Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

‘ଦେଶରେ ୯୯ ସମସ୍ୟା ରହିଛି କିନ୍ତୁ ପିଏମଙ୍କୁ ଘାରିଛି ପର୍ଣ୍ଣ ଚିନ୍ତା’, ଇମ୍ରାନଙ୍କୁ ସମାଲୋଚକଙ୍କ ଟାର୍ଗେଟ

24/10/2021 at 5:47 PM

ଇସ୍ଲାମାବାଦ ୨୪/୧୦: ପାକିସ୍ତାନ ଏବେ ଅନେକ ସଙ୍କଟ ମଧ୍ୟରେ ଗତି କରୁଛି। ଏଫଏଟିଏଫର ଗ୍ରେ ଲିଷ୍ଟ, ଟିଟିପି ଏବଂ ବଲୋଚ୍‌ ସଙ୍ଗଠନର ହିଂସା, ମହଙ୍ଗା ମାଡ଼ ଆଦିରେ ପେଶି ହେଉଛି ପାକିସ୍ତାନ । କିନ୍ତୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏସବୁ ଉପରେ ଆଉ ଏକ ସମସ୍ୟା ନଜର ଆସିଛି । ଏହା ହେଉଛି ପର୍ଣ୍ଣ ଓ୍ବେବ୍‌ସାଇଟ୍‌ ସମସ୍ୟା । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶରେ ପର୍ଣ୍ଣ ଓ୍ବେବସାଇଟ୍‌ ବ୍ଲକ୍‌ କରିବା ସମ୍ବନ୍ଧରେ ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି।

ଏହା ପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୧ରେ ଟ୍ବିଟ୍‌ ମଧ୍ୟ କରାଯାଇଛି। ବୈଠକ ସମ୍ପର୍କରେ ସୂଚନା ଦେବା ସହ ବର୍ତ୍ତମାନର ୪ ଜି ଯୁଗରେ ଲୋକମାନେ ସମସ୍ତ କଣ୍ଟେଣ୍ଟ ପାଖରେ ପହଞ୍ଚୁଛନ୍ତି ବୋଲି ଲେଖାଯାଇଛି। ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ସାମ୍ବାଦିକ ନାୟଲା ଇନାୟତ ଲେଖିଛନ୍ତି, ‘ଆହୁରି ୯୯ ସମସ୍ୟା ରହିଛି କିନ୍ତୁ ପର୍ଣ୍ଣ ଓ୍ବେବସାଇଟ୍‌ ପିଏମଙ୍କ ବଡ଼ ଚିନ୍ତା ।’

ଅନ୍ୟପଟେ ବିଶ୍ବବ୍ୟାଙ୍କର ୧୦ ନମ୍ବର ଲିଷ୍ଟରେ ପାକିସ୍ତାନ ସାମିଲ ହୋଇଛି ଯେଉଁମାନେ ଅଧିକ ଋଣ ନେଇଛନ୍ତି । ପାକିସ୍ତାନର ବିଦେଶୀ ଋଣ ୮ ପ୍ରତିଶତ ବୃଦ୍ଧି ହୋଇଛି। ଏବେ ସୁଦ୍ଧା ୪୪୨ ମିଲିୟନ ଡଲାର ଋଣ ନେଇସାରିଛନ୍ତି ଇମ୍ରାନ ସରକାର ।

   Related Posts