ଅଚାନକ ସରକାର ମହାରାଷ୍ଟ୍ରରେ ନୂଆ ନୁହେଁ, ହରିୟାଣାରେ ବି ହୋଇଥିଲା ଏପରି ଘଟଣା, ଗଭର୍ଣ୍ଣରଙ୍କୁ ଚାପୁଡା କଷିଥିଲେ ଦେବୀଲାଲ

Published By : Prameya-News7 Bureau | November 24, 2019 IST

ନୂଆଦିଲ୍ଲୀ :   ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେପିକୁ ସରକାର ଗଢିବାରେ ସହଯୋଗ କରିନଥିଲା ଶିବସେନା। ଏଣୁ ରାଜ୍ୟରେ ରାଜନୈତିକ ଅନିଶ୍ଚିତତା ଦେଖାଦେଇଥିବା ବେଳେ ରାଷ୍ଟ୍ରପତି ଶାସନ ଜାରିହୋଇଥିଲା। ତେବେ ଏନସିପି ଓ କଂଗ୍ରେସ ସହଯୋଗରେ ଶିବସେନା ସରକାର ଗଢିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିନେଇଥିବା ବେଳେ ଅଚାନକ ବିଜେପି  ସରକାର ଗଠନ କରିଛି। ରାଜ୍ୟରେ ସରକାର ଗଠିତ ହେବାକୁ ଯାଉଛି ଏଥିଲାଗି ଦୀର୍ଘ କସରତ କରିଥିବା ଦଳ ଅଥବା ନେତାଙ୍କୁ ବି ଜଣାନଥିଲା।  ତେବେ ଦେଶର ରାଜନୀତିରେ ଏଭଳି ଘଟଣା ନୂଆ ନୁହେଁ । ୧୯୮୨ ମସିହାରେ ହରିୟାଣାରେ ବି ଏପରି ହୋଇଥିଲା। ହେଲେ ସେତେବେଳେ କ'ଣ ଘଟିଥିଲା ଆସନ୍ତୁ ଜାଣିବା।

{"id":189271,"sizeSlug":"large"}

୮୨ ମସିହା ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟମତ ମିଳିନଥିଲା।  ଏଣୁ ସେଠାରେ ମଧ୍ୟ ମହାରାଷ୍ଟ୍ର ଭଳି ଘଟଣା ଘଟିଥିଲା। ଫଳରେ ରାଜ୍ୟର ରାଜନୈତିକ ପରିଦୃଶ୍ୟ ହିଁ ବଦଳିଯାଇଥିଲା। ରାଜ୍ୟପାଳ ଜି.ଡି.ତାପସେ କଂଗ୍ରେସ ନେତା ଚୌଧୁରୀ ଭଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଦେଇଥିଲେ। ଏହା ପରେ ଯାହା ହୋଇଥିଲା ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ ଥିଲା। ରାଜ୍ୟପାଳ ତାପସେଙ୍କୁ ରାଜଭବନରେ ହିଁ  ଭରା ସଭାରେ ଦିଗ୍ଗଜ ନେତା ଚୌଧୁରୀ ଦେବୀ ଲାଲ ଚାପୁଡା କଷିଦେଇଥିଲେ। ଯାହା ଭାରତୀୟ ରାଜନୀତିରେ ଆଜି ପର୍ଯ୍ୟନ୍ତ ସବୁଠୁ ବଡ ଘଟଣା ହୋଇ ରହିଛି।

{"align":"center","id":189272,"sizeSlug":"large"}

ଏପରି ଥିଲା ପୁରା ଘଟଣା
୯୦ ଆସନର ହରିୟାଣା ବିଧାନସଭା ଲାଗି ନିର୍ବାଚନରେ କଂଗ୍ରେସକୁ ୩୫, ଲୋକଦଳକୁ ୩୧ ଓ ଭାରତୀୟ ଜନତା ପାର୍ଟିକୁ ୬ଟି ଆସନ ମିଳିଥିଲା। କଂଗ୍ରେସ ଓ ଲୋକଦଳ ଉଭୟ ସରକାର ଗଠନ ଲାଗି ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ। ଏଥିରେ ରାଜ୍ୟପାଳ ତାପସେ ଅଚାନକ ଭଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଦେଇଥିଲେ। ଏକଥା ଜାଣିବା ପରେ ଲୋକଦଳ ନେତା ଦେବୀ ଲାଲ ତାଙ୍କର ସମସ୍ତ ବିଧାୟକଙ୍କ ସହ ରାଜଭବନରେ ପହଞ୍ଚାଇଥିଲେ। ସେଠାରେ ଦେବୀଲାଲ ରାଜ୍ୟପାଳଙ୍କ ସମ୍ମୁଖରେ ବିଧାୟକମାନଙ୍କର ପରେଡ ବି କରାଇଲେ ଓ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କଲେ।   

{"id":189273,"sizeSlug":"large"}

ବିଧାୟକଙ୍କ ପରେଡ ପରେ ହେଲା ଯୁକ୍ତି ତର୍କ
ବିଧାୟକଙ୍କ ପରେଡ କରାଇବା ପରେ ଦେବୀ ଲାଲ ତାଙ୍କ ପାଖରେ ବହୁମତ ଥିବାରୁ ଲୋକଦଳ ସରକାର ହେବ ବୋଲି କହିଥିଲେ। ତେବେ ରାଜ୍ୟପାଳ ତାଙ୍କ କଥା ଶୁଣି ନଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରିବେନି ବୋଲି ସଫାସଫା ମନା କରିଦେଇଥିଲେ। ଏଣୁ ଦେବୀ ଲାଲଙ୍କ ସହ ରାଜଭବନରେ ଉପସ୍ଥିତ ବିଧାୟକମାନେ ହୋ ହଲ୍ଲା କରିଥିଲେ।

{"id":189274,"sizeSlug":"large"}

ଆଲୋଚନାକୁ ଆସି ମାଡ ଖାଇଲେ ରାଜ୍ୟପାଳ
ପରିସ୍ଥିତି ଉଗ୍ର ହେଉଥିବା ଦେଖି ରାଜ୍ୟପାଳ ଜେ.ଡି.ତାପସେ ଦେବୀଲାଲଙ୍କ ସହ ଆଲୋଚନା କରିଥିଲେ। ତାପସେ ଓ ଦେବୀଲାଲଙ୍କ ମଧ୍ୟରେ ଖୁବ ତର୍କହୋଇଥିଲା। ଏଥିରେ ଦେବୀ ଲାଲ ଉତ୍ତେଜିତ ହେବା ସହ ରାଜ୍ୟପାଳଙ୍କ ଥୋମଣୀକୁ ଧରି ଯାହା ଇଛା ତା କହିଥିଲେ। ଏଥିରା ରାଗିଯାଇ ରାଜ୍ୟପାଳ ଦେବୀଲାଲଙ୍କ ହାତ ଛଡେଇ ଦେବାରୁ ସେ କ୍ରୋଧରେ ରାଜ୍ୟପାଳଙ୍କ ଗାଲକୁ ଏକ ଚାପୁଡା କଷିଥିଲେ। ଦେବୀଲାଲଙ୍କ ଏହି ଚାପୁଡାର ଶବ୍ଦ ହରିୟାଣା ରାଜଭବନର ପାଚେରୀ ଡେଇଁ ରାଜଧାନୀ ଦିଲ୍ଲୀ ସମେତ ପୁରା ଦେଶକୁ ଥରାଇଦେଇଥିଲା। ଘଟଣାର ରାଜନେତାମାନେ ଖୁବ୍ ସମାଲୋଚନା ମଧ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.