Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଲଗାତାର ତୃତୀୟ ବର୍ଷ ସ୍ଵାଭାବିକ ରହିବ ମୌସୁମି, ଜାଣନ୍ତୁ ଦେଶର କେଉଁ ଭାଗରେ କେତେ ବର୍ଷା ହେବ

1/06/2021 at 4:11 PM

ନୂଆଦିଲ୍ଲୀ ୦୧।୦୬: କରୋନା ଦ୍ଵିତୀୟ ଲହର ସହ ସଂଘର୍ଷ କରୁଥିବା ଭାରତ ପାଇଁ ଚଳିତ ଥର ମୌସୁମି ବଡ ଆଶ୍ଵସ୍ତି ଦେଇପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ମୌସୁମି ସ୍ଵାଭାବିକ ରହିବ ଏବଂ ଏହି ଅବଧିରେ ୧୦୧ ପ୍ରତିଶତ ବର୍ଷା ହେବ। ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ଜାରି ପୂର୍ବାନୁମାନରେ ଏହି ସୂଚନା ଦିଆଯାଇଛି।

ଲଙ୍ଗ ପିରିୟଡ ଏଭାରେଜର ଅର୍ଥ ଗତ ୫୦ ବର୍ଷରେ ଦେଶରେ ହୋଇଥିବା ମୌସୁମି ବର୍ଷାର  ହାରାହାରିକୁ ଦର୍ଶାଇଥାଏ। ୧୯୬୧ ରୁ ୨୦୧୦ ମଧ୍ୟରେ ମୌସୁମି ସମୟରେ ବର୍ଷାର ପରିମାଣ ୮୮ ସେମି ରହିଥିଲା। ଚଳିତ ବର୍ଷ  ମଧ୍ୟ ବର୍ଷା ଏହି ପାଖାପାଖି ରହିପାରେ।

ପାଣିପାଗ ବିଭାଗ ଅନୁଯାୟୀ କେନ୍ଦ୍ର ଭାରତରେ ଏଥର ମୌସୁମି ସ୍ଵାଭାବିକ ରହିବ। ଉତ୍ତର ଏବଂ ଦକ୍ଷିଣ ଭାରତରେ ବର୍ଷା ସ୍ଵାଭାବିକ ଏବଂ ପୂର୍ବୋତର ଭାରତରେ ସ୍ଵାଭାବିକଠୁ କମ ରହିବ। ଆଇଏମଡିର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଯଦି ସମଗ୍ର ଦେଶର ହାରାହାରି ଉପରେ ନଜର ପକାଯାଏ, ତେବେ ମୌସୁମି ଚଳିତ ବର୍ଷ ସ୍ଵାଭାବିକ ରହିବ। ଚଳିତ ବର୍ଷ ମିଶାଇ କ୍ରମାଗତ ତୃତୀୟ ବର୍ଷ ମୌସୁମି ସ୍ଵାଭାବିକ ରହିବ।

ଆଗାମୀ ତିନି ମାସର ପାଣିପାଗ ଭବିଷ୍ୟତବାଣୀକୁ ଲଙ୍ଗ ରେଞ୍ଜ ଫୋରକାଷ୍ଟ କୁହାଯାଏ। ଏଥିରେ ବାୟୁର ଚାପ, ବାତ୍ୟାର ଅନୁମାନ ଓ ମୌସୁମି ବର୍ଷାର ଭବିଷ୍ୟତବାଣୀ ଆଦି ସାମିଲ ଥାଏ। ଲଙ୍ଗ ପିରିଏଡ ଏଭାରେଜ ଅର୍ଥାତ ଦୀର୍ଘ ଅବଧି ହାର ଜୁନରୁ ସେପ୍ଟେମ୍ବର ମାସ ପାଇଁ ଉପସ୍ଥାପନ କରାଯାଏ। ପୂରା ଦେଶ ଉପରେ ଯଦି ଆଲୋଚନା କରାଯାଏ ତେବେ ଏହି ସମୟରେ ୧୦୧ ପ୍ରତିଶତ ବର୍ଷା ହୋଇପାରେ। କିନ୍ତୁ ଏହି ମୋଡେଲ୍ ଜରିଆରେ କରାଯାଉଥିବା ପୂର୍ବାନୁମାନରେ ୪ ପ୍ରତିଶତ ବୃଦ୍ଧି କିମ୍ବା ହ୍ରାସ ମଧ୍ୟ  ହୋଇପାରେ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମୌସୁମି ନିର୍ଦ୍ଧାରିତ ସମୟର ଦୁଇ ଦିନ ବିଳମ୍ବରେ ଅର୍ଥାତ ଜୁନ ୩ରେ କେରଳ ଛୁଇଁପାରେ। ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ, ମେ ୩୧ ମୌସୁମି କେରଳ ପହଞ୍ଚିବ। କିନ୍ତୁ ଏଥିରେ ୪ ଦିନ ବିଳମ୍ବ ଘଟିବ। ରବିବାର ଏ ନେଇ ପାଣିପାଗ ବିଭାଗ ନିଜର ସଦ୍ୟତମ ପୂର୍ବାନୁମାନ ଜାରି କରି ଜୁନ ୩ରେ ମୌସୁମି କେରଳ ଛୁଇଁବ ବୋଲି ସୂଚନା ଦେଇଛି।

   Related Posts