ବାତ୍ୟା ନେଇ IMD ଡିଜିଙ୍କ ଅପଡେଟ୍, ଧାମରା ଓ ବାଲେଶ୍ଵର ମଧ୍ୟରେ ୟାସ୍ କରିବ ଲ୍ୟାଣ୍ଡଫଲ୍

Published By : Prameya-News7 Bureau | May 25, 2021 IST

ଭୁବନେଶ୍ଵର ୨୫।୦୫: ବିକଟାଳ ରୂପ ଧରି ଘଣ୍ଟା ପ୍ରତି ୧୫ କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ୟାସ୍। ଧାମରା ପାଖରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ। ୨୬ ତାରିଖ ଭୋର ସକାଳ ସୁଦ୍ଧା ଧାମରା ପାଖରେ କେନ୍ଦ୍ରୀଭୂତ ହେବ। ଧାମରାର ଉତ୍ତରକୁ ଓ ବାଲେଶ୍ଵରର ଦକ୍ଷିଣ ସ୍ଥଳଭାଗ ଦେଇ ବାତ୍ୟା ଅତିକ୍ରମ କରିବ।  ବାତ୍ୟାର ଆଖି ଧାମରା ଓ ବାଲେଶ୍ଵର ଭିତର ଅତିକ୍ରମ କରିବ। ତେଣୁ ବାତ୍ୟା ପଶ୍ଚିମବଙ୍ଗ ଆଡକୁ ଯିବାର ସମ୍ଭବନା ନାହିଁ ବୋଲି ବାତ୍ୟା ଉପରେ ନୂତନ ଅପଡେଟ୍ ଦେଇ ଏହାର ସୂଚନା  ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଓଡିଶା ଉପକୂଳକୁ ବାତ୍ୟା ଧିରେ ଧିରେ ପାଖେଇ ଆସୁଛି। ବାତ୍ୟା ଏବେ ପାରାଦୀପଠୁ ୨ ଶହ କିମି ଦୂରରେ ରହିଛି। ବାତ୍ୟା ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢୁଛି। ସମୁଦ୍ର ଅଶାନ୍ତ ହେବାରେ ଲାଗିଛି। ଆସନ୍ତାକାଲି ଭୋରରୁ ଦିନ ୮ଟାରୁ ୧୨ମଧ୍ୟରେ ୟାସ୍ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ରହିବ। ବେଳେ  ବେଳେ ଝଟକା ଲାଗି ପବନ ୧୮୫ କିମି ବେଗରେ  ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରୁ ଅଢେଇ ଲକ୍ଷ ଲୋକଙ୍କୁ  ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.