Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଜାଡ ମାଡରେ ଥରୁଛି ଓଡିଶା ; ୫ତାରିଖ ବେଳକୁ ପୁଣି ଲଘୁଚାପ, କୋଲ୍ଡ ଓ୍ବେଭ୍ ୱାର୍ଣ୍ଣିଂ ଜାରି

3/01/2019 at 9:20 AM

ଭୁବନେଶ୍ବର ୦୩|୦୧: ୭ ତାରିଖ ପର୍ଯ୍ୟନ୍ତ ଥଣ୍ଡାରୁ ତ୍ରାହି ନାହିଁ । ସ୍ଥିତିରେ ସେଭଳି ବଡ ପରିବର୍ତ୍ତନ ହେବନି। ଦୁଇରୁ ତିନି ଡିଗ୍ରୀ ଏପାଖସେପାଖ ହୋଇପାରେ। ଏହାପରେ ତାପମାତ୍ରା ବୃଦ୍ଧି ପାଇବ । ଉତ୍ତର ଭାରତରେ ଥଣ୍ଡା ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଥିବାରୁ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି ।

ଏବର୍ଷର ଶୀତ ରେକର୍ଡ ଭାଙ୍ଗିଥିବା ବେଳେ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ।ଆହୁରି ଚାରି ପାଞ୍ଚ ଦିନ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ୨୪ ଘଣ୍ଟା ପାଇଁ କୋଲ୍‌ଡ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।ସାଧାରଣ ଲୋକଙ୍କୁ ଶୀତ ନେଇ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ସୂଚନା ଜାରି ରହିଥିବା ବେଳେ ଆସନ୍ତା ୫ ତାରିଖ ବେଳକୁ ଆଣ୍ଡାମାନ ନିକଟରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।ଏହାର ପ୍ରଭାବରେ ଶୀତ କିଛିଟା କମିପାରେ ।

ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ଲାଗି ରହିଛି ପ୍ରବଳ ଥଣ୍ଡା। ଲଗାତାର ଭାବେ ପାରଦ ୫ ଡିଗ୍ରୀ ତଳେ ରହୁଛି। ଗତକାଲି ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ୫ ଡିଗ୍ରୀରେ ପହଞ୍ଚିଛି । ଫୁଲବାଣୀରେ ଥଣ୍ଡା ଅପରିବର୍ତ୍ତିତ ରହିଛି । ଏଠାରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ଭୋର୍ ସମୟରେ ପ୍ରବଳ ଥଣ୍ଡା ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଦିନ ୧୦ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରି ପାରୁନାହାନ୍ତି। କେତେକ ସ୍ଥାନରେ କାକର ଓ ବରଫପାତ ହେଉଥିବାରୁ ସ୍ଥିତି ଆହୁରି ସାଙ୍ଘାତିକ ହୋଇପଡ଼ୁଛି । ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ, ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ରା ୮ରୁ ୯ ଡିଗ୍ରୀ ମଧ୍ୟରେ ରହିଛି।

   Related Posts