Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

‘ଜି-୨୦ ଦେଶଙ୍କ ମଧ୍ୟରେ ଭାରତର ଆର୍ଥିକ ସ୍ଥିତି ସବୁଠାରୁ ଦୁର୍ବଳ’- ଆଇଏମ୍‌ଏଫ୍ ମୁଖ୍ୟ ଗୀତା ଗୋପୀନାଥ

3/09/2020 at 2:36 PM

ନୂଆଦିଲ୍ଲୀ ୦୩/୦୯ : କରୋନା ସଙ୍କଟ ଭାରତ ସମେତ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି | ସୋମବାର ଦିନ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ (ମୋଟ ଆଭ୍ୟନ୍ତରୀଣ ଉତ୍ପାଦନ) ଜିଡିପିରୁ ଏହା ସାମ୍ନାକୁ ଆସିଛି | ଏପ୍ରିଲ-ଜୁନ ତ୍ରୟମାସିକରେ ଭାରତର ଜିଡିପି ଅଭିବୃଦ୍ଧି ୪୦ ବର୍ଷରେ ପ୍ରଥମଥର ପାଇଁ ନେଗେଟିଭ ହୋଇଛି | ନୂଆ ରିପୋର୍ଟ ଅନୁଯାୟୀ, ଭାରତର ଜିଡିପି ୨୩.୯ ପ୍ରତିଶତ ହ୍ରାସ ପାଇବା ପରେ ଚଳିତ ଆର୍ଥିକ ବର୍ଷରେ ଏହା ୧୦.୯ ପ୍ରତିଶତ ହ୍ରାସ ପାଇପାରେ | 

ଆଇଏମଏଫ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ (ଜୁଲାଇ-ସେପ୍ଟେମ୍ବର ୨୦୨୦) ରେ ଭାରତର ଅର୍ଥ ବ୍ୟବସ୍ଥା ଜି-୨୦ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଖରାପ ସ୍ଥିତିରେ ରହିପାରେ | ଦ୍ୱିତୀୟ ତ୍ରୟମାସିକରେ ଭାରତର ଅର୍ଥ ବ୍ୟବସ୍ଥାର ବିକାଶରେ ଐତିହାସିକ ଦୁର୍ବଳତା ଦେଖାଯାଇପାରେ | ଏହା ପୂର୍ବରୁ ମୁଡିଜ ଇନଭେଷ୍ଟର ସର୍ଭିସ କହିଥିଲା ଯେ, ଜି-୨୦ ଦେଶମାନଙ୍କ ଅର୍ଥ ବ୍ୟବସ୍ଥାରେ ୨୦୨୦ ବର୍ଷର ପ୍ରଥମ ୬ ମାସରେ ବହୁତ ହ୍ରାସ ପାଇପାରେ | ସୂଚନାଯୋଗ୍ୟ ଯେ, ଭାରତ ମଧ୍ୟ ଏହି ଗ୍ରୁପ-୨୦ ରାଷ୍ଟ୍ର ସମୂହର ସଦସ୍ୟ ରାଷ୍ଟ୍ର | ଦୁନିଆର ଦୁଇ ତୃତୀୟାଂଶରୁ ଅଧିକ ଜନସଂଖ୍ୟା ଜି-୨୦ ଅର୍ଥବ୍ୟବସ୍ଥା ଅନ୍ତର୍ଭୁକ୍ତ |

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଗୀତା ଗୋପୀନାଥ ଟ୍ୱିଟ କରି କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ ଜି-୨୦ ଦେଶମାନଙ୍କ ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି | ଜି-୨୦ ଦେଶମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ନେଗେଟିଭ ଜୋନରେ ରହିପାରେ | ଏହି ସମୂହରେ ଭାରତର ଜିଡିପି ୨୫.୬ ପ୍ରତିଶତ ନେଗେଟିଭ ରହିବାର ଆଶଙ୍କା ରହିଛି |

ଆଇଏମଏଫ ଅର୍ଥଶାସ୍ତ୍ରୀ ଗୀତା ଆହୁରି କହିଛନ୍ତି ଯେ, ଏହି ତାଲିକା ତ୍ରୟମାସିକ ଆଧାରିତ | ଏହାକୁ ଅନ୍ୟ କୌଣସି ବର୍ଷ ସହ ତୁଳନା କରାଯାଇ ପାରିବନାହିଁ | ବର୍ଷ ୨୦୨୦ର ତୃତୀୟ ତ୍ରୟମାସିକରେ ଜି-୨୦ ଦେଶମାନଙ୍କ ଜିଡିପି ସୁଧୁରିବା ଅନୁମାନ କରାଯାଉଛି |

   Related Posts