ଶ୍ରାବଣ ଅପେକ୍ଷା ଭାଦ୍ରବ ଓ ଆଶ୍ୱିନ ମାସରେ ବର୍ଷିଛି ଅଧିକ, ୧୨୫ ଥର ହୋଇଛି ବଡ଼ ବର୍ଷା: IMD

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୨।୧୧: ସାଧାରଣତଃ ଦେଶକୁ ମୌସୁମୀ ଆଗମନ ପରେ ଶ୍ରାବଣ ମାସରେ ଅଧିକ ବର୍ଷା ହୋଇଥାଏ। ତେବେ ଚଳିତବର୍ଷ ଶ୍ରାବଣ ଅପେକ୍ଷା ଦେଶରେ ଭାଦ୍ରବ ଓ ଅଶ୍ୱୀନ ମାସରେ ଅଧିକ ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗ (ଆଇଏମଡି) ଏହି ସମୟରେ ୧୨୫ଟି ବଡ଼ ବର୍ଷା ହୋଇଥିବାର ସୂଚିତ କରିଛନ୍ତି। ତେବେ ଚଳିତବର୍ଷ ବିଳମ୍ବରେ ମୌସୁମୀର ପ୍ରତ୍ୟାବର୍ତ୍ତନ ଓ ସାଧାରଣରୁ ଅଧିକ ଲଘୁଚାପ ଯୋଗୁ ଏଥର ଏପରି ହୋଇଥିବା ଆଇଏମଡି କହିଛନ୍ତି।

{"id":537511,"width":838,"height":627,"sizeSlug":"full","linkDestination":"none"}

ପାଣିପାଗ ବିଭାଗଙ୍କ ଅନୁସାରେ ଚଳିତବର୍ଷ  ସେପ୍ଟେମ୍ବର ମାସରେ ୮୯ ଥର ବଡ଼ ବର୍ଷା ରେକର୍ଡ ହୋଇଛି। ଗତବର୍ଷ ସେପ୍ଟେମ୍ବରରେ ୬୧ଟି ବଡ଼ ବର୍ଷା ହୋଇଥିବା ବେଳେ ୨୦୧୯ରେ ୫୯ଟି ବଡ଼ ବର୍ଷା ହୋଇଥିଲା। ତେବେ ଏହା ପୂର୍ବ ବର୍ଷମାନଙ୍କରେ ଅର୍ଥାତ ୨୦୧୭ରେ ୨୯ ଥର ଓ ୨୦୧୮ରେ ୪୪ ଥର ବଡ଼ ବର୍ଷା ରେକର୍ଡ ହୋଇଥିବାର ଆଇଏମଡି କହିଛନ୍ତି। ସେହିପରି ଅକ୍ଟୋବର ମାସରେ ଚଳିତବର୍ଷ  ୩୬ଟି ବଡ଼ ବର୍ଷା ହୋଇଛି। ୨୦୨୦ ମସିହାରେ ୧୦ ଓ ୨୦୧୯ରେ ୧୬ଟି ବଡ଼ ବର୍ଷା ହୋଇଥିଲା।

{"id":537514,"sizeSlug":"full","linkDestination":"none"}

ଏପରି ବିଷମ ପାଣିପାଗ ଯୋଗୁ ଚଳିତବର୍ଷ ମୌସୁମୀ ଫେରିବାରେ ବିଳମ୍ବ ହେବା ସହ ସାଧାରଣରୁ ଅଧିକ ବର୍ଷା ହୋଇଛି। ଅକ୍ଟୋବରରେ ୨ଟି ସାଇକ୍ଲୋନ, ଗୋଟିଏ ଗଭୀର ଲଘୁଚାପ ଓ ୬ଟି ଲଘୁଚାପ ସମେତ ମୋଟ ୯ଟି ସାମୁଦ୍ରିକ ବିତ୍ପାତ ଉପୁଜିଥିଲା।  ଫଳରେ ହିମାଚଳରେ ୨୦୩.୨ ମିଲମିଟରର ରେକର୍ଡ ବର୍ଷା ହୋଇଥିଲା। ଉଲ୍ଲେଖ ଯୋଗ୍ୟ ଯେ ୧୫ ମିଲିମିଟରରୁ କମ ପରିମାଣର ବର୍ଷାକୁ ପାଣିପାଗ ବିଭାଗ ହାଲୁକା, ୧୫ରୁ ୬୪ ମିଲିମିଟକୁ ମଧ୍ୟମ, ୬୪.୫ ମିଲିମିଟରରୁ ୧୧୫.୫ ମିଲିମିଟର ବର୍ଷାକୁ ଭୀଷଣ ଓ ୧୧୫.୬ରୁ ୨୦୪.୪ ମିଲମିଟର ବର୍ଷାକୁ ଅତି ଭୀଷଣ ବର୍ଷା ଭାବେ ଗ୍ରହଣ କରିଥାନ୍ତି। ଏମିତିରେ ଅକ୍ଟୋବର ୧୫ ସୁଦ୍ଧା ଦେଶରୁ ମୌସୁମୀର ପ୍ରତ୍ୟାହାର ହୋଇଯାଏ। ହେଲେ ଚଳିତବର୍ଷ ୨୫ ଅକ୍ଟୋବର ବେଳକୁ ମଧ୍ୟ ଦେଶରେ ମୌସୁମୀର ପ୍ରଭାବ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.