IMDଙ୍କ ସୂଚନା: ନିୟମିତ ସମୟରେ ଭାରତୀୟ ଭୂ-ଭାଗକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ସ୍ୱଭାବିକ ହେବ ବର୍ଷା

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୪।୪: ପୃଥିବୀ ବିଜ୍ଞାନମନ୍ତ୍ରାଳୟ (ଏମଓଇଏସ୍) ଅନ୍ତର୍ଗତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଚଳିତବର୍ଷ ଭାରତ ଲାଗି ଦୀର୍ଘାବଧି ମୌସୁମୀ ପୂର୍ବାନୁମାନ ଜାରି କରିଛନ୍ତି। ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ ଦେଶର ଅର୍ଥନୀତି ନିର୍ଭର କରିଥାଏ। ଏଣୁ ଚଳିତବର୍ଷ ହୋଇଥିବା ଆକଳନରେ ଦେଶରେ ମୌସୁମୀ ବର୍ଷା ସ୍ୱଭାବିକ ରହିବ ବୋଲି କୁହାଯାଇଛି।

{"id":254510,"sizeSlug":"large"}

ସାଧାରଣତଃ ଭାରତରେ ଜୁନରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୌସୁମୀର ସମୟ। ଏହି ସମୟରେ ସ୍ୱଭାବିକ ଅର୍ଥାତ ୯୬-୧୦୪ ପ୍ରତିଶତ ବର୍ଷା ଆକଳନ କରିଛନ୍ତି ଆଇଏମଡି। ଦୀର୍ଘ ଅବଧି ଆକଳନରେ ହାରାହାରି ଶତପ୍ରତିଶତ ବର୍ଷା ପୂର୍ବାନୁମାନ କରାଯାଇଛି। ତେବେ ପ୍ରାଶାନ୍ତ ମହାସାଗରୀୟ କ୍ଷେତ୍ରରେ ଲା ନିନା ପରିସ୍ଥିତି ଥିଲେ ବି ଋତୁର ଦ୍ୱିତୀୟାର୍ଦ୍ଧବେଳକୁ ଦୁର୍ବଳ ହୋଇଯାଇଥିବା ବୋଲି ଆଇଏମଡି ଜାରି ରିପୋର୍ଟରେ ଆକଳନ କରିଛନ୍ତି।

{"id":254513,"sizeSlug":"large"}

ତେବେ ସମୁଦ୍ର ପୃଷ୍ଠର ତାପମାତ୍ରା ମୌସୁମୀକୁ ପ୍ରଭାବିତ କରୁଥିବାରୁ ପାଣିପାଗ ବିଭାଗ ଉଭୟ ପ୍ରଶାନ୍ତ ଓ ଭାରତ ମହାସାଗରର ସମୁଦ୍ର ପୃଷ୍ଠ ତାପମାତ୍ରା ଉପରେ ନଜର ରଖିଛନ୍ତି। ସାଧାରଣତଃ ପାଣିପାଗ ବିଭାଗ ଦୁଇଟି ପର୍ଯ୍ୟାୟରେ ମୌସମୁମୀ ପୂର୍ବାନୁମାନ କରିଥାନ୍ତି। ଏଥିଲାଗି ଆଇଏମଡି ପ୍ରଥମପର୍ଯ୍ୟାୟ ପୂର୍ବାନୁମାନ ପ୍ରତିବର୍ଷ ଏପ୍ରିଲରେ ଜାରି କରୁଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବାନୁମାନ ମେ-ଜୁନ ମାସରେ ଜାରି ହୋଇଥାଏ। ପ୍ରଥମ ପର୍ଯ୍ୟାୟ  ପୂର୍ବାନୁମାନରେ ଆଞ୍ଚଳିକ ପାଣିପାଗ ପରିସ୍ଥିତି ସାମିଲ ନଥାଏ। ତେବେ ୧୯୫୧ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦେଶରେ ହାରାହାରି ବର୍ଷାର ପରିମାଣ ୮୯୦ ମିଲିମିଟର ପର୍ଯ୍ୟନ୍ତ ହୋଇଥିବାର ରେକର୍ଡ ରହିଛି।

{"id":254514,"sizeSlug":"large"}

ତେବେ ପାଣିପାଗ ବିଭାଗ ଚଳିତବର୍ଷ ମୌସମୁମୀର ଯେଉଁ ପୂର୍ବାନୁମାନ କରିଛନ୍ତି,  ସେଥିରେ ମୌସୁମୀ ସ୍ୱଭାବିକ ଅର୍ଥାତ ୧୦୦ ପ୍ରତିଶତ ବର୍ଷାର ଆକଳନ କରାଯାଇଛି। ତଥାପି ଏଥିରେ +_୫ ପ୍ରତିଶତ ହ୍ରାସ ବୃଦ୍ଧିର ଆକଳନ ରହିଛି। ଭାରତୀୟ ଅର୍ଥନୀତି ମୌସୁମୀ ଆଧାରିତ। ସେୟାର ବଜାରରୁ ଆରମ୍ଭ କରି ଉଦ୍ୟୋଗ ଜଗତ ଉପରେ ମୌସୁମୀ ପୂର୍ବାନୁମାନର ପ୍ରଭାବ ରହିଥାଏ। ସ୍ୱଭାବିକ ମୌସୁମୀର ପୂର୍ବାନୁମାନ ବଜାର ଓ ଉଦ୍ୟୋଗରେ ଉତ୍ସାହର ପରିବେଶ ସୃଷ୍ଟି କରୁଥିବା ବେଳେ ବର୍ଷା ହ୍ରାସର ସୂଚନାରେ ଦେଶର ଅର୍ଥାବସ୍ଥା ଧିମେଇଯାଏ।

{"id":254515,"width":577,"height":384,"sizeSlug":"large"}

ଦେଶରେ ବାର୍ଷିକ ହେଉଥିବା ବର୍ଷା ପରିମାଣର ୭୦ ପ୍ରତିଶତ ମୌସୁମୀରୁ ମିଳିଥାଏ। ଏଥିରେ ସୋୟାବିନ, କପା,ଡାଲି ଓ ଧାନ ଫସଲ ଚାଷ ମୌସମୁମୀରେ ହିଁ ହୋଇଥାଏ। ଅର୍ଥନୀତିକୁ କୃଷିର ଯୋଗଦାନ ୧୫ ପ୍ରତିଶତ ରହିଥିବା ବେଳେ ଏହି କ୍ଷେତ୍ରର ଆୟ ସହ ଦେଶର ୧୩୦ କୋଟି ଲୋକେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୂପରେ ଜଡିତ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.