ଆସୁଛି ଆଉ ଏକ ବାତ୍ୟା 'ନିସାରଗା' : ମୁମ୍ବାଇ ଓ ଗୁଜରାଟକୁ ରେଡ୍ ଆଲର୍ଟ ଜାରି

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧/୦୬ : ପଶ୍ଚିମବଙ୍ଗ ଓ ଓଡିଶାରେ ନିକଟରେ ବାତ୍ୟା ଅମ୍ପାନ ନାନା କ୍ଷୟ କ୍ଷତି ଘଟାଇଥିଲା | ଏହିଭଳି ବାତ୍ୟା ବର୍ତ୍ତମାନ ଆରବ ସାଗରରେ ସୃଷ୍ଟି ହେଉଛି | ଭାରତୀୟ ପାଣିପାଗ ବିଭାଗ ମହାରାଷ୍ଟ୍ର ଓ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ ଆଲର୍ଟ ଜାରି କରିଛନ୍ତି | ଏହି ବାତ୍ୟାର ନାଁ ଦିଆଯାଇଛି 'ନିସାରଗା' | ଏହାର ପ୍ରଭାବରେ ଗୁଜରାଟ ଭାବନଗରରେ ଭୀଷଣ ବର୍ଷା ଆରମ୍ଭ ହୋଇଯାଇଛି |

ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ବାତ୍ୟା ଜୁନ ୩ ତାରିଖ ସନ୍ଧ୍ୟା କିମ୍ବା ରାତିରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି | ଏହାର ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଆଇଏମଡି ଜୁନ ୧ ତାରିଖ ପାଇଁ କେରଳ, କର୍ଣ୍ଣାଟକ ଉପକୂଳବର୍ତ୍ତୀ ଅଞ୍ଚଳ, ଗୋଆ ଓ ମହାରାଷ୍ଟ୍ରର ତଟବର୍ତ୍ତୀ ଅଞ୍ଚଳ ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି | ଆଗାମୀ ୨୪ ଘଣ୍ଟାରେ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛନ୍ତି |

{"id":279688,"width":574,"height":377,"sizeSlug":"large"}

ଜୁନ ୪ ତାରିଖ ପର୍ଯ୍ୟନ୍ତ ସାବଧାନ ରହିବାକୁ ମାଛ ଧରାଳିଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି | ବର୍ତ୍ତମାନ ଯେଉଁ ମାଛ ଧରାଳିମାନେ ଆରବ ସାଗରରେ ଅଛନ୍ତି ସେମାନେ ତୁରନ୍ତ ଫେରି ଆସିବାକୁ ନିର୍ଦେଶ ଦିଆଯାଇଛି | ଜୁନ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ସ୍ଥିତି ଅତ୍ୟନ୍ତ ଖରାପ ରହିବାର ସମ୍ଭାବନା ରହିଛି | ଘଣ୍ଟା ପ୍ରତି ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବୋହିବ ଏବଂ ଏହା ଘଣ୍ଟା ପ୍ରତି ୧୧୦ କିଲୋମିଟରକୁ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି | ଚକ୍ରବାତ ବର୍ତ୍ତମାନ ଗୋଆରୁ ୩୭୦ କିମି ଦୂରରେ ରହିଛି | ମୁମ୍ବାଇରୁ ୬୯୦ କିମି ଏବଂ ସୁରଟରୁ ୯୨୦ କିମି ଦୂରରେ ରହିଛି | ଆଗାମୀ ୧୨ ଘଣ୍ଟାରେ ଦକ୍ଷିଣ-ପୂର୍ବ ଆରବ ସାଗରରେ ଚକ୍ରବାତ ଶକ୍ତିଶାଳୀ ରୁପା ନେଇପାରେ | ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ତୀବ୍ର ରୂପ ନେଇପାରେ |

ଜୁନ ପ୍ରଥମରେ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ୨୦୨୦ ପ୍ରାରମ୍ଭରୁ ସୂଚନା ଦେଇଥିଲେ | ସୋମବାର ଦିନ ମୌସୁମୀ କେରଳ ଛୁଇଁଛି | ସୋମବାର ଦିନ କେରଳରେ ସାମାନ୍ୟ ବର୍ଷା ହୋଇଛି | ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଭାରତର ଉତ୍ତର-ପୂର୍ବରେ କିଛି ବର୍ଷ ହେଲା ସ୍ୱଳ୍ପ ବୃଷ୍ଟି ହେଉଛି | ଚଳିତବର୍ଷ ୯୬ ପ୍ରତିଶତ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି | ମୌସୁମୀ ୪୦ ପ୍ରତିଶତରୁ ଅଧିକ ସାମାନ୍ୟ ରହିବାର ସମ୍ଭାବନା ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.