ଏଥର ଅସମ୍ଭାଳ ଗ୍ରୀଷ୍ମ ! ‘ସିଜନାଲ ଆଉଟ୍ ଲୁକ୍’ରେ ଓଡ଼ିଶା, ଛତିଶଗଡ଼ ସହ ଉତ୍ତର, ପୂର୍ବ ଓ ପଶ୍ଚିମ ଭାରତକୁ ସତର୍କ କଲେ IMD

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ ୨।୩:  ଭାରତୀୟ ପାଣି ପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଆଗାମୀ ଗ୍ରୀଷ୍ମ ଋତୁ ଲାଗି  ‘ସିଜନାଲ ଆଉଟ୍‌ଲୁକ୍’ ଜାରି କରିଛନ୍ତି। ମାର୍ଚ୍ଚ-ମେ ଲାଗି ଜାରି ହୋଇଥିବା ଆଉଟଲୁକ୍‌ରେ ଦକ୍ଷିଣ ଓ ମଧ୍ୟ ଭାରତ ଲାଗି ଗ୍ରୀଷ୍ମ ଉପଭୋଗ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।  ହେଲେ ଉତ୍ତର,ପୂର୍ବ ଓ ପଶ୍ଚିମ ଭାରତର ତାପମାତ୍ରା ବୃଦ୍ଧି ଅନୁମାନ କରାଯାଇଥିବା ବେଳେ ଓଡ଼ିଶା ଏବଂ ଛତିଗଡ଼ରେ ଅଶମ୍ଭାଳ ଗ୍ରୀଷ୍ମ ଆଶଙ୍କା କରାଯାଉଛି। 

ଆଇଏମଡିଙ୍କ ସୂଚନା ଅନୁସାରେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଉତ୍ତର ଭାରତର ତାପମାତ୍ରା ସାଧାରଣରୁ ଅଧିକ ରହିପାରେ। ଉତ୍ତର ଭାରତ ବ୍ୟତୀତ ଉତ୍ତର-ପଶ୍ଚିମ ଓ ପୂର୍ବୋତ୍ତର ଭାଗ, ମଧ୍ୟ ଭାରତର ପୂର୍ବ ଓ ପଶ୍ଚିମ ଭାଗର କେତେକ ଡିଭିଜନ, ଉତ୍ତର ଭାରତର ଉପକୂଳବର୍ତ୍ତି ଅଞ୍ଚଳର କେତେକ ସ୍ଥାନରେ ତାପମାତ୍ରା ସାଧାରଣରୁ ଅଧିକ ହେବ।

{"id":416976,"sizeSlug":"large","linkDestination":"none"}

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁସାରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ପୂର୍ବ ଓ ପଶ୍ଚିମ ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ ଏବଂ ଓଡିଶା ଆଦି ଗଙ୍ଗା ସମତଳ ଅଞ୍ଚଳରେ ମାର୍ଚ୍ଚରୁ ମେ ମାସରେ ତାପମାତ୍ରା ୦.୫ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ବଢିବ। ତେବେ ଓଡି଼ଶା ଏବଂ ଛତିଶଗଡ ତାପମାତ୍ରାରେ ଯଥାକ୍ରମେ ୦.୬୬ ଓ ୦.୮୬ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଖାପାଖି ୭୫ ପ୍ରତିଶତ ନିଶ୍ଚିତ ବୋଲି କହିଛନ୍ତି। ତେବେ ଏପ୍ରିଲ-ଜୁନ ଲାଗି ପାଣିପାଗ ବିଭାଗ ଦ୍ୱିତୀୟ ଗ୍ରୀଷ୍ମ ପୂର୍ବାନୁମାନ ଜାରି କରିବେ ବୋଲି କହିଛନ୍ତି ମହାପାତ୍ର । 

୧୯୦୧ ମସିହା ପରେ  ଦିଲ୍ଲୀ ଲାଗି ଗତ ଫେବୃଆରୀ ଥିଲା ଅଧିକ ଉତପ୍ତ ମାସ । ଏହି ସମୟରେ ସର୍ବାଧିକ ତାପମାତ୍ରା ୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ତେବେ କେବଳ ଫେବୃଆରୀ ନୁହେଁ ଜାନୁୟାରୀ ତାପମାତ୍ରା ମଧ୍ୟ ଦିଲ୍ଲୀରେ ୬୨ ବର୍ଷର ରେକର୍ଡ ଭାଙ୍ଗିଥିଲା। ସେହିପରି ଦକ୍ଷିଣ ଭାରତରେ ମଧ୍ୟ ତାପମାତ୍ରାରେ ବୃଦ୍ଧି  ହୋଇଥିବାର ଆଇଏମଡି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.