Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

28/11/2021 at 7:50 AM

ଭୁବନେଶ୍ୱର,୨୮/୧୧: ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଅଧିକାଂଶ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି । ବିଭିନ୍ନ ମଡେଲରୁ ଜଣାଯାଇଛି,ଏହା ସ୍ୱଳ୍ପ ପ୍ରଭାବୀ ଛୋଟ ବାତ୍ୟା ହୋଇପାରେ । ତଥାପି ରାଜ୍ୟରେ ପ୍ରବଳ ବର୍ଷା କରାଇବ । ଏପରିକି ବାତ୍ୟା ନ ହେଲେ ମଧ୍ୟ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ବର୍ଷା ଯୋଗୁ ଧାନ ଅମଳକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଥାଇଲାଣ୍ଡ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୨୯ରେ ଅବତୀର୍ଣ୍ଣ ହେବ । କ୍ରମଶଃ ଘନୀଭୂତ ହୋଇ ଏହା ଅବପାତ ରୂପ ନେବ । ଜିଏଫଏସ୍‌ ମଡେଲ ଦର୍ଶାଇଛି, ଏହା ପୁଣି ଘନୀଭୂତ ହୋଇ ଡିସେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ରୂପ ନେବା ସମ୍ଭାବନା ଅଛି । ବାତ୍ୟା ହେଲେ ଏହାର ନାମ ରହିବ ‘ଜୋୱାଦ୍‌’ । ଚଳିତବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଏହା ହେବ ପ୍ରଥମ ବାତ୍ୟା । ଏହି ସମ୍ଭାବ୍ୟ ବାତ୍ୟା କେନ୍ଦ୍ରରେ ବାୟୁର ଚାପ ୯୯୨ ମିଲିବାରକୁ ପହଞ୍ଚିପାରେ । ୩୦ ତାରିଖ ସୁଦ୍ଧା ଏ ବାବଦରେ ଚିତ୍ର ଅଧିକ ସ୍ପଷ୍ଟ ହେବ ।

ଡକ୍ଟର ପଶୁପାଳକ କହିଛନ୍ତି, ପ୍ରାଥମିକ ଆକଳନ ଅନୁଯାୟୀ ଏହା ଦକ୍ଷିଣ ଆନ୍ଧ୍ର ଉପକୂଳକୁ ମୁହାଁଇବ । ତେବେ ଉତ୍ତର ଆନ୍ଧ୍ର ଉପକୂଳ କିମ୍ବା ଏହାର ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ଉପକୂଳକୁ ମୁହାଁଇବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଗତ ୨ ଦିନ ଭିତରେ ମଡେଲ ଆକଳନ ବାରମ୍ବାର ବଦଳିଛି । ପ୍ରଥମେ ଆକଳନ କରାଗଲା ଯେ ଏହା ପୂରା ଦିଗ ବଦଳାଇ ଓଲଟା ଦିଗରେ ଗତି କରି ବାଂଲାଦେଶ ଓ ତା’ପରେ ଦିଗ ବଦଳାଇ ଓଡ଼ିଶାକୁ ମୁହାଁଇବ । ବର୍ତ୍ତମାନ ମଡେଲର ଆକଳନ କହୁଛି, ଏହା ଦକ୍ଷିଣ ଆନ୍ଧ୍ର ଉପକୂଳକୁ ମୁହାଁଇବ । ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ ।

ଆନ୍ଧ୍ର ଉପକୂଳ ଛୁଇଁଲେ ମଧ୍ୟ ରାଜ୍ୟରେ ଏହାର ପ୍ରଭାବ ପଡ଼ିବା ସମ୍ଭାବା ଅଛି । ୩ରୁ ପାଗ ବଦଳିବ । ୪ ତାରିଖ ପର୍ଯ୍ୟନ୍ତ ଦୁଇଦିନ ବର୍ଷା ହେବ । ପ୍ରାୟତଃ ସାରା ରାଜ୍ୟରେ ପାଗ ମେଘୁଆ ରହିବ । ଦକ୍ଷିଣ ଓଡ଼ିଶା ଉପକୂଳ ଓ ପାଖ ଜିଲ୍ଲାଗୁଡ଼ିକରେ ବର୍ଷା ହେବ । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ଅଛି ।

ଡକ୍ଟର ପଶୁପାଳକ କହିଛନ୍ତି, ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଚାଷୀମାନଙ୍କୁ ସତର୍କତା ପଦକ୍ଷେପ ନେବାକୁ ହେବ । ଶୀଘ୍ର ଧାନ ଅମଳ ସାରି ଆସନ୍ତା ୨ ତାରିଖ ସୁଦ୍ଧା ଅମଳ ଧାନକୁ ନିରାପଦ ସ୍ଥାନକୁ ନେଇ ରଖିବା ଆବଶ୍ୟକ । ମଧ୍ୟମ ଓ ଖାଲୁଆ ଚାଷ ଜମିରେ ମୁଗ, ବିରି ଆଦି ବୁଣିଥିଲେ, ପାଣି ନିଷ୍କାସନ ବ୍ୟବସ୍ଥା କରାଇବା ଜରୁରୀ ।

ରାଜ୍ୟରେ ଏବେ ହାଲୁକା ଶୀତ ଅନୁଭୂତ ହେଉଛି କେତେକ ସ୍ଥାନରେ । ଆସନ୍ତା ୨ ଦିନ ଭିତରେ ରାତି ତାପମାତ୍ରା ୨-୩ ଡିଗ୍ରୀ କମିପାରେ । ଶୁକ୍ରବାର ରାତିରେ ଦାରିଙ୍ଗିବାଡ଼ି ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ଥିବାବେଳେ ଝାରସୁଗୁଡ଼ା ୧୩.୬, ଫୁଲବାଣୀ ୧୫, ଟିଟିଲାଗଡ଼ ୧୫.୩, କୋରାପୁଟ ୧୫.୨, ଭବାନୀପାଟଣା ୧୫.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

   Related Posts