କ୍ବାରେଣ୍ଟାଇନ୍ ସେଣ୍ଟର ସାମ୍ନାରେ ମଦୁଆ ପ୍ରବାସୀଙ୍କ ଠିଆପାଲା...

Published By : Prameya-News7 Bureau | June 07, 2020 IST

ଭଦ୍ରକ୭/୬: କ୍ବାରେଣ୍ଟାଇନ୍ ସେଣ୍ଟର ସାମ୍ନାରେ ପ୍ରବାସୀଙ୍କ ତୁମୂଳକାଣ୍ଡ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଞ୍ଚାୟତ ଅଞ୍ଚଳର ୪ ଜଣ ଓଡ଼ିଆ ପ୍ରବାସୀ ନିଜ ଜିଲ୍ଲାରେ ପହଁଞ୍ଚିଥିଲେ। ଏମାନେ ଭଣ୍ଡାରୀପୋଖରୀ ସରକାରୀ ଆଇଟିଆଇରୁ ନାମ ପଞ୍ଜିକରଣ କରି ନିଜ ପଞ୍ଚାୟତର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ପୁରୁଷ ଏବଂ ଜଣେ ମହିଳା ଦହପାଣିଆ କ୍ବାରେଣ୍ଟାଇନ୍‌ ଆସିଥିଲେ। ସେମାନଙ୍କୁ ଭିତରକୁ ଛଡା ଯାଇ ନଥିଲା । ଏମାନଙ୍କ ମଧ୍ୟରୁ ୨ ଜଣ ଯୁବକ ମଦପିଇ ସେଣ୍ଟର ଆଗରେ ଉତ୍ପାତ କରିଥିଲେ । ଏହାକୁ ସମସ୍ତେ ପ୍ରତିବାଦ କରିଥିଲେ। ଏପରି କି ଦାୟିତ୍ବରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଦୀର୍ଘ କିଛି ସମୟ ଧରି ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ବୁଝାମଣା କରି ସମସ୍ୟାର ସମାଧାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.