ଆଇଆଇଏମସି କନେକ୍ସନ ୨୦୧୯ ଅନୁଷ୍ଠିତ

Published By : Prameya-News7 Bureau | March 05, 2019 IST

ଭୁବନେଶ୍ୱର ୫/୩:  ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ(ଆଇଆଇଏମସି) ଓଡ଼ିଶା ଚାପ୍ଟରର ପୁରାତନ ଛାତ୍ରଛାତ୍ରୀଙ୍କ କନେକ୍ସନ-୨୦୧୯ ଅନୁଷ୍ଠିତ ହୋଇଯାଇଛି | ଢେଙ୍କାନାଳରେ ଅନୁଷ୍ଠାନ ପରିସର ସହ ଭୁବନେଶ୍ୱରରେ ମଧ୍ୟ ଏ ନେଇ ଉତ୍ସବ ଆୟୋଜିତ ହୋଇଥିଲା | ଏହି ଅବସରରେ ଢେଙ୍କାନାଳରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ଭୂଷଣ ପରିଡ଼ାଙ୍କୁ ପ୍ରଫେସର ଚିନ୍ତାମଣି ମହାପାତ୍ର ସମ୍ମାନ, ସ୍ୱପ୍ନିଲ ଜୋଗଲକରଙ୍କୁ ପ୍ରଫେସର ବିବି ମହାନ୍ତି ସମ୍ମାନ, ପ୍ରିୟଙ୍କା ଯୋଶୀଙ୍କୁ ପ୍ରଫେସର କେଏମ୍ ଶ୍ରୀବାସ୍ତବ ସମ୍ମାନ ପ୍ରଦାନ କରାଯାଇଥିଲା | ଉତ୍ସବରେ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ | ଆଇଆଇଏମସି ଢେଙ୍କାନାଳର ନିର୍ଦ୍ଦେଶକ ମୃଣାଣ ଚାଟ୍ଟାର୍ଜୀ ଓ ଆସୋସିଏସନର ସଂଗଠନ ସଂପାଦକ ରିତେଶ ବର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ |

ସେହିଭଳି ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଆଇଏମସି ଆୱାର୍ଡରେ ଓଡ଼ିଶା ଚାପ୍ଟରର ୯ କୃତୀ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲେ | ଏଥିରେ ସେଣ୍ଟ୍ରାଲ କମିଟିର କାର୍ଯ୍ୟନିର୍ବାହୀ ସଭାପତି ରିତେଶ ଆନନ୍ଦ, ୟୁପି ଚାପ୍ଟରର ସଂଗଠନ ସଂପାଦକ କମଲେଶ୍ ରାଠୋର୍, ସେଣ୍ଟ୍ରାଲ କମିଟି ସଦସ୍ୟା ସ୍ନେହା ଭଟ୍ଟାଚାର୍ଯ୍ୟ, ଦୀକ୍ସା ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ | ଜରୁରୀକାଳୀନ ମେଡିକାଲ ସହାୟତା ଖୋଜୁଥିବା ଆସୋସିଏସନର ସଦସ୍ୟଙ୍କ ଲାଗି ଚିକିତ୍ସା ପାଣ୍ଠି ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା | ଏହ ସହ ଓଡ଼ିଶା ଚାପ୍ଟର ଲାଗି ବି ସ୍ୱତନ୍ତ୍ର ପୁରସ୍କାର ବ୍ୟବସ୍ଥା ଲାଗି ମଧ୍ୟ ବିଚାର ବିମର୍ଷ କରାଯାଇଥିଲା | ଉଭୟ କାର୍ଯ୍ୟକ୍ରମରେ ଓଡ଼ିଶା ଚାପ୍ଟରର ସଭାପତି ସଂଜୟ ସାହୁ ସଭାପତିତ୍ୱ କରିଥିଲେ | କୋଷାଧ୍ୟକ୍ଷ କିଶନ ବରାଇ ସ୍ବାଗତ ବକ୍ତବ୍ୟ ରଖିଥିବା ବେଳ ସଂଗଠନ ସଂପାଦକ ସୁଧାଂଶୁ ପାତ୍ର ଅତିଥିଙ୍କୁ ସ୍ୱାଗତ କରିଥିଲେ | ସାଧାରଣ ସଂପାଦକ ଜ୍ୟୋତିପ୍ରକାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବରିଷ୍ଠ ଓ ଯୁବ ସାମ୍ବାଦିକ ଯୋଗ ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.