ସକାଳୁ ପିଅନ୍ତୁ ଏହି ପାନୀୟ : ପ୍ରତିରୋଧ କ୍ଷମତା ବଢିବ, ଶରୀର ରହିବ ସୁସ୍ଥ

Published By : Prameya-News7 Bureau | July 28, 2020 IST

ଭୁବନେଶ୍ୱର ୨୮/୦୭ : ସୁସ୍ଥ ରହିବା ପାଇଁ ଯୋଗ ବ୍ୟାୟାମ ଯେତିକି ଆବଶ୍ୟକ ସଠିକ ଡାଏଟ ମଧ୍ୟ ସେତିକି ଆବଶ୍ୟକ | ଯେକୌଣସି ଧାର୍ମିକ କାମ ବା ଅନୁଷ୍ଠାନ କରିବାକୁ ସୋମବାର ଉତ୍କୃଷ୍ଟ ବୋଲି କୁହାଯାଏ | ଯେପରିକି ଯଦି ଆମେ କୌଣସି ଡାଏଟ ପ୍ଲାନ କରିଥାଉ କିମ୍ବା ଯୋଗାଭ୍ୟାସ ଆରମ୍ଭ କରିବାକୁ ମନସ୍ଥ କରିଥାଉ ତାହେଲେ ସାଧାରଣତଃ ସମସ୍ତେ ସୋମବାର ଠାରୁ ଆରମ୍ଭ କରିବାକୁ ଇଛା କରିଥାନ୍ତି | କାରଣ ଶନିବାର ରବିବାର ପ୍ରାୟ ସମସ୍ତଙ୍କର ଛୁଟି ଥାଏ ଏବଂ ସମସ୍ତେ ଟିକେ ରିଲାକ୍ସ ହେବାକୁ ଚାହିଁଥାନ୍ତି | ଏପରିକି ଡାଏଟ ଥିଲେ ମଧ୍ୟ ୱିକେଣ୍ଡରେ ସମସ୍ତେ ଠକି ଦେଇଥାନ୍ତି ଏବଂ ଅନେକ ଜିନିଷ ଖାଇବାକୁ ଇଛା କରିଥାନ୍ତି | ବେଳେବେଳେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ | ଶରୀରକୁ ସୁସ୍ଥ ରଖିବା ପାଇଁ ସଠିକ ଖାଦ୍ୟ ଖାଇବା ନିହାତି ଆବଶ୍ୟକ |

{"id":306747,"width":576,"height":303,"sizeSlug":"large"}

ଶରୀରରେ ଟକ୍ସିନ ମାତ୍ରା ଅଧିକ ହେଲେ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ କ୍ଷତିକାରକ ହୋଇଥାଏ | ଏଥିପାଇଁ ଅନେକ କାରଣ ଦାୟୀ ହୋଇଥାଏ ଯେପରିକି ଡାଏଟ, ଲାଇଫଷ୍ଟାଇଲ, ଧୂମପାନ, ମଦ୍ୟପାନ ଇତ୍ୟାଦି | ନିଜ ଶରୀରରେ ଟକ୍ସିନ ମାତ୍ରା କମ କରିବାକୁ ଏବଂ ସୁସ୍ଥ ରହିବାକୁ ଡିଟକ୍ସ ଡ୍ରିଙ୍କ ସେବନ କରିପାରିବେ ଯାହାଦ୍ୱାରା ଆପଣ ଶରୀରରୁ ଟକ୍ସିନ ମାତ୍ରା କମ କରିବା ସହ ସୁସ୍ଥ ମଧ୍ୟ ରହିବେ | ଏହି ଡ୍ରିଙ୍କ ପ୍ରତିଦିନ ସେବନ କଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ତ୍ୱଚା ମଧ୍ୟ ସୁନ୍ଦର ଓ ମସୃଣ ହେବ | ଏହାସହ ଏହି ଡ୍ରିଙ୍କ ଶରୀରରେ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ |

