Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଦେବାଳିଆ ପାକିସ୍ତାନକୁ IMFର ପରାମର୍ଶ, ସଂକଟରୁ ବର୍ତ୍ତିବାକୁ ଚାହଁ ତ କର୍ମଚାରୀଙ୍କ ଦରମା ବନ୍ଦ କର

5/06/2020 at 4:30 PM

ଇସ୍ଲାମାବାଦ: ଗୁରୁତର ଆର୍ଥିକ ସଂକଟଗ୍ରସ୍ତ ପାକିସ୍ତାନକୁ ତୁରନ୍ତ ସରକାରୀ କର୍ମଚାରୀଙ୍କ ବେତନ ଫ୍ରିଜ୍‌ କରିବା ପାଇଁ ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ) ପରାମର୍ଶ ଦେଇଛନ୍ତି। ଏହା ସହ ଆର୍ଥିକ ସନ୍ତୁଳନ ରକ୍ଷା କରି ସରକାରଙ୍କୁ ନାମମାତ୍ର ଆର୍ଥିକ ନିଣ୍ଟିଆ ବଜେଟ୍ ଆଣିବା ଲାଗି ମଧ୍ୟ କହିଛନ୍ତି।  କରୋନା ଭାଇରସ୍ ସଂକ୍ରମଣ ଦେଶକୁ ରାଜରାସ୍ତାକୁ ନେଇ ଆସିଥିବା ବେଳେ ଉଚ୍ଚ ଓ ଅସ୍ଥିର ସରକାର ଋଣ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ୯୦ ପ୍ରତିଶତ ପ୍ରଭାବିତ ହୋଇଛି। ଏଣୁ ଏପରି ଉପାୟ ଅବଲମ୍ବନ ନ କଲେ ପାକିସ୍ତାନ ଅଚିରେ ଦେବାଳିଆ ଘୋଷିତ ହେବା ନିଶ୍ଚିତ ବୋଲି ଆଇଏମଏଫ ସତର୍କ କରାଇଛନ୍ତି।

ଗୋଟିଏ ପଟେ ଆର୍ଥିକ ଦୁଃସ୍ଥିତି ଓ ଅନ୍ୟପଟେ ଜି-୨୦ ଦେଶଙ୍କ ଠାରୁ ଆଣିଥିବା ଋଣ ପାକିସ୍ତାନର ଅର୍ଥ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ଏଣୁ ଆଇଏମଏଫ ଇସ୍ଲାମାବାଦକୁ ପ୍ରଥମେ ସରକାରୀ କର୍ମଚାରୀଙ୍କ ବେତନ ଫ୍ରିଜ୍ କରିବାକୁ କହିଛନ୍ତି। ଉଚ୍ଚ ମୁଦ୍ରାସ୍ପିତି ହାର ଲୋକଙ୍କ ଆୟକୁ ପ୍ରଭାବିତ କରିଛି। ଏଣୁ ଉପୁଜିଥିବା ପରିସ୍ଥିତି ବଜାରରେ ଚାହିଦା ସମାପ୍ତ କରିଦେଇଛି। ତେବେ ପାକିସ୍ତାନ ଖାଲିପଡିଥିବା ୬୭ ହଜାରରୁ ଅଧିକ ପଦବୀକୁ ସମାପ୍ତ କରିଦେବାକୁ ଏବେ ପ୍ରସ୍ତୁତ ଥିବା ଜଣାପଡିଛି। ପ୍ରାୟ ୧ ବର୍ଷରୁ ଅଧିକ କାଳ ହେଲା ଏହି ସବୁ ପଦିବୀରେ ନିଯୁକ୍ତିକୁ ସରକାର ବନ୍ଦ କରିଦେଇଛନ୍ତି। ଏଣୁ ଏବେ ପଦବୀଗୁଡିକର ପୂରଣ ନ କରାଗଲେ ବି ଚଳିବ ବୋଲି ସରକାର ଅନୁଭବ କରୁଛନ୍ତି।

ସେହିପରି ଖର୍ଚ୍ଚ କାଟ୍ କରିବା ଲାଗି ସରକାରୀ ବାହନ କ୍ରୟ ବନ୍ଦ ରଖାଯିବା ସହ ବର୍ତ୍ତମାନର ସରକାରୀ ଖର୍ଚ୍ଚ କାଟ୍ ଲାଗି ମଧ୍ୟ ସରକାର ପ୍ରସ୍ତୁତ। ଏଣୁ ପାକିସ୍ତାନ ସରକାର ଆଇଏମଏଫଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ଆଗ୍ରହୀ ଥିବା ବେଳେ ଜୁନ ୧୨ ତାରିଖରେ ସାଧାରଣ ବଜେଟ୍ ଉପସ୍ଥାପନ ଲାଗି ମଧ୍ୟ ପ୍ରସ୍ତୁତ ଥିବା ଜଣାପଡିଛି।  

   Related Posts