Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଦେଶରେ ବଢିବ ଗ୍ରୀଷ୍ମ ପ୍ରବାହ, ୫ ଦିନିଆ ରେଡଆଲର୍ଟ ଜାରିକଲେ IMD

24/05/2020 at 7:44 PM

ନୂଆଦିଲ୍ଲୀ ୨୪।୫: ଉତ୍ତର ଭାରତରେ ରବିବାର ଅନେକ ରାଜ୍ୟର ତାପମାତ୍ରା ୪୫ ଡିଗ୍ରି ସେଲସିୟସ୍ ପାର କରିଛି। ଫଳରେ ଭାରତୀୟ ପାଣିପାଗ ବିଭାଗ( ଆଇଏମଡି) ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ ଓ ରାଜସ୍ଥାନ ଲାଗି ଆଗାମୀ ୨ ଦିନ ନିମନ୍ତେ ରେଡ ଆଲର୍ଟ ଜାରି କରିଛନ୍ତି। ଏଥିରେ ପାଣିପାଗ ବିଭାଗ ପୂର୍ବ ଉତ୍ତରପ୍ରଦେଶ ଲାଗି ଲୁ ପ୍ରବାହ ନେଇ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରିଛନ୍ତି।

ଆଇଏମଡିଙ୍କ ସତର୍କତା ଅନୁସାରେ ଆଗାମୀ ୨ ଦିନରେ ଦେଶର କେତେକ ଅଞ୍ଚଳର ତାପମାତ୍ରା ୪୭ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିପାରେ। ଅନ୍ୟବର୍ଷମାନଙ୍କରେ ଚଳିତବର୍ଷ ତାପମାତ୍ରା ଏତେଟା ବଢିନାହିଁ। ମଧ୍ୟଭାରତରେ ବର୍ଷା ଯୋଗୁ ତାପମାତ୍ରା ଅନେକ ପରିମାଣରେ ନିୟନ୍ତ୍ରିତ ଥିଲା। ଏଥିରେ ତାପମାତ୍ରା ବୃଦ୍ଧିକୁ ସାମୁଦ୍ରିକ ବାତ୍ୟା ଅମ୍ଫାନ ଅନେକ ପରିମାଣରେ ନିୟନ୍ତ୍ରିତ କରିବା ଯୋଗୁ ମେ ମାସ ମଝି ସପ୍ତାହ ପରେ ବିଭିନ୍ନ ସ୍ଥାନରେ ଉତ୍ତାପ ବୃଦ୍ଧି ହେଉଛି।

ରାଜସ୍ଥାନ ପିଲାନୀରେ ଶନିବାର ବର୍ଷର ସର୍ବାଧିକ ୪୬.୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିଦର୍ଭ ଓ ତେଲେଙ୍ଗାନାର ଅନେକ ସ୍ଥାନରେ ଲୁ ଭଳି ସ୍ଥିତି ଉପୁଜିବା ନେଇ ଆଇଏମଡି ଆଶଙ୍କା ପ୍ରକାଶ କରିଛନ୍ତି। ଏହି ସମୟରେ ଛତିଶଗଡ, ଓଡିଶା, ଗୁଜରାଟ, ମଧ୍ୟମହାରାଷ୍ଟ୍ର, ଉପକୂଳବର୍ତ୍ତି ଆନ୍ଧ୍ରପ୍ରଦେଶ, ୟାନମ, ରୟାଲସୀମା ଓ ଆଭ୍ୟନ୍ତରିଣ କର୍ଣ୍ଣାଟକର କେତେକ ସ୍ଥାନରେ ତାପମାତ୍ରା ବୃଦ୍ଧି ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।  

ଉତ୍ତର-ପଶ୍ଚିମ ଶୁଷ୍କ ପବନ ସାଙ୍ଗକୁ ତାମିଲନାଡୁ ଓ ଛତିଶଗଡ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଏପରି ତାପମାତ୍ରା ବୃଦ୍ଧିର କାରଣ ବୋଲି ଆଇଏମଡି ବୈଜ୍ଞାନିକ ନରେସ କୁମାର କହିଛନ୍ତି। ଏଣୁ କେତେକ ସ୍ଥାନରୁ ଲୁ ଭିଷଣ ରୂପ ଧାରଣ କରିବା ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଥିବାରୁ ସତର୍କତା ଅବଲମ୍ବନ ନିମନ୍ତେ ଆଇଏମଡି ଲୋକଙ୍କୁ ପରାମର୍ଶ ଦେଇଛନ୍ତି। 

   Related Posts