{"id":306748,"width":577,"height":414,"sizeSlug":"large"}

ବିଟରୁଟ, ସେଓ, ଗାଜର ଆଦି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ | ଏଥିରେ ବହୁ ପରିମାଣରେ ଏନ୍ଟିଅକ୍ସିଡେଣ୍ଟ ରହିଛି | ରିସର୍ଚ୍ଚ ଅନୁଯାୟୀ, ବିଟରୁଟରେ ଅଧିକ ମାତ୍ରାରେ ଫାଇଟୋକେମିକାଲ ରହିଛି ଯେଉଁଥିରେ ଆସ୍କୋରବିକ୍ ଏସିଡ୍, କାରୋଟିନଏଡ୍, ଫେନୋଲିକ୍ ଏସିଡ୍ ଏବଂ ଫ୍ଲାଭୋନାଏଡ୍ ରହିଛି | ବିଟରୁଟିରେ ସବୁଠାରୁ ଅଧିକ ମାତ୍ରାରେ ବେଟାଲାଇନ୍ ରହିଛି | ବିଟାଲାଏନ୍ ହେଉଛି ଏକ ଅତ୍ୟଧିକ ବାୟୋ ଆକ୍ଟିଭ ପିଗମେଣ୍ଟ ଯାହା ବିଟରୁଟରେ ମିଳିଥାଏ | ବିଟାଲାଏନ୍ ରେ ଅଧିକ ମାତ୍ରାରେ ଏନ୍ଟିଅକ୍ସିଡେଣ୍ଟ ଓ ଏନ୍ଟିଇନଫ୍ଲାମେଟରୀ କ୍ଷମତା ରହିଛି |

{"id":306749,"width":574,"height":321,"sizeSlug":"large"}

ଏପଲ ବା ସେଓରେ ବହୁ ମାତ୍ରାରେ ଭିଟାମିନ, ଜିଙ୍କ, ମିନେରାଲ୍ସ ଓ ଅନ୍ୟାନ୍ୟ ପୁଷ୍ଟିକର ତତ୍ୱ ରହିଛି | ସେଓ ମଧ୍ୟ ଶୀଘ୍ର ହଜମ ହୋଇଥାଏ | ଏହା ପାଚନ କ୍ରିୟା ପାଇଁ ମଧ୍ୟ ଭଲ | ଗାଜରରେ ଭିଟାମିନ-ଏ ଓ ଇ ରହିଛି ଯେଉଁଥିରେ ଏନ୍ଟିଅକ୍ସିଡେଣ୍ଟ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ଓ ଆବଶ୍ୟକୀୟ |

{"id":306750,"width":566,"height":377,"sizeSlug":"large"}

କିଭଳି ପ୍ରସ୍ତୁତ କରିବେ ଏହି ଡ୍ରିଙ୍କ ଜାଣନ୍ତୁ

ଏକ ଛୋଟ ବିଟରୁଟ, ଏକ ଛୋଟ ଏପଲ, ଏକ ଛୋଟ ଗାଜର, ଅଳ୍ପ ପାଣି | ସବୁକୁ ଛୋଟ ଛୋଟ ଖଣ୍ଡ କରି କାଟିଦେବେ | ଏଥିରେ ଅଳ୍ପ ପାଣି ମିଶାଇ ୩-୪ ଘଣ୍ଟା ଘୋଡେଇ ରଖିଦେବେ | ଅଥବା ସବୁକୁ କାଟି ରାତି ସାରା ରଖିଦେବେ | ସକାଳୁ ଉଠି ଏହି ପାଣିକୁ ପିଇବେ | ଏହି ପାଣିକୁ ଦିନକୁ ୨-୩ ଥର ପିଇପାରିବେ | ଏହାଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ଓ ତ୍ୱଚା ମଧ୍ୟ ଗ୍ଲୋ କରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.