IMDର ସୂଚନା ଅଧିକ ଘନୀଭୂତ ହେଲା ଲଘୁଚାପ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତ ଓ ସାମୁଦ୍ରିକ ଝଡର ରୂପ ନେବ

Published By : Prameya-News7 Bureau | November 04, 2019 IST

ନୂଆଦିଲ୍ଲୀ ୦୪।୧୧ ବଙ୍ଗୋପସାଗରର ଆଣ୍ଡାମାନ୍ ନିକଟରେ ସୃଷ୍ଟ ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି ।  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସମ୍ଭାବନା ।

{"id":179264}

୪୮ ଘଣ୍ଟା ମଧ୍ୟରେ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେଇ ଆଣ୍ଡାମାନରୁ ଉତ୍ତର ଓ ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଣ୍ଡାମାନରେ ବର୍ଷା ଜାରି ରହିଛି । ଆସନ୍ତାକାଲି ଏନେଇ ସ୍ପଷ୍ଟ ରୂପରେଖ ପ୍ରକାଶ ପାଇବ ବୋଲି ପାଣିପାଗ ଡି.ଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.