IMD ମାନିଲେ: ଗତ ମୌସୁମୀ ଓ ଚଳିତ ଋତୁର ଥଣ୍ଡା ପୂର୍ବାନୁମାନରେ ହୋଇଛି ଭୁଲ

Published By : Prameya-News7 Bureau | January 05, 2020 IST

ନୂଆଦିଲ୍ଲୀ ୫।୧: ଭାରତରେ ଚଳିତ ଶୀତ ଋତୁ ଅପେକ୍ଷାକୃତ ଉଷ୍ମ ରହିବ ଆକଳନ କରିଥିଲେ ପାଣିପାଗ ବିଭାଗ (ଆଇଏମଡି) । ତେବେ ଦିଲ୍ଲୀରେ ଥଣ୍ଡା ୧୧୯ ବର୍ଷର ରେକର୍ଡ ଭାଙ୍ଗିଛି। କେବଳ ଦିଲ୍ଲୀ ଅଥବା ଏନସିଆର ନୁହେଁ  ସମଗ୍ର ଉତ୍ତର, ପୂର୍ବ,  ମଧ୍ୟ ଓ ପଶ୍ଚିମ ଭାରତ ହାଡଭଙ୍ଗା ଥଣ୍ଡାରେ ଥରିଛି। ଅନେକ ସ୍ଥାନରେ ଥଣ୍ଡା ରେକର୍ଡ ବି ଭାଙ୍ଗିଛି। ସେହିପରି ପାଣିପାଗ ବିଭାଗଙ୍କ ଗତ ମୌସୁମୀ ପୂର୍ବାନୁମାନ ମଧ୍ୟ ଭୁଲ ହୋଇଥିବା ଏବେ ସ୍ୱୀକାର କରିଛନ୍ତି।

{"id":207351,"sizeSlug":"large"}

ତେବେ ଭାରତ ଏକ ଉଷ୍ଣ କଟିବନ୍ଧୀୟ ଜଳବାୟୁର ଦେଶ ହୋଇଥିବାରୁ ପାଣିପାଗର ଚରମ ଗତିବିଧିର ସଠିକ ପୂର୍ବାନୁମାନ କଷ୍ଟକର ବୋଲି ବିଭାଗ ଏଥର ମଧ୍ୟ ସଫେଇ ଦେଇଛନ୍ତି। ପାଣିପାଗ ବିଭାଗର ଉତ୍ତରାଞ୍ଚଳ ପୂର୍ବାନୁମାନ ୟୁନିଟର ଡ. କୂଲଦୀପ ଶ୍ରୀବାସ୍ତବଙ୍କ ଅନୁସାରେ ଚଳିତବର୍ଷ ଶୀତ ଋତୁରେ ରେକର୍ଡ ଭାଙ୍ଗିଥିବା ଥଣ୍ଡା ପାଣିପାଗର ଚରମ ଗତିବିଧିର ପରିଣାମ କୁହାଯାଇପାରେ ବୋଲି କହିଛନ୍ତି।

{"id":207352,"sizeSlug":"large"}

ତେବେ ଚଳିତବର୍ଷ ଅପେକ୍ଷାକୃତ କମ୍ ଶୀତ ଅନୁଭବ ହେବ ବୋଲି ପାଣିପାଗ ବିଭାଗର ପୁଣେ ୟୁନିଟ୍ ପୂର୍ବାନୁମାନ କରିଥିଲେ ବୋଲି ଶ୍ରୀବାସ୍ତବ କହିଛନ୍ତି। ହେଲେ ଚଳିତ ବର୍ଷ ଥଣ୍ଡା ଶହେ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଜ୍ଞାନ ଭାଷାରେ ଏହା ପାଗର ଏକ୍ସଟ୍ରିମ ଆକ୍ଟିଭିଟି କୁହାଯାଏ। ପବନର ଦିଗ ବଦଳିବା ମାତ୍ରେ ଭାରତରେ ପାଗ ବଦଳିଯାଏ। ଏଥିଯୋଗୁ କେବଳ ଶୀତ ନୁହେଁ ଅତିବୃଷ୍ଟି ଓ ଅନାବୃଷ୍ଟି ଭଳି ମଧ୍ୟ ପ୍ରାକୃତିକ ବିପର୍ଯୟ ସୃଷ୍ଟି ହୋଇଥାଏ। ଏଣୁ ପାଣିପାଗର ଦୀର୍ଘକାଳୀନ ପୂର୍ବାନୁମାନ ଭାରତରେ ପ୍ରାୟତଃ ଭୁଲ ହୋଇଥାଏ ବୋଲି ଶ୍ରୀବାସ୍ତବ କହିଛନ୍ତି।

{"id":207353,"sizeSlug":"large"}

ଏଥିଲାଗି ଚଳିତବର୍ଷ ଅନୁଭୂତ ହେଉଛି ଏତେ ଥଣ୍ଡା
ବରିଷ୍ଠ ପାଣିପାଗ ବୈଜ୍ଞାକନିକଙ୍କ ଅନୁସାରେ ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରୁ ନିରନ୍ତର ଥଣ୍ଡା ବାୟୁ ପ୍ରବାହ ବୋଲି କହିଛନ୍ତି। ଲଗାତାର ଶୀତଳ ପବନ ପୂର୍ବ ଓ ସମତଳ ଅଞ୍ଚଳର ଉଷ୍ମ ବାୟୁ ପ୍ରବାହକୁ ପ୍ରଭାବିତ କରିଥିଲା। ଏହା ଛଡା ପଞ୍ଜାବରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ଛାଇ ରହିଥିବା ବାଦଲ ଅତ୍ୟାଧିକ ଥଣ୍ଡାର କାରଣ ପାଲଟିଛି। ୧୫ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ଠିକରେ ପଡିନଥିବା ବେଳେ ଥଣ୍ଡା ବାୟୁ ପ୍ରବାହ ଯୋଗୁ ତାପମାତ୍ରା ଶୁନ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ଓହ୍ଲାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.