Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଖବର ପ୍ରସାରଣ ପରେ ତତ୍ପରତା

1/08/2018 at 4:14 PM

କଟକ ଜିଲ୍ଲା ସାଲେପୁର ତେନ୍ତୋଳ ବାଉଁଶ ପୋଲ ସଂପର୍କରେ ମଙ୍ଗଳବାର ନ୍ୟୁଜ ସେଭେନରେ ଖବର ପ୍ରସାରଣ ହୋଇଥିଲା । ବୁଧବାର ସାଲେପୁର ବିଡ଼ିଓ ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଦେଖିଛନ୍ତି । ବାଉଁଶ ପୋଲ ପାର୍ ହୋଇ ଗାଁ ଭିତରକୁ ଯିବା ସହ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିଛନ୍ତି । ବିଜୁ ସେତୁ ଯୋଜନାରେ ତୁରନ୍ତ ବ୍ରିଜ୍ ନିର୍ମାଣ ସଂପର୍କରେ ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଏହାସହ ଏଠାକାର ରାସ୍ତା, ପାନୀୟ ଜଳ, ଭଳି ସମସ୍ୟା ଦୂର କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବିଡିଓଙ୍କ ଘଟଣାସ୍ଥଳ ପରିଦର୍ଶନ ପରେ ସେମାନଙ୍କ ସମସ୍ୟାର ସମାଧାନ ନେଇ ଆଶାବାଦୀ ହୋଇପଡିଛନ୍ତି ସ୍ଥାନୀୟ ବାସିନ୍ଦା । ଏଥିସହିତ ନ୍ୟୁଜ ସେଭେନର ଉଦ୍ୟମକୁ ପ୍ରଶଂସା ବି କରିଛନ୍ତି ।

   Related Posts