Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ଭାଇରସ ମହାମାରୀ ଯୋଗୁ ସରକାରୀ ଆର୍ଥିକ ବ୍ୟବସ୍ଥା ଉପରେ ରହିଯିବ ଅସମାନତା ଓ ଦାରିଦ୍ର୍ୟତାର ଅଭୁଲା ଛାପ: IMF

14/10/2021 at 8:23 PM

ୱାସିଂଟନ:  ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଆର୍ଥିକ ସମୀକ୍ଷା କରିଛନ୍ତି। ଏଥିରେ ୨୦୨୦ରେ ବୈଶ୍ୱିକ ଋଣ( ସାର୍ବଜନିକ ଅଣ ଅର୍ଥନୈତିକ ଋଣ ସମେତ) ୧୪ ପ୍ରତିଶତ ବଢ଼ି ୨୨୬ ଟ୍ରିଲିୟନ ଡଲାରର ରେକର୍ଡ ଉଚ୍ଚସ୍ତରରେ ପହଞ୍ଚି ଯାଇଥିବା ଜଣାପଡିଛି। କରୋନା ଭାଇରସ ମହାମାରୀର ଜବାବ ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥା ନେଇଥିବା କଠୋର ପଦକ୍ଷେପର ଏହା ପରିଣତି ବୋଲି କୁହାଯାଇଛି। ଯେଉଁଥି ଯୋଗୁ ସାର୍ବଜନିକ ଋଣ ଏବେ ୮୮ ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ବେଳେ ଏହା ବୈଶ୍ୱିକ ଜିଡିପିର ଶତ ପ୍ରତିଶତ ପାଖାପାଖି ହୋଇ ଯାଇଛି।

ତେବେ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଲାଗି କରୋନା ଭାଇରସ ମହାମାରୀ ଅସମାନତା ଓ ଦାରିଦ୍ର୍ୟର ଅଭୁଲା ଛାପ ଛାଡିଯିବା ନିଶ୍ଚିତ ବୋଲି ଆଇଏମଏଫ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କାରଣ ରିପୋର୍ଟ ଅନୁସାରେ ୨୦୨୧-୨୨ ବର୍ଷରୁ ସାର୍ବଜନିକ ଋଣରେ ପ୍ରତି ବର୍ଷ ୧ ପ୍ରତିଶତ ଜିଡିପି ହ୍ରାସ ଦେଖା ଯିବ। ତେବେ ଏହି ହ୍ରାସ ୯୭ ପ୍ରତିଶତରେ ସ୍ଥିର ରହିଯାଇପାରେ ବୋଲି ଆଶାବ୍ୟକ୍ତ କରାଯାଇଥିବା ବେଳେ ୨୦୨୪ ମସିହା ପର୍ଯ୍ୟନ୍ତ ପୂର୍ବ କୋଭିଡ-୧୯ ପରିସ୍ଥିତିକୁ ଫେରିବା ପ୍ରାୟତଃ ଅସମ୍ଭବ ବୋଲି ଉଲ୍ଲେଖ କରିଛନ୍ତି।

ଏଥିରେ ଉନ୍ନତ ଅର୍ଥବ୍ୟବସ୍ଥାଙ୍କ ଟ୍ରେଜରୀ ପଲିସି ଏବେ ଆର୍ଥିକ ଗତିବିଧି ଓ ରୋଜଗାର ଲାଗି ସହାୟକ ସାବ୍ୟସ୍ତ ହେଉଥିବା ବେଳେ ସ୍ୱଳ୍ପ ଆୟକାରୀ ବିକାଶଶୀଳ ଦେଶଗୁଡ଼ିକର ଉଦୀୟମାନ ବଜାର ଏବେବି ଉନ୍ନତ ବ୍ୟବସ୍ଥାଙ୍କ ତୁଳନାରେ ସେପରି କିଛି କରିପାରୁନଥିବା ଦେଖା ଯାଉଛି । କରୋନା ଭାଇରସ ମହାମାରୀ ଲାଗି ଗୋଟିଏ ପଟେ କଟକଣା ଲାଗୁ କରୁଥିବା ବେଳେ ଅର୍ଥନୀତିକୁ ସହାୟକ ହେବା ଭଳି ନୀତି ନିର୍ଦ୍ଧାରଣରେ ଏପରି ବ୍ୟବସ୍ଥାମାନେ ପଛଘୁଞ୍ଚା ଦେଉଛନ୍ତି। ଫଳରେ ଏପରି ଦେଶଙ୍କ ଆଗାମୀ ଭବିଷ୍ୟତ ଏବେବି ସ୍ପଷ୍ଟ ହୋଇପାରୁନଥିବା କହିଛନ୍ତି। ଏଣୁ ମହାମାରୀରେ ଆର୍ଥିକ ବିକାଶ ସମ୍ଭାବନା ଲାଗି ଅର୍ଥବ୍ୟବସ୍ଥାମାନଙ୍କୁ ସେମାନଙ୍କ ନୀତି ବ୍ୟବସ୍ଥିତ କରିବାକୁ ଆଇଏମଏଫ ପରାମର୍ଶ ଦେଇଛନ୍ତି।

   Related Posts