ସମୁଦ୍ରରୁ ଘନେଇଲା ବିପଦ, ମୁମ୍ବାଇ ଲାଗି ସତର୍କତା ଜାରି

Published By : Prameya-News7 Bureau | July 04, 2020 IST

ମୁମ୍ବାଇ ୪।୭: ସମୁଦ୍ରରୁ ଉଚ୍ଚ ଜୁଆର ଉଠୁଛି। ଏଣୁ ଉପକୂଳକୁ ନ ଯିବା ଲାଗି ବୃହନ୍ମୁମ୍ବାଇ ମହାନଗର ନିଗମ ସତର୍କତା ଜାରି କରିଛନ୍ତି। କେତେକ ସ୍ଥଳରେ ଜୁଆର ୪ରୁ ୫ ମିଟର ଉଠିବାର ସମ୍ଭାବନା ରହିଥିବାରୁ ଏହି ସତର୍କତା ଜାରି ହୋଇଛି। ସେପଟେ ଭିଷଣ ବର୍ଷା  ଆର୍ଥିକ ରାଜଧାନୀକୁ ଠପ କରିଦେଇଛି। ମୁମ୍ବାଇ, ପାଲଘର, ଠାଣେ, ରାୟଗଡ ଓ ରତ୍ନଗିରିରେ ବର୍ଷା ଲାଗି ରହିଛି।

{"id":295777,"sizeSlug":"large"}

ଶୁକ୍ରବାର ରାତିରୁ ରହିରହି ବର୍ଷା ହେଉଛି। ଏଣୁ ବିଭିନ୍ନ ସ୍ଥାନରେ ପାଣି ଜମିବା ଯୋଗୁ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେରେ ଯାନବାହନ ଅଟକି ଯାଇଛି। ସନ୍ତାକ୍ରୁଜ, ଜୁହୁ, ଜୋଗେଶ୍ୱରୀ ଓ ଗୋରେଗାଓଁର ଅନେକ ଅଞ୍ଚଳ ପାଣିଘେରରେ ଫଶିଥିବାର ସୂଚନା ମିଳିଛି। ବର୍ଷାଯୋଗୁ ଅନେକସ୍ଥାନରେ ଫ୍ଲାଇଓଭର ବନ୍ଦ କରାଯାଇଥିବାରୁ ତଳ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଥିବାର ଜଣାପଡିଛି।

wp:html /wp:html

ହାଇଟାଇଡ୍ ଯୋଗୁ ମେରିନ୍‌ ଡ୍ରାଇଭରେ ଲହଡିମାଡ ହେଉଛି। ଏଣୁ ଲୋକଙ୍କ ଲାଗି ରାସ୍ତା ନିଷିଦ୍ଧ ହୋଇଛି। ୪ ଓ ୫ ତାରିଖ ଦୁଇ ଦିନ ଭିଷଣ ବର୍ଷା ଆଶଙ୍କା କରାଯାଉଥିବାରୁ ଲୋକଙ୍କୁ ଶତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଥିବା ବେଳେ ନିମ୍ନାଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.