ବର୍ଷାରେ ମୁମ୍ବାଇ ବେହାଲ, ଠାଣେ ସମେତ ଉତ୍ତର କୋଙ୍କଣ ଲାଗି ରେଡ ଆଲର୍ଟ

Published By : Prameya-News7 Bureau | October 15, 2020 IST

ମୁମ୍ବାଇ ୧୫।୧୦: ହାଇଦ୍ରାବାଦ ପରେ ଏବେ ମୁମ୍ବାଇରେ ବିତ୍ପାତ ରଚିଛି ବର୍ଷା। ମୁମ୍ବାଇ ଓ ପୁଣେ ସମେତ ବିଭିନ୍ନ ଅଞ୍ଚଳରେ ବୁଧବାର ରାତିରୁ ବର୍ଷା ଜାରି ଥିବା ବେଳେ ପୁଣେର ଅନେକ ଅଞ୍ଚଳରେ ଡ୍ରେନେଜ ସମସ୍ୟା ଉପୁଜିଛି। ପାଣିପାଗ ବିଭାଗ ମୁମ୍ବାଇ, ଠାଣେ ସମେତ ଉତ୍ତର କୋଙ୍କଣ ଲାଗି ୨୪ ଘଣ୍ଟା ରେଡ ଆଲର୍ଟ ଜାରି କରିଛନ୍ତି। ସେପଟେ ତେଲେଙ୍ଗାନାରେ ବର୍ଷା ଯୋଗୁ ଉପୁଜିଥିବା ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି।

{"id":345064,"sizeSlug":"large"}

ମୁମ୍ବାଇ ଲୋର ପରେଲ ଅଞ୍ଚଳରେ ବର୍ଷା ଯୋଗୁ ପାଣି ଭରି ଯାଇଛି। ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ନ୍ୟାସନାଲ ଡିଜାଷ୍ଟର ରିଲିଫ ଫୋର୍ସ (ଏନଡିଆରଏଫ) ମହାରାଷ୍ଟ୍ରକୁ ରେସକ୍ୟୁ ଟିମ୍‌ ପଠାଯାଇଛି। ଉଦ୍ଧାରକାରୀ ଦଳ ସୋଲାପୁର, ପୁଣେର ଇନ୍ଦରପୁର ଓ ଲାଟୁରରେ ମୁତୟନ ହୋଇଛନ୍ତି। ପାଣିପାଗ ବିଭାଗଙ୍କ ଅନୁସାରେ ମଧ୍ୟ ମହାରାଷ୍ଟ୍ରରେ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସହ ପବନର ବେଗ ବଢିବ। ଏହି ସମୟରେ ଘଣ୍ଟାପ୍ରତି ୨୦ରୁ ୩୦ କିଲୋମିଟର ବେଗରେ ପବନ ବହିବା ନେଇ ଆଶଙ୍କା କରିଛନ୍ତି। 

{"id":345066,"sizeSlug":"large"}

ବର୍ଷା ଯୋଗୁ ସାବିତ୍ରୀବାଇ ଫୁଲେ ପୁଣେ ୟୁନିଭର୍ସିଟିରେ ଗୁରୁବାର ହେବାକୁ ଥିବା ଅନଲାଇନ୍‌ ଓ ଅଫଲାଇନ ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି। ପରୀକ୍ଷା ଲାଗି ରିଭାଇଜଡ ସିଡ୍ୟୁଲ ପରେ ଘୋଷଣା କରାଯିବ ବୋଲି ସୂଚିତ କରାଯାଇଛି। ବଙ୍ଗୋପ ସାଗରରେ ଅବପାତ ଯୋଗୁ ପାଗରେ ଏପରି ଅଚାନକ ପରିବର୍ତ୍ତନ ଆସିଥିବା ପାଣିପାଗ ବିଭାଗ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.