ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା, ଓଡିଶାକୁ ସତର୍କ କରାଇଲା ପାଣିପାଗ ବିଭାଗ
22/06/2020 at 5:41 PM

ଭୁବନେଶ୍ଵର ୨୨।୦୬: ନିକଟରେ ବାତ୍ୟା ଅମ୍ପାନ ଓଡିଶାବାସୀଙ୍କ ମନରୁ ଲିଭୁଣୁ ପୁଣି ଆଉ ଏକ ସାମୁଦ୍ରିକ ଝଡ ସୃଷ୍ଟି ହେବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଙ୍ଗୋପସାଗର କ୍ଷେତ୍ରରେ ଆଉ ଏକ ବାତ୍ୟା ନେଇ ଦାନା ବାନ୍ଧୁଥିବା ସୂଚନା ଦିଆଯାଇଛି। ଏ ନେଇ ପାଣିପାଗ ବିଭାଗ ଓଡିଶାକୁ ଆଲର୍ଟ ସତର୍କ କରାଇଛି। ବିଭାଗୀୟ ଅଧିକାରୀ ଖୋଦ୍ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ନଜର ରଖିଛନ୍ତି। ଲଘୁଚାପର ପ୍ରତିଟି ଗତିବିଧି ଉପରେ ପାଣିପାଗ ବିଭାଗ ନଜର ରଖିଛି।
ସୋମବାର ଜାରି ଆଲର୍ଟରେ ପାଣିପାଗ ବିଭାଗ କହିଛି ଯେ, ଓଡିଶାର ଆଭ୍ୟନ୍ତରୀଣ ଇଲାକା ଏବଂ ଆଖପାଖରେ ସମୁଦ୍ର ପତ୍ତନରୁ ୦.୯ କିଲୋମିଟର ଏବଂ ୭.୬ କିଲୋମିଟର ମଧ୍ୟରେ ଦକ୍ଷିଣ ପାର୍ଶ୍ଵକୁ ଏକ ଘୂର୍ଣ୍ଣିଝଡ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଏହା ଆଗାମୀ ତିନି ଦିନରେ ଉତ୍ତର-ପଶ୍ଚିମ ଅଭିମୁଖେ ଗତି କରିପାରେ।
ଉଲ୍ଲେଖଯୋଗ୍ୟ, ମେ ମାସରେ ହୋଇଥିବା ବାତ୍ୟା ଅମ୍ପାନରେ ଓଡିଶାର ଅନେକ ଜିଲ୍ଲାରେ ବହୁ କ୍ଷୟକ୍ଷତି ଘଟିଥିଲା। ବାତ୍ୟା ଅମ୍ପାନ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସୁନ୍ଦରବନ ଓ ହତିଆ ଦ୍ଵୀପ ପାଖରେ ସ୍ଥଳଭାଗ ଛୁଇଁଥିଲା। ପଶ୍ଚିମବଙ୍ଗରେ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଥିଲେ।