୧୯୯୯ ମହାବାତ୍ୟା ପରେ ଆସିଥିବା ବାତ୍ୟା ମଧ୍ୟରେ 'ଅମ୍ଫାନ୍‌' ସବୁଠୁ ଶକ୍ତିଶାଳୀ, ଘଣ୍ଟାକୁ ୧୫କିମି ବେଗରେ ସମୁଦ୍ରରେ ମାଡିଆସୁଛି

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯।୦୫: ସ୍ଥଳ ଭାଗର ନିକଟତର ହେଉଛି ମହାବାତ୍ୟା ଅମ୍ଫାନ । ପାରାଦୀପଠାରୁ ଦକ୍ଷିଣରେ ୪୨୦ କିମି ଦୂରରେ ରହିଥିବା ବେଳେ ଦୀଘାଠୁ ୫୭୦ ଓ ବାଂଲାଦେଶଠୁ ୭୦୦ କିମି ଦୂରରେ ରହିଛି ବାତ୍ୟା । ଆସନ୍ତାକାଲି ସଂଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିପାରେ ଅମ୍ଫାନ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୫୫ରୁ ୧୬୫ ରହିବ । ଏବେ ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ଅମ୍ଫାନ । ଲ୍ୟାଣ୍ଡଫଲ ବେଳେ ବହୁ କ୍ଷତି ଘଟାଇପାରେ ବାତ୍ୟା, ଗଛ, ବିଦ୍ୟୁତ ଖୁଣ୍ଟ, ଘର କ୍ଷତିଗ୍ରସ୍ତ ହୋଇପାରେ, ଦକ୍ଷିଣ ଓଡ଼ିଶା ଉପକୂଳରେ ଏବେ ପବନର ବେଗ ୫୦ କିମି ରହିଛି । ୧୯୯୯ ପରେ ଏହା ସବୁଠୁ ବଡ଼ ବାତ୍ୟା ବୋଲି  IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍‌ମିଟ ଜରିଆରେ  ସୂଚନା ଦେଇଛନ୍ତି ।

wp:html /wp:html

ସେହିପରି ଅମ୍ଫାନ ଏବେ ମହାବାତ୍ୟାରୁ ଖସି ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଗତ ୬ ଘଣ୍ଟା ଧରି ୧୭ କିମି ବେଗରେ ଗତି କରୁଛି ଅମ୍ଫନ ।  ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିମି ହେବା ନେଇ ପୂର୍ବାନୁମାନ କରାଯାଇଛି ।  ଅମ୍ଫାନ ପ୍ରଭାବରେ ଆସନ୍ତାକାଲି ଉତ୍ତର ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝରରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଆଜି ଦକ୍ଷିଣ ଓ ଉପକୂଳ ଓଡିଶାର ଅନେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଏହିସବୁ ସ୍ଥାନଗୁଡିକରେ ବର୍ଷା ସହ ପବନ ମଧ୍ୟ ବୋହୁଛି । ଆଜି ଏହି ସବୁ ଅଞ୍ଚଳମାନଙ୍କରେ ୫୫ରୁ ୬୫ କିମିର ବେଗରେ ପବନ ହେଉଛି , ଆଗକୁ ମଧ୍ୟ ପବନର ବେଗ ବଢିପାରେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.