ।

ଡାକ୍ତରଙ୍କ କହିବା ଅନୁସାରେ କାଢ଼ାରେ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିବାର ଶକ୍ତି ରହିଥାଏ। ଏହା ସହିତ ଏହା କରୋନା ଭାଇରସର ପ୍ରମୁଖ ଲକ୍ଷଣ ଥଣ୍ଡା,କାଶ ଏବଂ ମୁଣ୍ଡବ୍ୟଥା ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ। ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ଫଳରେ ଏହି କାଢ଼ା କରୋନା ଭାଇରସ୍ ସଂକ୍ରମଣକୁ ଠିକ୍ କରିବାରେ ସହାୟକ ହୋଇଥାଏ।

ରୋଗ ପ୍ରତିରୋଧକ କ୍ଷମତା ବଢ଼ାଉଥିବା କାଢ଼ା ସେବନ ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ। ଯଦି ଅଧିକ ମାତ୍ରାରେ ଏହା ସେବନ କରିବେ ତେବେ ଆଖି ଯନ୍ତ୍ରଣା,ପେଟ ଜ୍ବଳନ ଏବଂ ମୁହଁରେ ଛାଲ ପଡ଼ିବା ଭଳି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।

   Related Posts