ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ଶେଷ ଡିଜାଇନର ଫଟୋ ଭାଇରାଲ୍

Published By : Prameya-News7 Bureau | November 11, 2020 IST

ଦୁବାଇ ୧୧/୧୧: ଆବୁଧାବି​‌ରେ ନିର୍ମିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିରର ଶେଷ ଡିଜାଇନର ପ୍ରଥମ ଫଟୋ ଜାରି କରି ଦିଆଯାଇଛି। ଗଲ୍ଫ ନ୍ୟୁଜର ଖବର ଅନୁସାରେ ଆବୁଧାବିରେ ବିଏପିଏସ୍ ହିନ୍ଦୁ ମନ୍ଦିର ସମିତି ମନ୍ଦିରର ଅନ୍ତିମ ଡିଜାଇନ ଏବଂ ଭାରତରେ ହସ୍ତ ନିର୍ମିତ ସ୍ତମ୍ଭର ଫଟୋ ଜାରି କରିଛି।

{"id":359800,"sizeSlug":"large"}

ସୂଚନା ଅନୁଯାୟୀ ମନ୍ଦିରର ଅନ୍ତିମ ଡିଜାଇନର ଫଟୋ ଭିଡିଓ ଜରିଆରେ ଜାରି କରାଯାଇଛି। ଏଥିରେ ମନ୍ଦିର ନିର୍ମାଣରେ ଏବେ ସୁଦ୍ଧା ହୋଇଥିବା ପ୍ରଗତିକୁ ଦର୍ଶାଯାଇଛି। ଗତ ବର୍ଷ ଏପ୍ରିଲ୍ ମାସରେ ମନ୍ଦିରର ଆଧାରଶିଳା ରଖାଯାଇଥିଲା ଏବଂ ଡିସେମ୍ବର ମାସରେ କାମ ଆରମ୍ଭ କରାଯାଇଥିଲା।  

{"id":359801,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.