Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବାତ୍ୟା ନେଇ IMD ସତର୍କତା : ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ‘ତଉକତେ’

15/05/2021 at 7:52 AM

ନୂଆଦିଲ୍ଲୀ ୧୫/୫: ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ମାଡିଆସୁଛି ବାତ୍ୟା ‘ତଉକତେ’ । ଭାରତ ପାଣିପାଗ ବିଭାଗ (ଆଇଏମଡି) ଏନେଇ ସତର୍କ କରାଇଦେଇଛି । ଆରବ ସାଗର ଉପରେ ମେ ୧୭ ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ‘ତଉକତେ’ । ପରେ ୧୮ ମେ ସୁଦ୍ଧା ଗୁଜୁରାଟ ଉପକୂଳ ଦେଇ ଏକ ଭୟଙ୍କର ଘୂର୍ଣ୍ଣିବଳୟ ରୂପ ନେଇ ଗତିକରିବ । ପାଣିପାଗ ବିଭାଗ ସୂଚନା ମୁତାବକ ଗଭୀର ଚାପ ଯୋଗୁଁ ଏହା ଅତ୍ୟନ୍ତ ବିପଜ୍ଜନକ ରୂପ ନେବା ଆରମ୍ଭ କରିଛି ।

ଶନିବାର ସୁଦ୍ଧା ଏହା ଭୀଷଣ ଘୂର୍ଣ୍ଣିବଳୟରେ ପରିଣତ ହେବାକୁ ଯାଉଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ‘ତଉକତେ’ ଯୋଗୁଁ ଗୋଆ ଏବଂ ଦକ୍ଷିଣ କୋଙ୍କଣ ଅଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଆସନ୍ତା ୧୬ରୁ ୧୯ ମଧ୍ୟରେ ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା । ତେବେ ଯେତେବେଳ ଏହା ସ୍ଥଭାଗ ଛୁଇଁବ ସେତେବେଳେ ପ୍ବନର ବେଗ ବଢି ଅର୍ଥା ଘଣ୍ଟା ପ୍ରତି ୧୭୫ କିଲୋମିଟର ବେଗରେ ବହିବାର ଅନୁମାନ କରାଯାଉଛି ।

   Related Posts