Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ସେପ୍ଟେମ୍ବରରେ ହୋଇପାରେ ସାଧାରଣରୁ ଅଧିକ ବର୍ଷା: IMD

7/09/2020 at 9:22 PM

ନୂଆଦିଲ୍ଲୀ ୭।୯:  ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ସେପ୍ଟେମ୍ବର ମାସରେ ଦେଶରେ ସାଧାରଣରୁ ଅଧିକ ବର୍ଷା ହୋଇ ପାରେ ବୋଲି ପୂର୍ବାନୁମାନ କରିଛନ୍ତି। ଏ ନେଇ ସୋମବାର ଆଇଏମଡି ଦେଇଥିବା ସୂଚନା ଅନୁସାରେ ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଲାଗି ଦେଶରେ ଏପର୍ଯ୍ୟନ୍ତ ସାଧାରଣରୁ ଅଧିକ ବର୍ଷା ହୋଇଥିବା କହିଛନ୍ତି। ତେବେ ଅନ୍ୟବର୍ଷ ଅପେକ୍ଷା ଦେଶରେ ଚଳିତବର୍ଷ ମୌସୁମୀ ଅଧିକ ସମୟ ପର୍ଯ୍ୟନ୍ତ ଅବସ୍ଥାନ କରିପାରେ ବୋଲି ମଧ୍ୟ ଆକଳନ କରୁଛନ୍ତି।

ପାଣିପାଗ ବିଭାଗଙ୍କ ଆକଳନ ଅନୁସାରେ ଚଳିତମାସ ଶେଷ ଦୁଇ ସପ୍ତାହ ମଧ୍ୟ ଓ ଦକ୍ଷିଣ ଭାରତରେ ବର୍ଷା ହୋଇପାରେ। ଆଇଏମଡି ମହାନିର୍ଦ୍ଦେଶକ ଡା. ମୃତ୍ୟୁଞ୍ଜୟ ମହାପାତ୍ର ସେପ୍ଟେମ୍ବର ୧୭-୧୮ ତାରିଖରୁ ପଶ୍ଚିମ ରାଜସ୍ଥାନରେ କୁହୁଡି ସହ ମୌସୁମୀ ଅପସାରଣ ହେବ ବୋଲି ଅନୁମାନ କରୁଥିବା ବେଳେ ଏହି ସମୟରେ ଦେଶର ଅନ୍ୟ ଭାଗରେ ବର୍ଷା ହ୍ରାସ ହେବନି ବୋଲି କହିଛନ୍ତି।

ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ସେ ଏପରି ବର୍ଷା ଆଶଙ୍କା କରିଛନ୍ତି।  ଭାରତରେ ଏପର୍ଯ୍ୟନ୍ତ ୮୧୫ ମିଲିମିଟର ବର୍ଷା ହୋଇଛି। ଯାହା ସାଧାରଣ ବର୍ଷା ୭୫୮.୨ ମିଲିମିଟର ତୁଳନାରେ ୬୨.୮ ମିଲିମିଟର ଅଧିକ ବର୍ଷା ହୋଇଛି।

   Related Posts