Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିଶ୍ୱର ଋଣଭାର ୨୨୬ ଲକ୍ଷ କୋଟି ଡଲାର, ଆଇଏମଏଫ ରିପୋର୍ଟ ବଢାଇଲା ଚିନ୍ତା

14/10/2021 at 11:42 AM

ନୂଆଦିଲ୍ଲୀ,୧୪/୧୦: କୋଭିଡ୍‌-୧୯ ଏବଂ ଏହାକୁ ଦୃଷ୍ଟିରେ ରଖି ଗ୍ରହଣ କରାଯାଇଥିବା ପଦକ୍ଷେପ ହେତୁ ବିଶ୍ୱ ଋଣ ପରିମାଣ ୨୨୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ପ୍ରଦତ୍ତ ତଥ୍ୟରୁ ଏହା ଜଣାପଡ଼ିଛି । ୨୦୨୦ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୮୯.୬% ଥିବାବେଳେ ଏ ବର୍ଷ ୯୦.୬%କୁ ବୃଦ୍ଧି ପାଇବା ନେଇ ଆଇଏମ୍‌ଏଫ୍‌ ଆକଳନ କରିଛି । ୨୦୨୦ରେ ବିଶ୍ୱର ମୋଟ ଋଣ ପରିମାଣରେ ବିକଶିତ ଅର୍ଥନୀତି ଏବଂ ଚୀନ୍‌ର ଭାଗ ୯୦%ରୁ ଅଧିକ ଥିଲା ।

ଅବଶିଷ୍ଟ ବିକାଶମୁଖୀ ଅର୍ଥନୀତି ଏବଂ ନିମ୍ନ ଆୟକାରୀ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକର ଭାଗ ବିଶ୍ୱ ଋଣ ପରିମାଣର ପ୍ରାୟ ୭% ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ଆଇଏମ୍‌ଏଫ୍‌ର ନିର୍ଦ୍ଦେଶକ(ଆର୍ଥିକ ବ୍ୟାପାର ବିଭାଗ) ଭିଟୋର ଗ୍ୟାସ୍‌ପର କହିଛନ୍ତି ଯେ, କୋଭିଡ୍‌-୧୯ ଏବଂ ଏହାକୁ ମୁକାବିଲା କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ବିଶ୍ୱ ଋଣ ସ୍ତର ବୃହତ୍‌ ମାତ୍ରାରେ ବୃଦ୍ଧି ପାଇଛି ।

ତେବେ ଏହି ଋଣ  ବିତ୍ତୀୟ ସ୍ଥିରତାକୁ ରିସ୍କ ବୋଲି ସେ କହିଛନ୍ତି । ସରକାରୀ ଋଣ, ପାରିବାରିକ ଏବଂ ଅଣ-ବିତ୍ତୀୟ କର୍ପୋରେସନଗୁଡିକର ଋଣ ବୃଦ୍ଧି ଯୋଗୁ ୨୦୨୦ରେ ବିଶ୍ୱ ଋଣ ୨୨୬ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆଇଏମ୍‌ଏଫ୍‌ ରିପୋର୍ଟ ଅନୁସାରେ ୨୦୧୬ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୬୮.୯% ଥିଲା । ଏହା ୨୦୨୦ରେ ୮୯.୬%କୁ ବୃଦ୍ଧି ପାଇଛି । ୨୦୨୧ରେ ଏହା ୯୦.୬%କୁ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି । ୨୦୨୨ରେ ଯାଇ ଏହା ୮୮.୮%କୁ ଖସିବ ଏବଂ ୨୦୨୬ରେ ୮୫.୨%କୁ କମିବ ବୋଲି ରିପୋର୍ଟରେ ଅନୁମାନ କରାଯାଇଛି । ଆଇଏମ୍‌ଏଫ୍‌ ଅନୁସାରେ ଏ ବର୍ଷ ବିଶ୍ୱ ଋଣ ପରିମାଣ ହ୍ରାସ ଘଟିପାରେ ।

   Related Posts