IMDଙ୍କ ‘ନିଭାର’ ହିନ୍ଦୀ tweet updateକୁ ନେଇ ତାମିଲନାଡୁରେ ଝଡ଼, ଜୋର ଜବରଦସ୍ତ ଭାଷା ଲଦି ଦିଆଯାଉଥିବା ଅଭିଯୋଗ ଆଣିଲେ ଲୋକେ
25/11/2020 at 10:02 PM

ଚେନ୍ନାଇ ୨୫।୧୧: ସାମୁ୍ଦ୍ରିକ ବାତ୍ୟା ‘ନିଭାର’ ଏବେ ଉପକୂଳକୁ ମୁହାଁଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଟ୍ୱିଟ୍ ହ୍ୟାଣ୍ଡଲରେ ବାତ୍ୟା ସମ୍ପର୍କିତ ସୂଚନା ନିୟମିତ ଅପଡେଟ୍ କରୁଛନ୍ତି। ବାତ୍ୟା ଏବେ ଦକ୍ଷିଣ ଭାରତ ଉପକୂଳକୁ ଆସୁଛି। ତେବେ ଆଇଏମଡି ଏ ନେଇ ଅପଲୋଡ କରିଥିବା ଏକ ହିନ୍ଦୀ ଅପଡେଟ୍ ଏବେ ତାମିଲନାଡୁରେ ନିଭାର ଠାରୁ ମଧ୍ୟ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଲୋକେ ଆଇଏମଡିଙ୍କ ଟ୍ୱିଟ୍ର ରି ଟ୍ୱିଟ୍ କରି ତାମିଲ କିମ୍ବା ଇଂରାଜୀରେ କାହିଁକି ତଥ୍ୟ ଅପଡେଟ କରାଯାଉନି ବୋଲି ଅଭିଯୋଗ କରିଛନ୍ତି।
दक्षिण-पश्चिम बंगाल की खाड़ी के ऊपर स्थित चक्रवाती तूफान “निवार” बीते छह घंटे में 05 किमी प्रति घंटे की गति के साथ पश्चिम की ओर बढ़ा और भारतीय समयानुसार आज शाम , 24 नवंबर, 2020, 1730 बजे दक्षिण-पश्चिम बंगाल की खाड़ी में अक्षांश 10.0°N एवं देशान्तर 82.4°E पर केंद्रित है | pic.twitter.com/pwxB08iKJU
— India Meteorological Department (@Indiametdept) November 24, 2020
ହିନ୍ଦୀକୁ ନେଇ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ପ୍ରବଳ ବିଦ୍ୱେଷ ରହିଛି। ଖାସ୍ ଏଥିଯୋଗୁ ଦକ୍ଷିଣ ଭାରତୀୟ ସାଂସଦ କନି ମୋଝୀଙ୍କୁ ବିମାନ ବନ୍ଦରରେ ସିଆଇଏସଏଫ ସୁରକ୍ଷା କର୍ମୀ ଭାରତୀୟ କି ନୁହଁ ବୋଲି ପଚାରିଦେବାରୁ ଅସ୍ୱଭାବିକ ପରିସ୍ଥିତି ଉପୁଜିଥିଲା। ଏଥିରେ ଆଇଏମଡିଙ୍କ ହିନ୍ଦୀ ଟ୍ୱିଟ୍ରେ ତାମିଲ ଲୋକେ ବାତ୍ୟା କଥା ଭୁଲି ଏବେ ଟ୍ୱିଟ୍ ପଛରେ ପଡିଯାଇଛନ୍ତି। ତାମିଲନାଡୁ ଲୋକେ ହିନ୍ଦୀକୁ ରାଷ୍ଟ୍ରଭାଷା ମାନିବାକୁ ନାରାଜ। ଯଦି ପ୍ରସଙ୍ଗରେ ଟିକେ ବି ଏପଟସେପଟ ହୁଏ ତେବେ ତାମିଲନାଡୁ ଭାରତର କି ନା ବୋଲି ପ୍ରଶ୍ନ କରୁଛନ୍ତି।
You should be tweeting this in Tamil English and maybe French #stopHindiImposition https://t.co/0mALeEDDMi
— Poongulali (@poopoonga) November 24, 2020
ଆଇଏମଡିଙ୍କ ସୂଚନା କ୍ଷେତ୍ରରେ ମଧ୍ୟ ବୁଧବାର ଘଟଣାର ପୁନରାବୃତ୍ତି ହୋଇଛି। ଲୋକେ ଏହି ସୂଚନା ହୁଏତ ଇଂରାଜୀ, ତାମିଲ ଅଥବା ଫରାସୀ ଭାଷାରେ ଦେଇ ପାରନ୍ତି ହେଲେ ହିନ୍ଦୀରେ ଦୟାକରି ଲେଖନ୍ତୁ ନାହିଁ ବୋଲି ନିବେଦନ କରୁଥିବା ଦେଖାଯାଇଛି। କେହି ଜଣେ ୟୁଜର ଏଥିରେ ଆମେ ଭାରତୀୟ କି ନା ବୋଲି ମଧ୍ୟ ପ୍ରଶ୍ନ ପଚାରିଛନ୍ତି। ଯାହାକି ହିନ୍ଦୀକୁ ନେଇ ତାମିଲଙ୍କ ଭାବନା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।
Then why the hell you are using Tamil nadu’s tax money #stophindichauvinism #StopHindiImposition https://t.co/wAAs73Bnep
— 🚩ஏகலைவன்🚩 (@ThaladhoniDhoni) November 24, 2020
ତାମିଲମାନେ ମାତୃଭାଷା ସହ ଇଂରାଜୀ ପଢିପାରନ୍ତି, ଫରାସୀ ବି ପଢି ପାରନ୍ତି ହେଲେ ହିନ୍ଦୀ ପଢିପାରୁନାହାନ୍ତି। ସେମାନେ ଜାଣିଶୁଣି ହିନ୍ଦୀକୁ ସେମାନଙ୍କ ଉପରେ ଲଦା ଯାଉଥିବା ଅଭିଯୋଗ କରୁଛନ୍ତି। ଭୟାନକ ସାମୁଦ୍ରିକ ବାତ୍ୟା ତାଣ୍ଡବ ରଚିଥିବା ବେଳେ ଲୋକେ ସେ ସମ୍ପର୍କରେ ଚିନ୍ତା ନ କରି ଏବେ ଭାଷା ପଛରେ ପଡିଛନ୍ତି। ଯଦି ଜୋର ଜବରଦସ୍ତ ସେମାନଙ୍କୁ ହିନ୍ଦୀ ପଢିବାକୁ ବାଧ୍ୟ କରାଯାଏ ତେବେ ସେମାନେ ନିଜକୁ ଭାରତୀୟ ମାନିବେ ନାହିଁ ବୋଲି ମଧ୍ୟ ଧମକ ଦେଇଛନ୍ତି।
Mention it as ‘Hindi Meteorolagical Department’.
— தமிழ் இடையன் (@thamizhidayan) November 25, 2020
If Indian government do this type of hindi imposition again and again, we tamil people says again and again that ‘WE ARE NOT A INDIAN’. #stopHindichauvinism #stopHindiImposition https://t.co/7qkYud9dT7