ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗର ଆକଳନ, ଜାଣନ୍ତୁ କେଉଁ ରାଜ୍ୟରେ ରହିବ କେତେ ତାପମାତ୍ରା

Published By : Prameya-News7 Bureau | March 03, 2019 IST

ନୂଆଦିଲ୍ଲୀ ୩|୩ : ଶୀତର ପ୍ରକୋପ ଧିରେ ଧିରେ କମିଯାଇଛି । ଖୁବ୍ ଶୀଘ୍ର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଲୋକଙ୍କୁ ଅସହ୍ୟ ଗରମର ସାମ୍ନା କରିବାକୁ ପଡିବ । ଭାରତୀୟ ପାଣିପାଗ ବିଭାଗ ଚଳିତବର୍ଷ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହରୁ ନେଇ ଅକଳନ କରିଛି । ପାଣିପାଗ ବିଭାଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଉତ୍ତର ଭାରତରେ ହାରାହାରି ତାପମାତ୍ରା ସାମାନ୍ୟ ରହିବ । ଅର୍ଥାତ୍ ଗତବର୍ଷ ଭଳି ଲୋକଙ୍କୁ ଭୀଷଣ ଗରମର ସମ୍ମୁଖୀନ ହେବାକୁ ପଡିବନାହିଁ । ଲୋକଙ୍କୁ ଲାଗୁଥିଲା ଯେ, ଚଳିତବର୍ଷ ଶୀତର ପ୍ରକୋପ ଅଧିକ ଥିଲା ତେଣୁ ଗ୍ରୀଷ୍ମ ପ୍ରବାହ ମଧ୍ୟ ଅଧିକ ରହିବ । ମାତ୍ର ଏଭଳି କିଛି ଘଟିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀ ନିକଟବର୍ତ୍ତୀ ରାଜ୍ୟ ଉତ୍ତରାଖଣ୍ଡରେ ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ସାମାନ୍ୟରୁ ୧ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିପାରେ । ସେହିପରି ହିମାଚଳ ପ୍ରଦେଶ, ପଶ୍ଚିମ ରାଜସ୍ଥାନ, କୋଙ୍କଣ, ଗୋଆ, କୋଷ୍ଟାଲ କର୍ଣ୍ଣାଟକ, କେରଳ ଏବଂ ଅରୁଣାଞ୍ଚଳ ପ୍ରଦେଶରେ ୦.୫ରୁ ୧ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ରହିପାରେ ।  ସେହିଭଳି କୋର୍ ହିଟ୍ ଓ୍ବେଭ୍ ଜୋନ୍ ରେ ସାମିଲ ରାଜ୍ୟ ପଞ୍ଜାବ, ହାମାଚଳ ପ୍ରଦେଶ ଉତ୍ତରାଖଣ୍ଡ, ଦିଲ୍ଲୀ ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ତେଲେଙ୍ଗନା ବ୍ୟତୀତ ମରାଠାଓ୍ବାଡା, ବିଦର୍ଭ ମଧ୍ୟ ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ଉପକୂଳ କ୍ଷେତ୍ର ଆସିଥାଏ । ଯେଉଁଠାରେ ମାର୍ଚ୍ଚରୁ ମେ ମଧ୍ୟରେ ତାପମାତ୍ରା ସାମାନ୍ୟରୁ ଅଧିକ ହେବାର ସମ୍ଭାବନା ପ୍ରାୟ ୩୭ ପ୍ରତିଶତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.